• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମଣିଷ ପ୍ରେରିତ ‘ବେପିକଲମ୍ବୋ’ ନାମକ ମହାକାଶଯାନ ବୁଧ ଗ୍ରହର କକ୍ଷପଥରେ ପହଞ୍ଚିଛି। ୟୁରୋପ ଓ ଜାପାନ ମିଳିତ ଭାବେ ଏହି ମହାକାଶଯାନ ପଠାଇଛନ୍ତି। ସୌରଜଗତ୍‌ର ସବୁଠୁ ସାନ ଗ୍ରହର ନିକଟତର ହୋଇ ବେପିକଲମ୍ବୋ ରହସ୍ୟମୟ ବିଶ୍ବ ସମ୍ବନ୍ଧରେ ଗବେଷଣା କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପାଇଁ ୨୪,୦୦୦ କୋଟି ନେପାଳୀ ଟଙ୍କାର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ ଘୋଷଣା କରିଛନ୍ତି। ସେ ନେପାଳରେ ସମ୍ପ୍ରତି ଘଟିଥିବା ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ମଧ୍ୟ ପ୍ରକାଶ କରିଛନ୍ତି।

  3. 3.ଲୋୟି ଇନ୍‌ଷ୍ଟିଚ୍ୟୁଟ୍‌ର ଏସିଆ ପାଓ୍ବାର ଇଣ୍ଡେକ୍ସ ୨୦୨୬ ଅନୁଯାୟୀ ଭାରତ ଏସିଆ ମହାଦେଶରେ ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ସ୍ଥାନ ବଜାୟ ରଖିବା ସହ ଏକ ମହାଶକ୍ତି ଭାବେ ଉଭା ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ସବୁଠୁ ପ୍ରଭାବଶାଳୀ ଆଞ୍ଚଳିକ ନେତା ଭାବେ ସ୍ଥାନ ପାଇଛନ୍ତି।

  4. 4.ଗୁଜରାଟ ସରକାର ବ୍ୟକ୍ତିଗତ ଯାନରେ ଜାତି ଚିହ୍ନଟ ଶବ୍ଦ, ପ୍ରତୀକ, ଚିତ୍ର ଏବଂ ଶିଳାଲେଖ ପ୍ରଦର୍ଶନକୁ ନିଷେଧ କରିବା ପାଇଁ ଏହାର ମୋଟର ଯାନ ନିୟମରେ ସଂଶୋଧନ କରିଛନ୍ତି। ଏହି କଟକଣା ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ, ବସ୍ ଏବଂ ଟ୍ରକ୍ ସମେତ ସମସ୍ତ ପ୍ରକାରର ବ୍ୟକ୍ତିଗତ ଯାନ ପାଇଁ ପ୍ରଯୁଜ୍ୟ।

  5. 5.ନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ଭାରତର ତୈଳ ଆମଦାନୀ ବିଲ ୬୦% ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି।

  6. 6.ଓଡ଼ିଶା ପୁଲିସରେ ୨୬ ହଜାର ୧୦୧ ପଦବୀ ଖାଲି ପଡ଼ିଛି। ଏ ନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୬ ହଜାର ୮୮୫ ପଦବୀ ପୂରଣ ପାଇଁ  ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ବ୍ୟତୀତ ୨୯୮ ଏଏସ୍‌ଆଇ ପଦବୀ ପୂରଣ ପାଇଁ OUSSSCକୁ କୁହାଯାଇଛି । ପୁଲିସ୍‌ ବିଭାଗରେ ମୋଟ ୮୪,୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି।

  7. 7.ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ କ୍ରୁଟ୍ (CRUT) ପକ୍ଷରୁ ସ୍ୱତନ୍ତ୍ର ଆମ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଏହି ସେବା ମାଧ୍ୟମରେ ଦର୍ଶକମାନେ ମାତ୍ର ୧୦ ଟଙ୍କାରେ ବାଲିଯାତ୍ରା ପଡ଼ିଆକୁ ଯାତାୟାତ କରିପାରିବେ।

