• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟଣ ଓ ଦ୍ରୁତ ଅଗ୍ରଗତି ପାଇଁ ‘ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନୂତନ "ନୀତିଶ ସେତୁ" ଶନିବାର ଉଦଘାଟନ କରିଛନ୍ତି।

  3. 3.ଚଳିତ ସପ୍ତାହରେ ସୁନା ଦର ଲଗାତାର ହ୍ରାସ ପାଇଛି। ଶନିବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୪୯୦ ଟଙ୍କା କମି ୧,୨୫,୮୦ ଟଙ୍କା ସ୍ତରକୁ ଖସିଆସିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୪୫୦ ଟଙ୍କା କମି ୧,୧୪,୬୫୦ ଟଙ୍କାରେ ରହିଛି।

  4. 4.ଚୀନ୍‌ରୁ ଆମଦାନୀ ହେଉଥିବା 'ରେନିୟମ୍' ନାମକ ଏକ ଧାତୁ କିମ୍ବା ଏହାର ଗୁଣ୍ଡ ସୁନାରେ ମିଶ୍ରଣ କରାଯାଉଥିବା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗ୍ରାହକଙ୍କୁ ଠକିବା ଉଦ୍ଦେଶ୍ୟ ସହିତ ସୁନାର ଓଜନ ବଢ଼ାଇବା ପାଇଁ ଏହି ଧାତୁ ମିଶାଯାଉଥିବା ଅଭିଯୋଗ ହୋଇଛି।

  5. 5.ଭାରତରେ ରିଲାଏନ୍ସ ଜିଓ ଏବଂ ଏଲୋନ୍ ମସ୍କଙ୍କ ଷ୍ଟାରଲିଙ୍କ ଉଭୟ ଦେଶରେ ସାଟେଲାଇଟ୍-ଆଧାରିତ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।

  6. 6.ପଶ୍ଚିମ ଓଡ଼ିଶାରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଅଧିକ ସଠିକ ଓ ପ୍ରଭାବଶାଳୀ କରିବା ସହ ସ୍ଥାନୀୟ ପ୍ରଶାସନ, କୃଷକ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସତର୍କତା ବଢ଼ାଇବା ଉପରେ ଭାରତ ସରକାରଙ୍କ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି।

  7. 7.ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି - ପ୍ରତି ବର୍ଷ ସାଧାରଣତଃ ୫ଟି ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥାଏ। ଏହି ୫ଟି ବାତ୍ୟା ମଧ୍ୟରୁ ୩/୪ଟି ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ଏବଂ ୧/୨ଟି ଏପ୍ରିଲ, ମେ ଓ ଜୁନ୍ ସମୟରେ ସୃଷ୍ଟି ହୋଇଥାଏ। ଏ ବର୍ଷ ଏ ପର୍ଯ୍ୟନ୍ତ ୩ଟି ବାତ୍ୟା ହୋଇଛି।

  8. 8.ଏକ କୋଟି ୨୩ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୋଳ ଜିଲ୍ଲା ସାତକୋଶିଆ ୱାଇଲ୍ଡଲାଇଫ୍ ଡିଭିଜନ ଡିଏଫଓ ଅଫିସର ବରିଷ୍ଠ ସହାୟକ (ସିନିୟର ଆସିଷ୍ଟାଣ୍ଟ) ଅଜୟ କୁମାର ନାଏକ।

  9. 9.ବୌଦ୍ଧର କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପ୍ରଧାନ ଶିକ୍ଷକ ସ୍ବାଧୀନ ପ୍ରଧାନଙ୍କୁ ପୁଲିସ  ଗିରଫ କରିଛି ।

  10. 10.ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା କମ୍ପ୍ୟୁଟରଭିତ୍ତିକ ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଡିସେମ୍ବର ୩ ଓ ୪ ତାରିଖରେ କରିବାକୁ ବୋର୍ଡ ପକ୍ଷରୁ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି।

  11. 11.ସଂସଦର ମୌସୁମୀ ଅଧିବେଶନ ଆନୁଷ୍ଠାନିକ ଭାବେ ୧୦୦ ଦିନ ଧରି ଚାଲିଛି, ଯାହା ଏକ ନୂତନ ରେକର୍ଡ ସୃଷ୍ଟି କରିଛି ଏବଂ ୨୦୦୮ ମସିହାରେ ସ୍ଥାପିତ ୮୭ ଦିନର ପୂର୍ବ ରେକର୍ଡକୁ ଅତିକ୍ରମ କରିଯାଇଛି।

  12. 12.ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ଏକ ସୀମିତ ନୋଟିସ୍ ଜାରି କରିଛନ୍ତି। ଏଥିରେ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନେଇ ଉପଯୁକ୍ତ ଆଇନ ପ୍ରଣୟନ କରିବା କିମ୍ବା ଜନସଚେତନତା ଅଭିଯାନ ଆରମ୍ଭ କରିବା ବିଷୟରେ ବିଚାର କରିବାକୁ କୁହାଯାଇଛି।

  13. 13.କର୍ଣ୍ଣାଟକର ମନ୍ତ୍ରୀ ଈଶ୍ୱର ଖାଣ୍ଡ୍ରେ ଶନିବାର ଦିନ କହିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ର ନିକଟକୁ ଚିଠି ଲେଖି 'ଭିବି-ଜି ରାମ୍ ଜି' (VB-G RAM G) ଯୋଜନା ଅଧୀନରେ ଅତିରିକ୍ତ ୫୦ ଦିନର କାର୍ଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

  14. 14.ଜମ୍ମୁ ଓ କାଶ୍ମୀରର ଆର୍.ଏସ୍. ପୁରା (RS Pura) ସେକ୍ଟରରେ ଆନ୍ତର୍ଜାତୀୟ ସୀମା ନିକଟରେ ଜଣେ ୨୦ ବର୍ଷୀୟ ପାକିସ୍ତାନୀ ନାଗରିକଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।

  15. 15.ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମସୁଦ ମଲିକଙ୍କୁ ଆଗ୍ରା ସ୍ଥିତ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ମିଳିଛି, କିନ୍ତୁ ଭାରତ ଗସ୍ତ ସମୟରେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଦରଗାହ ଯିବା ପାଇଁ ତାଙ୍କୁ ଅନୁମତି ମିଳିନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.