-
1.ତିରୁମାଲାର ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି କରିପାରେ। ଜଣେ ଭକ୍ତ ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ। ଏହି ଅଳଙ୍କାରଗୁଡ଼ିକର ଆନୁମାନିକ ମୂଲ୍ୟ ୧୫୦ ରୁ ୧୬୦ କୋଟି ହେବ ବୋଲି ଆକଳନ କରାଯାଇଛି।
-
2.ଚଳିତବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମେଳା ପରିସରର ସୁରକ୍ଷା ଦାୟିତ୍ଵରେ ୭୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୪୦୦ ଅଫିସର ନିୟୋଜିତ ରହିବେ।
-
3.ସାମାଜିକ ଗଣମାଧ୍ୟମ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ମେଟା କଂଗ୍ରେସ ରାଜନେତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଉପରେ ଅଙ୍କୁଶ ଲଗାଉଥିବା ଅଭିଯୋଗ କରି ମୁମ୍ବଇ ଓ ହାଇଦରାବାଦରେ ଯୁବ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ।
-
4.ଭୁବନେଶ୍ୱରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ । ଏହି ପ୍ରକଳ୍ପ ପାଇଁ ସମୁଦାୟ ୩୪୭.୮୬ କୋଟି ଟଙ୍କା ବ୍ୟୟ ହେବ ।
-
5.ବାତ୍ୟା 'ଅକବାନ'ପ୍ରଭାବରେ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ରାସ୍ତାରେ ଲାଗୁ ହୋଇଥିବା ଯାନବାହନ ଚଳାଚଳ କଟକଣାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଇଛି।
-
6.ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରୁ ରୋକିବା ପାଇଁ ଏକ ‘ସ୍ଥାୟୀ’ ଚୁକ୍ତି କରିବାକୁ ଚାହୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଭବିଷ୍ୟତରେ ଆମେରିକାରେ ଯେଉଁ ରାଷ୍ଟ୍ରପତି କ୍ଷମତାକୁ ଆସିଲେ ମଧ୍ୟ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
-
7.କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଠରୁର ୨୦୧୬ ମସିହାର ବିମୁଦ୍ରାକରଣକୁ ମନେ ପକାଇ ସେ କହିଛନ୍ତି, ତାହା ଥିଲା ‘ଗ୍ରାଣ୍ଡ ଥେଫ୍ଟ ୱିଦାଉଟ୍ ଅଟୋ’ ଅର୍ଥାତ୍ ଗାଡ଼ି ବିନା ବଡ଼ ଚୋରି!
-
8.ଦେଶର ପ୍ରମୁଖ କାର୍ ନିର୍ମାତା ମାରୁତି ସୁଜୁକି ପୁଣିଥରେ ଗାଡ଼ି ଦାମ୍ ନଭେମ୍ବର ୨୨ ତାରିଖଠାରୁ କେତେକ ନିର୍ଦ୍ଦିଷ୍ଟ ମଡେଲ୍ର ନୂଆ ଦାମ୍ ଲାଗୁ ହୋଇଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗାଡ଼ିଗୁଡ଼ିକର ହାରାହାରି ମୂଲ୍ୟ ୦.୩୧ ପ୍ରତିଶତ ବୃଦ୍ଧି ପାଇବ।
-
9.ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ। ଆସନ୍ତା ୨୬ ଓ ୨୭ ତାରିଖରେ ପୁନର୍ବାର ଏହି ଗଣତିମଣତି ହେବ।
-
10.ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ବାତ୍ୟା ଅକଭାନ୍ ଯୋଗୁଁ ଗତ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିବା ଏହି ପର୍ଯ୍ୟଟନସ୍ଥଳୀକୁ ବାତ୍ୟା ବିପଦ ଟଳିବା ପରେ ପୁଣିଥରେ ଖୋଲାଯାଇଛି ।
-
11.ଆଲବାନିଆର ରାଜଧାନୀ ତିରାନାଠାରେ ଶନିବାର (୨୧ ନଭେମ୍ବର ୨୦୨୬) ରେ ସରକାରଙ୍କ ବିରୋଧରେ ଛାତ୍ର ଓ ନାଗରିକଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
-
12. ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି। କେବଳ ୪ପ୍ରତିଶତ ପୋଲିସ ୮ ଘଣ୍ଟା କାମ କରନ୍ତି।
-
13.ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ବିରଳ ଓ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ସକାଳେ ଅଭୟାରଣ୍ୟର ନିର୍ଦ୍ଧାରିତ ସଫାରୀ ଜୋନ ମଧ୍ୟରେ ଭ୍ରମଣ କରୁଥିବା ପ୍ରାୟ ୩୦ ଜଣ ପର୍ଯ୍ୟଟକ ଏକ ମହାବଳ ବାଘକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି।
-
14.ଜଳବାୟୁ ପରିବର୍ତ୍ତନ ଦ୍ବାରା ବିଶ୍ୱର ସର୍ବାଧିକ ପ୍ରଭାବିତ ୧୦ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି।
-
15.ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ କରି ୯ ୱିକେଟ ହରାଇ ୭୨୦ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
