-
1.‘ଇଣ୍ଡିଆନ ଆଇଡଲ ୧୬’ର ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ବିଜୟିନୀ ହୋଇଛନ୍ତି। ସଙ୍ଗୀତଭିତ୍ତିକ ରିଆଲିଟି ସୋ’ ଜିତି ଜ୍ୟୋର୍ତିମୟୀ ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ଜିତିଛନ୍ତି।
-
2.ପ୍ରଧାନମନ୍ତ୍ରୀ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଇନ୍ଫୋସିସ୍ର ସହପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି।
-
3.ଖୋର୍ଦ୍ଧାର ଇନ୍ଫୋ ଭ୍ୟାଲିରେ ନିଜର ଡାଟା ସେଣ୍ଟର ବସାଇବାକୁ ଅଧିକ ସଂସ୍ଥା ଆଗ୍ରହ ଦେଖାଇଛନ୍ତି।
-
4.ପ୍ରଥମ ଥର ପାଇଁ ଉପସାଗରୀୟ ଦେଶ କୁଏତ ଓ ବାହାରିନ୍ ସିଧାସଳଖ ଇରାନ ଉପରେ ବିମାନ ଆକ୍ରମଣ କରିଥିବା ସୂଚନା ସାମ୍ନାକୁ ଆସିଛି।
-
5.ଆମେରିକାର ଚାପ କିମ୍ବା ଧମକ ଆଗରେ ତେହେରାନ ମୁଣ୍ଡ ନୁଆଁଇବ ନାହିଁ ବୋଲି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସ୍ପଷ୍ଟ କରି ଦେଇଛନ୍ତି।
-
6.ପାକିସ୍ତାନ ୨୭ତମସମ୍ବିଧାନ ସଂଶୋଧନ ସଂଶୋଧନ ମାଧ୍ୟମରେ ଏହାର ପ୍ରତିରକ୍ଷା ଗଠନରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ପରମାଣୁ ଅସ୍ତ୍ର (ପରମାଣୁ କମାଣ୍ଡ) ସମ୍ପୂର୍ଣ୍ଣ ନିୟନ୍ତ୍ରଣ କାଢ଼ି ନେଇ ଏହାକୁ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ନୂତନ ‘ଜାତୀୟ ରଣନୀତିକ କମାଣ୍ଡ’ (ଏନ୍ଏସ୍ସି)କୁ ହସ୍ତାନ୍ତର କରିଛି।
-
7.ଆସନ୍ତା ୨୦୨୮-୨୯ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ ବିମାନ ବନ୍ଦର ସଂଖ୍ୟାକୁ ୧୦ରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି ୨୦୨୬’ର ଚିଠା ଜାରି କରିଛନ୍ତି।
-
8.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ୭ ଲକ୍ଷ ୧୧ ହଜାର ଅଚଳ ଖାତା ରହିଛି ଯେଉଁଥିରେ କୌଣସି କାରବାର ହେଉନାହିଁ। ଏହି ଖାତାଗୁଡ଼ିକରେ ୧୦୦୦ ଟଙ୍କାରୁ କମ ବାଲାନ୍ସ ରହିଛି।
-
9.ଓଡ଼ିଶାର ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ୫୩ ବର୍ଷ ରେ ପରଲୋକ ହୋଇଛି। ସେ ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।
-
10. ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି ।
-
11.ମୁକ୍ତିଲାଭର ଷୋଡ଼ଶ ଦିନରେ, କମେଡି ଫ୍ରାଞ୍ଚାଇଜ୍ ଫିଲ୍ମଟି ଆୟରେ ଏକ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଅଜୟ ଦେବଗନଙ୍କ "ଧମାଲ ୪" ଗତ ଶୁକ୍ରବାର ଦିନ ଗୋଟିଏ ଦିନରେ ୨.୨୫ କୋଟି ଟଙ୍କା ସଂଗ୍ରହ କରିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଧମାଲ୪ ଶନିବାର ପ୍ରାୟ ସାଢ଼େ ୪ କୋଟି ଟଙ୍କା ରୋଜଗାର କରିଥିଲା।
-
12.ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ ଏହା ଜଣାପଡ଼ିଛି।
-
13. ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି। ଏହା ତାଙ୍କର କ୍ରମାଗତ ତୃତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ।
-
14.ରାଜ୍ୟଗୋଷ୍ଠୀ କ୍ରୀଡ଼ା–୨୦୨୬ରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଆସିଛି। ଭାରତୀୟ ୱେଟଲିଫ୍ଟର ଋଷିକାନ୍ତ ସିଂହ ପୁରୁଷ ୬୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।
-
15.ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ କ୍ଲିନ୍ ସ୍ୱିପ୍ କରିଛି। ରବିବାର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ୩୫ ରନ୍ରେ ବିଜୟୀ ହୋଇ ଶୃଙ୍ଖଳାକୁ ନିଜ ନାମରେ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
