• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଚଳିତ ବର୍ଷ ମହାପ୍ରଭୁଙ୍କ ଆୟୋଜିତ ସୁନାବେଶ ଅଧିକ ଆକର୍ଷଣୀୟ। ରଥାରୁଢ଼ ସୁନାବେଶକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

  2. 2.ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍ ସେବା ଉପଲବ୍ଧ ରହିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ଅବସରରେ ୧୫ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କ ସେବାରେ ନିୟୋଜିତ କରାଯାଇଛି।

  3. 3.ଯୁବପିଢ଼ିଙ୍କୁ ଆଦେଶ ଦେଇ ନୁହେଁ, ବରଂ ଆଲୋଚନା ଓ ସ୍ନେହ ମାଧ୍ୟମରେ ବୁଝାଇବା ଦରକାର ବୋଲି ମୋହନ ଭାଗବତ କହିଛନ୍ତି। ଆଜିର ଯୁବପିଢ଼ି ଭୁଲ୍‌ ପଥରେ ନାହାନ୍ତି କିମ୍ବା ଦିଗହରା ହୋଇନାହାନ୍ତି।

  4. 4.ଜନ୍ତରମନ୍ତରରେ ଗତ ଜୁନ ୬ ତାରିଖରୁ ୫୦ ଦିନ ଧରି ଚାଲିଥିବାଆନ୍ଦୋଳନକୁ ସିଜେପି (କକ୍ରୋଚ ଜନତା ପାର୍ଟି) ପ୍ରତ୍ୟାହାର କରିନେଇଛି। କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ ସନ୍ଧ୍ୟା ୬ଟାରେ ଆୟୋଜିତ ହେବ।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଥମଥର ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

  6. 6.କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି।

  7. 7.ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି)-୨୦୨୬ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର କୁମାର ଗୁପ୍ତାଙ୍କୁ ଶନିବାର ସକାଳେ ବିହାରରୁ ଗିରଫ କରାଯାଇଛି।

  8. 8.ଏହି ସପ୍ତାହରେ ସେନ୍‌ସେକ୍ସ ୨୦୯୨ ପଏଣ୍ଟ୍‌ ହରାଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ଏହାର ସର୍ବନିମ୍ନ ସ୍ତର ୨୩,୭୬୭ ପଏଣ୍ଟକୁ ଖସିଆସିଛି।

  9. 9.ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ମୋଜାମ୍ବିକ ପତାକା ବିଶିଷ୍ଟ LPG ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା।

  10. 10.ଦକ୍ଷିଣ କୋରିଆର ଜଣାଶୁଣା ‘ଏସକେ ଗ୍ରୁପ’ର କୋଟିପତି ଚେୟାରମାନ ଚେ ତେ-ଓ୍ବନ ତାଙ୍କ ପୂର୍ବତନ ସ୍ତ୍ରୀ ରୋ ସୋ-ୟଙ୍ଗଙ୍କୁ ୯୪୪ ବିଲିୟନ ଓ୍ବନ୍‌ ପ୍ରାୟ ୬୪୦ ମିଲିୟନ ଡଲାର(୫୩୫୦ କୋଟିରୁ ଅଧିକ ଟଙ୍କା) ଦେବା ପାଇଁ ସିଓଲ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହା ଶତାବ୍ଦୀର ସବୁଠାରୁ ବଡ଼ ଛାଡ଼ପତ୍ର ।

  11. 11.ବିଶ୍ୱର ସବୁଠାରୁ ଆଧୁନିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଫ୍ରାନ୍ସର ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସଂସଦ ୧୫ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଭୋଟ ଦେଇଛି।

  12. 12.ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ  ଉତ୍ତର ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ଜଡିତ ଘୁର୍ଣ୍ଣିବଳୟ ୯.୪ କିମି ସମୁଦ୍ର ପତନକୁ ବ୍ୟାପିଛି। ୨ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

  13. 13.ଦିଲ୍ଲୀରେ ଜୁଲାଇ ୨୦ରେ ହୋଇଥିବା ଛାତ୍ର ବିକ୍ଷୋଭ ପରେ ପେଲେଟ୍‌ ଗନ୍‌ ବ୍ୟବହାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ବିକ୍ଷୋଭକାରୀଙ୍କ ଉପରେ ପେଲେଟ୍‌ ଗନ୍‌ ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିବାବେଳେ ଦିଲ୍ଲୀ ପୁଲିସ ଏହାକୁ ଖଣ୍ଡନ କରିଛି।

