-
1.ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା।ପବନର ସର୍ବାଧିକ ବେଗ ୬୫ କିମି ଛୁଇଁଲା ୫ ମିଟର ଆଗକୁ ମାଡ଼ି ଆସିଲା ସମୁଦ୍ର
-
2.‘ଇଣ୍ଡିଆନ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁଯାୟୀ, ଗତ ୧୦ ମାସ ମଧ୍ୟରେ ତିନିଜଣିଆ ଆୟୋଗର ଦୁଇଜଣ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଏସ୍ଆଇଆର ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ୧୪ ଥର ଆନୁଷ୍ଠାନିକ ଆପତ୍ତି ଉଠାଇଥିଲେ।
-
3. ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓପି ରାୱତ ଏହାକୁ ‘ଅତ୍ୟନ୍ତ ଗମ୍ଭୀର’ ଓ ‘ଦୁର୍ଭାଗ୍ୟଜନକ’ ବୋଲି କହିଛନ୍ତି। ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ବୈଧାନିକ ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନକୁ ସେ ‘ସମ୍ପୂର୍ଣ୍ଣ ଭୁଲ୍ ଓ ବେଆଇନ’ ବୋଲି ଅଭିହିତ କରିଛନ୍ତି।
-
4.ଆଇଟି ଓ ଡାଟା ସେଣ୍ଟରର ୪ ପ୍ରମୁଖ ପ୍ରକଳ୍ପରେ ମୋଟ ୧ ଲକ୍ଷ ୪୨ହଜାର ୯୪୧ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ହାଇ ଡେନସିଟି ଡାଟା ସେଣ୍ଟର ଲିମିଟେଡ୍ ପକ୍ଷରୁ ଖୋର୍ଦ୍ଧାରେ ୧,୦୪,୫୫୦କୋଟି ଟଙ୍କା ବ୍ୟୟରେ ଏକ ସମନ୍ୱିତ ଡାଟା ସେଣ୍ଟର ପାର୍କ ନିର୍ମାଣ ହେବ।
-
5.ଏନ. ଚନ୍ଦ୍ରଶେଖରନଙ୍କୁ ପୁଣି ଥରେ ଟାଟାର ଚେୟାରମ୍ୟାନ ଭାବେ ନିଯୁକ୍ତି ମିଳିଛି । ତୃତୀୟ ଥର ପାଇଁ ଶ୍ରୀ ଚନ୍ଦ୍ରଶେଖରନ ଏହି ପଦବୀରେ ଅଧିଷ୍ଠିତ ହେବେ । ୨୦୧୭ରୁ ସେ ଏହି ପଦରେ ରହିଆସୁଛନ୍ତି ।
-
6.ନିଆଳି ପନିର୍ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ। ହରିୟାଣା ଲ୍ୟାବ୍ରୁ ରିପୋର୍ଟ ମିଳିବା ପରେ ଜଣାପଡ଼ିଲା ।
-
7.ଭାରତୀୟ ମହିଳା କ୍ରିକେଟ ଦଳ ଏସୀୟ କ୍ରୀଡ଼ା ବିଂଶତମ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଛି। ସି ଜୋଶେଫ ବିଜୟ ଶୁଭେଚ୍ଛା ଜଣାଇବା ସହ ୭୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣକରିଛନ୍ତି। ଫାଇନାଲରେ ଭାରତ ୧୪୭ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।
-
8.ବେଙ୍ଗଲ ଏସ୍ଆଇଆର ପରେ ପ୍ରାୟ ୯୦ ଲକ୍ଷ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲା। ତାର୍କିକ ଅସଙ୍ଗତି କାରଣରୁ ପ୍ରାୟ ୬୦ ଲକ୍ଷ ଭୋଟରଙ୍କ ନାମ ଯାଞ୍ଚ ପାଇଁ ରଖାଯାଇଥିଲା। ନ୍ୟାୟିକ ଅଧିକାରୀଙ୍କ ଯାଞ୍ଚ ପରେ ପ୍ରାୟ ୩୨.୬୮ ଲକ୍ଷ ଭୋଟର ଯୋଗ୍ୟ ବୋଲି ଜଣାପଡ଼ିଥିବା ବେଳେ ୨୭.୧୬ ଲକ୍ଷ ନାଁ ବାଦ୍ ଦିଆଯାଇଥିଲା।
-
9.ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା ଏବଂ ତାଙ୍କ ଛାତି ଚାପିବା ଭଳି ଘଟଣା ‘ବଳାତ୍କାର ଉଦ୍ୟମ’ (attempted rape) ବର୍ଗରେ ଆସେ ନାହିଁ।
-
10.ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି ।
-
11.ରାଜ୍ୟରେ ନୂତନ ରାଶନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୦୮୫ ଟି ଆବେଦନ ପ୍ରାପ୍ତ ହୋଇଥିଲା। ସେଥିମଧ୍ୟରୁ ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର କ୍ଷେତ୍ର ତଦାରଖ/ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି
-
12.ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ରବିବାର, ସେପ୍ଟେମ୍ବର ୨୭ରେ ସମସ୍ତ ସରକାରୀ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
-
13.ଶକ୍ତିଶାଳୀ ଏଲ୍ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ ଯୋଗୁ ଅତିରିକ୍ତ ଗରମ ବଢ଼ିବା ସହିତ ସାରା ବିଶ୍ୱରେ ୪ ଲକ୍ଷ ୫୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ।
-
14.ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍।ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହା ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଚାଲିବ ଏବଂ ଏହାର ଶୁଭାରମ୍ଭ ଆସନ୍ତା ବର୍ଷ, ଅର୍ଥାତ୍ ୨୦୨୭ ପାଇଁ ସ୍ଥିର କରାଯାଇଛି।
-
15.ଭାରତର ପ୍ରସିଦ୍ଧ ତଥା ଷ୍ଟାର ଭାରୋତ୍ତୋଳକ ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୪୯ କିଲୋଗ୍ରାମ ଇଭେଣ୍ଟରେ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