  8. 8.ଯଦି ଆପଣ କାର୍ଯ୍ୟସ୍ଥଳରେ କିମ୍ବା ଅନ୍ୟ କୌଣସି କମ୍ପ୍ୟୁଟରରେ WhatsApp ୱେବ୍ ବ୍ୟବହାର କରନ୍ତି, ତେବେ ଟିକିଏ ଅସାବଧାନତା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ଯଦି ଅନ୍ୟ କେହି ଆପଣଙ୍କର WhatsApp ୱେବ୍ ଆକାଉଣ୍ଟକୁ ହ୍ୟାକ୍ କରି ନିଅନ୍ତି, ତେବେ ସେମାନେ ଆପଣଙ୍କର ବ୍ୟକ୍ତିଗତ ମେସେଜଗୁଡ଼ିକୁ ପଢ଼ିପାରିବେ ଏବଂ ଆପଣଙ୍କ ନାମରେ ଅନ୍ୟମାନଙ୍କୁ ମେସେଜ୍ ପଠାଇପାରିବେ।

  9. 9.ପଦ୍ମପୁର–ଗୁଡ଼ାରୀ–ରାଇବିଜି ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ୨୦୨୯-୩୦ ଆର୍ଥିକ ବର୍ଷରେ ହାତକୁ ନିଆଯିବ ବୋଲି ରାଜ୍ୟସରକାର ଘୋଷଣା କରିଛନ୍ତି ।

  10. 10.ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଗତ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୪୪ ହଜାର ୨୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

  11. 11.ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଡ଼ା ଝଟକା ଲାଗିଛି । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

  12. 12.ରାଜ୍ୟର ଆଇନଗତ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଓ ନିଶ୍ଚିତତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩୫୮ଟି ଅାଇନକୁ ରଦ୍ଦ କରିଛନ୍ତି। ଏହି ସମସ୍ତ ଆଇନ ମୂଳ ଆଇନ ଉପରେ ସଂଶୋଧନ ହୋଇଥିଲା କିମ୍ବା ସାମୟିକ ସମୟ ପାଇଁ ଆସିଥିଲା। ଏ ସଂକ୍ରାନ୍ତରେ ପୃଥ୍ବୀରାଜ ହରିଚନ୍ଦନ ‘ଓଡ଼ିଶା ରଦ୍ଦକରଣ ଅଧିନିୟମ,୨୦୨୬’ ଉପସ୍ଥାପନ କରିଥିବାବେଳେ ଏହା ଉପରେ ସବିଶେଷ ଆଲୋଚନା ହେବା ପରେ ବାଚସ୍ପତି ସୁରମା ପାଢ଼ୀ ଏହି ବିଲ୍‌ଟିକୁ ପାରିତ କରିଥିଲେ ।

  13. 13.ବ୍ରିଟେନ୍‌ର ପ୍ରସିଦ୍ଧ ଏଣ୍ଡୁରାନ୍‌ସ ସ୍ୱିମର୍‌ ଲୁଇସ୍ ପ୍ୟୁ ଇରାନ୍ ଯୁଦ୍ଧର ପରିବେଶ ଉପରେ ପଡୁଥିବା ଖରାପ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ୧୫ କିଲୋମିଟର ସମୁଦ୍ରରେ ପହଁରିଛନ୍ତି। ସେ ଓମାନ୍ ଉପକୂଳ ନିକଟରେ ଥିବା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍‌ରେ ତିନି ଦିନ ଧରି ଏହି ସନ୍ତରଣ କରିଥିଲେ।

  14. 14.ଦୁବାଇରେ ରହୁଥିବା ସମ୍ବଲପୁରର ବାଳିକା ତ୍ୱିଷା ପାଣିଗ୍ରାହୀ। ମାତ୍ର ୧୦ ବର୍ଷ ୨ ଦିନ ବୟସରେ ସେ ପାଡି (ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନ୍‌ଷ୍ଟ୍ରକ୍ଟର୍ସ) ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରିଛନ୍ତି। ଏହି ସଫଳତା ସହ ତ୍ୱିଷା ନିଜ ବଡ଼ ଭଉଣୀ ତିଷ୍ୟା ପାଣିଗ୍ରାହୀଙ୍କ ପୂର୍ବ କୃତିତ୍ୱକୁ ଅତିକ୍ରମ କରିଛନ୍ତି।

  15. 15.ନଭେମ୍ବର ଶେଷ ଆଡ଼କୁ ଶୀତ ବଢ଼ିବ। ୪ରୁ ୬ଡିଗ୍ରୀ ପାରଦ ଖସିବା ସହିତ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କୁହୁଡ଼ି ରହିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.