  14. 14.ପେଲେଟ୍‌ ଗନ୍‌ ସାଧାରଣତଃ ପମ୍ପ୍‌-ଆକ୍ସନ୍‌ ଶଟ୍‌ଗନ୍‌, ଯାହାର ଗୋଟିଏ କାର୍ଟ୍ରିଜ୍‌ରୁ ଶହ ଶହ କ୍ଷୁଦ୍ର ଧାତବ ପେଲେଟ୍‌ ବାହାରିଥାଏ। ଏହା ଗୋଟିଏ ବିସ୍ତୃତ ଅଞ୍ଚଳରେ ଛିଟିକି ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରିବା କଷ୍ଟକର ହୋଇଥାଏ। ଫଳରେ ଘଟଣାସ୍ଥଳରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଆହତ ହେବାର ଆଶଙ୍କା ରହିଥାଏ। ନିକଟ ଦୂରତାରୁ ଗୁଳି ଚାଳନା କଲେ ଗୁରୁତର ଆଘାତ, ଆଖି ନଷ୍ଟ ହେବା କିମ୍ବା ସ୍ଥାୟୀ ଦୃଷ୍ଟିଶକ୍ତି ହରାଇବାର ବିପଦ ବଢ଼ିଯାଏ।

  15. 15.ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି), ବେଙ୍ଗାଲୁରୁର ୫ ଜଣ ଅଧ୍ୟାପକ ଓ ୨ ଜଣ ପିଏଚ୍‌ଡି ଗବେଷକଙ୍କ ଏକ ଦଳ ଭାରତରେ ଉନ୍ନତ ଗାଲିୟମ୍‌ ନାଇଟ୍ରାଇଡ୍‌ ଚିପ୍‌ ବିକାଶ କରିଛନ୍ତି। ଏହି ପ୍ରକଳ୍ପରେ ଷ୍ଟାର୍ଟଅପ୍‌ ‘ଅଗ୍ନିଟ୍‌ ସେମିକଣ୍ଡକ୍ଟର୍ସ’ ମଧ୍ୟ ସହଯୋଗ କରିଛି।

  16. 16.ଘର କିମ୍ବା ଗାଡ଼ି କିଣିବା ଲାଗି ମୋଟା ଅଙ୍କର ଋଣ ନେଇଥିବା ଗ୍ରାହକମାନଙ୍କ ପରିବାରର ୬୦ ପ୍ରତିଶତ ପର୍ଯ୍ୟନ୍ତ ରୋଜଗାର ଇଏମ୍‌ଆଇ ଦେବାରେ ଯାଉଛି ବୋଲି ‘ଏକ୍ସପର୍ଟ ପ୍ୟାନେଲ୍‌’ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

  17. 17.ବହୁ ସଂଖ୍ୟାରେ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି କାର୍ଯ୍ୟାଳୟ ଥିବା ଇନ୍‌ଫୋସିଟିରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ) ପକ୍ଷରୁ ଏକ ବହୁତଳ କାର୍‌ ପାର୍କିଂ ନିର୍ମାଣ କରାଯିବ। ଫଳରେ ସେଠାରେ କାର୍ଯ୍ୟ କରୁଥିବା ୩୦ ହଜାରରୁ ଅଧିକ ପ୍ରଫେସନାଲ ଉପକୃତ ହେବେ।

  18. 18.ଓଡ଼ିଶାର କୋଣାର୍କ ସନ୍ଧାନ କ୍ଷେତ୍ରଠାରୁ ୨୩ ନୌଟିକାଲ ମାଇଲ ଦୂରରେ ମହାନଦୀ ଉପତଟୀୟ ଅବବାହିକାରେ ଥିବା ‘ଏମ୍‌ଏନ୍‌-ଡିଡବ୍ଲ୍ୟୁ୧୮-ଏଚ୍‌-ଡି’ଠାରେ ରାଷ୍ଟ୍ରାୟତ୍ତ କମ୍ପାନି ଓଏନ୍‌ଜିସି ପକ୍ଷରୁ କୂପ ଖନନ ଆରମ୍ଭ କରାଯାଇଛି।

  19. 19.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ସଦସ୍ୟମାନଙ୍କ ଖାତାରେ ସୁଧ ବାବଦ ଟଙ୍କା ଜମା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୁଧ ଜମା ହେଉଥିବା ସଦସ୍ୟମାନଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଜରିଆରେ ସେହି ସୂଚନା ଦିଆଯାଉଛି।

  20. 20.ସ୍ପେନ୍‌ ନିକଟରୁ ୦-୧ ଗୋଲ୍‌ରେ ପରାଜୟ ବରଣ ପରେ ମେସି କହିଛନ୍ତି ଏ’ ପରାଜୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହା ମୋ ସହ ଚିରକାଳ ରହିବ ଏବଂ ଯନ୍ତ୍ରଣାକୁ ମୁକ୍ତ କରିବା ପାଇଁ ଲମ୍ବା ସମୟ ଲାଗିବ’।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.