• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁଜୁରାଟର ଏକତା ନଗରଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।

  2. 2. ୨୦୨୪ ବର୍ଷ ପାଇଁ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ‘ଆର୍ଟିକିଲ୍ ୩୭୦’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ ବଳିଷ୍ଠ ଅଭିନୟ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 

  3. 3.ବରିଷ୍ଠ ଅଭିନେତା ମାମୁଟ୍ଟି ଏବଂ କାର୍ତିକ ଆର‌୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସାମ୍ମାନିତ କରାଯାଇଥିଲା । ମାମୁଟ୍ଟିଙ୍କୁ ‘ବ୍ରମାୟୁଗମ’ ପାଇଁ ଏବଂ କାର୍ତିକ ଅର‌୍ୟନଙ୍କୁ ‘ଚନ୍ଦୁ ଚାମ୍ପିଅନ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

  4. 4.ପୂର୍ବତନ ପ୍ରଫେସର ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମ୍ୟାନେଜମେଣ୍ଟ ଗୁରୁ ବିଶ୍ୱଜିତ୍ ପଟ୍ଟନାୟକଙ୍କୁ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟଆସେରସିଏସନ୍ ପକ୍ଷରୁ ୨୦୨୬-ଏଆଇଏମଏ କେୱାଲ ନୋହରିଆ ଆୱାର୍ଡ ଫର ଏକାଡେମିକ ଲିଡରସିପ୍ ଇନ୍ ମ୍ୟାନେଜମେଣ୍ଟ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି।

  5. 5.ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି ।

  6. 6.ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ।

  7. 7.ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ ନିଯୁକ୍ତିଦାତା ଦାୟୀ ରହିବେ ନାହିଁ। ଭ

  8. 8.ହ୍ବାଇଟ୍‌ ହାଉସ୍‌ରେ ସିଏନ୍‌ଏନ୍‌ର ପ୍ରବେଶକୁ ନିଷେଧ କରାଯିବାର ପ୍ରତିବାଦରେ ଆମେରିକାର ପ୍ରମୁଖ ଟେଲିଭିଜନ ନେଟ୍‌ଓ୍ବର୍କଗୁଡ଼ିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମଗୁଡ଼ିକର ଖବର ପ୍ରସାରଣ କରିବା ବନ୍ଦ କରିଛନ୍ତି।

  9. 9.ତାମିଲନାଡୁ ସରକାର ରାଜ୍ୟର ମହିଳା ଓ ଛାତ୍ରୀମାନଙ୍କ ଆର୍ଥିକ ସଶକ୍ତୀକରଣ ତଥା ଶିକ୍ଷା ଓ ରୋଜଗାର କ୍ଷେତ୍ରକୁ ସହଜରେ ପହଞ୍ଚିବା ପାଇଁ ମାଗଣା ବସ ଯାତ୍ରା ଯୋଜନା ‘ଭେଟ୍ରି ପୟନମ’ର ସମ୍ପ୍ରସାରଣ ଘୋଷଣା କରିଛନ୍ତି। ଏହି ଯୋଜନା ୨ ଅକ୍ଟୋବରରୁ ସମଗ୍ର ତାମିଲନାଡୁରେ କାର୍ଯ୍ୟକାରୀ ହେବ।

  10. 10.ଏଲ ପି ଜି  ଗ୍ୟାସ ଉପଭୋକ୍ତାଙ୍କ ପାଇଁ ୧ ଅକ୍ଟୋବରରୁ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଆସିବା ନିୟମ ବଦଳିବ। କାରଣ ଏବେ ଗ୍ୟାସ ସବସିଡି ପାଇବା ପାଇଁ ୧ ଅକ୍ଟୋବରରୁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ କରାଯାଇଛି।

  11. 11.ଭିଜିଲାନ୍ସ ଜାଲରେ ଫସିଲେ କଟାଭାଲ ପିଇଓ କାର୍ତ୍ତିକେଶ୍ବର ବେହେର। ପିଇଓଙ୍କ ଘରୁ ମିଳିଲାଣି ୨.୯୮ ଲକ୍ଷ ଟଙ୍କା। ପୈତୃକ ଘର କନ୍ଦାଗାଡ଼ରୁ ଭିଜିଲାନ୍ସ ରେଡ୍‌ ବେଳେ ଏହି ଟଙ୍କା ଜବତ ହୋଇଛି।.

  12. 12.ରାଜ୍ୟରେ ଆସନ୍ତା ଦୁଇ ବର୍ଷ ଭିତରେ ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୦ ନୂଆ ପିଜି ଆସନ ବୃଦ୍ଧି କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି।

  13. 13.‘ହନୁମାନ ଅଂଶ’ ଚଳଚ୍ଚିତ୍ର ରେକର୍ଡ ପରେ ରେକର୍ଡ କରି ଚାଲିଛି। ନିମ କରୋଲି ବାବାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଭାରତରେ ୩୦୦ କୋଟି ଟଙ୍କାରୁ ଅଧିକ ଆୟ କଲାଣି।

  14. 14.ଓମାନ ଉପକୂଳରେ ବୁଡ଼ିଯାଇଥିବା କ୍ୟାମୋରସ୍ ପତାକା ଥିବା ତ‌ୈଳ ଟ୍ୟାଙ୍କର୍ 'ପ୍ରେଷ୍ଟିଜ୍ ଫାଲକନ୍'ର ସମସ୍ତ କର୍ମଚାରୀ ନିଖୋଜ ଅଛନ୍ତି। ସୋମବାର ଏହି ତୈଳ ଟ୍ୟାଙ୍କର୍ ଓଲଟି ପଡ଼ ବୁଡ଼ିଯାଇଥିଲା। ଏହି କ୍ରୁରେ ୧୩ ଜଣ ଭାରତୀୟ ଏବଂ ତିନି ଜଣ ଶ୍ରୀଲଙ୍କା ନାଗରିକ ଥିଲେ।

  15. 15.ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ମୋଟ ୧୨ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ହେବ। ଏଥିରେ ଉତ୍ତରପ୍ରଦେଶର ୧୦ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନରେ ନିର୍ବାଚନ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.