• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ। ଶ୍ରୀଗୁଣ୍ଡିଚାରେ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଲୀଳାଖେଳା ସାରି ଦଶମୀ ତିଥିରେ ଦାରୁବ୍ରହ୍ମ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ।
  2. 2.ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ୨୩ ଜୁଲାଇ ୨୦୨୬ରେ ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ୍‌ ଦ୍ୱୀପରୁ ଲମ୍ବା  ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କରିଛି। 

  3. 3.ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଲିଲ ପାରେଖ ନିଜ ପଦବୀରୁ ଓହରିଯିବା ନେଇ ଘୋଷଣା କରିଛନ୍ତି। ୨୦୨୭ ଏପ୍ରିଲ ୧ରୁ ସେ ଏହି ଦାୟିତ୍ୱରୁ ଅବସର ନେବେ। ଏହା ସହିତ କମ୍ପାନୀର ବୋର୍ଡ ଆଶିଷ କୁମାର ଦାଶଙ୍କୁ ନୂଆ ସିଇଓ ଘୋଷଣା କରିଛି।

  4. 4.ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ଐତିହ୍ୟ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଦିଗରେ ଆଉ ଏକ ବଡ଼ ସଫଳତା ମିଳିଛି। ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଛି ଅନୁମୋଦନ। ଏହି ଟ୍ରେଡ୍ ମାର୍କଗୁଡ଼ିକ ହେଲା ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଏବଂ ‘କୋଇଲି ବୈକୁଣ୍ଠ’।

  5. 5.କକ୍ରୋଚ ଜନତା ପାର୍ଟି (ସି‌ଜେପି) ପ୍ରତିଷ୍ଠାତା ଅଭିଜିତ ଦୀପକେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

  6. 6.ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ପେପର ଲିକ୍ ବିରୋଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

  7. 7.ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିଷ୍ପତ୍ତିର ଜବାବ ଦେଇଛନ୍ତି।

  8. 8.ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ଛାତ୍ରମାନଙ୍କ ଉପରେ ପୁଲିସ ବର୍ବରତା ବିରୋଧରେ ଗୁରୁବାର ସୁପ୍ରିମ୍‌କୋର୍ଟର ଓକିଲମାନେ ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ସମ୍ବିଧାନର ମୁଖବନ୍ଧ ଆବୃତ୍ତି କରିଛନ୍ତି। ‘ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ’ ଅଭିଯାନ ଅନ୍ତର୍ଗତ ଓକିଲମାନେ ଛାତ୍ରମାନଙ୍କୁ ସମର୍ଥନ ଜଣାଇବା ସହିତ ସେମାନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। 

  9. 9.ପୁଣି ଲିକ୍ ପ୍ରଶ୍ନପତ୍ର ହେଲା । ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟର ୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଛି।

  10. 10.ଓଡ଼ିଶାର ଓଡ଼ିଶୀ, ଗୋଟିପୁଅ ଏବଂ ଛଉ ସମେତ ଅନ୍ୟାନ୍ୟ ଶାସ୍ତ୍ରୀୟ, ଲୋକନୃତ୍ୟ ଓ କଳାଗୁଡ଼ିକର ସଂରକ୍ଷଣ ଏବଂ ପ୍ରସାର ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଲିକତାଠାରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍‌ସିସି) ପ୍ରତିଷ୍ଠା କରାଯାଇଛି।

  11. 11.ଓଡିଶା ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ ବୃଦ୍ଧି ପାଇ ୨୬୨% ରେ ପହଞ୍ଚିଛି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

  12. 12.ମହାନଦୀ ଜଳବିବାଦ ମାମଲାରେ ଗୁରୁବାର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ବିବାଦର ସ୍ଥାୟୀ ସମାଧାନ ଏବଂ ମହାନଦୀ ଜଳ ଆବଣ୍ଟନ ପ୍ରସଙ୍ଗରେ ସହମତି ଆଣିବା ପାଇଁ କେନ୍ଦ୍ରୀୟ ଜଳ କମିଶନ (CWC) ଓ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟକୁ ମଧ୍ୟସ୍ଥତା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

  13. 13.ପୋଲିପ ପାଇଁ ସୁନାବେଶ ଆୟୋଜନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି। ସୁନାବେଶକୁ ପ୍ରାୟତଃ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଅଢ଼େଇ ଲକ୍ଷର ପୁରୀ ସହରରେ ଏତେ ଲୋକଙ୍କ ସମାଗମ ହେବା ଟ୍ରାଫିକ ପରିଚାଳନା ସବୁଠାରୁ ଗୁରୁବପୂର୍ଣ୍ଣ ହେବ ବୋଲି କହିଛନ୍ତି।

  14. 14.ଦି ଇକୋନୋମିକ୍ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ LPG ସହିତ ଇଥାନଲକୁ ମୁଖ୍ୟଧାରାର ରୋଷେଇ ଇନ୍ଧନ ଭାବରେ ସାମିଲ କରିବା ପାଇଁ ଏକ ନୀତିଗତ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି।

  15. 15.କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ ୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା କିଛି ପୁରୁଣା ଗାଡ଼ିର ଇନ୍ଧନ ଦକ୍ଷତା (ମାଇଲେଜ୍) ରେ ସାମାନ୍ୟ ହ୍ରାସ ଆସିପାରେ।

  16. 16.ଲଗାତାର ଗ୍ରୀଷ୍ମପ୍ରବାହ ପରେ ଫ୍ରାନ୍ସ ଓ ସ୍ପେନ୍‌ର ବିଭିନ୍ନ ଅଞ୍ଚଳରେ ଭୟଙ୍କର ଜଙ୍ଗଲ ନିଆଁ ବ୍ୟାପିଛି। ଦକ୍ଷିଣ ୟୁରୋପର ଅନେକ ଅଞ୍ଚଳ ବିପଦରେ ପଡ଼ିଛି। ନିଆଁରୁ ରକ୍ଷା ପାଇବା ପାଇଁ ୧୦ ହଜାରରୁ ଅଧିକ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି।

  17. 17.ଓଡ଼ିଆ କଳା, ସଂସ୍କୃତି ତଥା ନାରୀତ୍ଵକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି। ଆସନ୍ତା ଜୁଲାଇ ୨୭ ତାରିଖ ସନ୍ଧ୍ୟା ୭:୩୦ରେ  ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ନୂଆ ମେଗା ଧାରାବାହିକ 'ଶ୍ରାବଣୀ'

  18. 18.ଦକ୍ଷିଣ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ଜନ ନାୟାଗନ୍" ୨୦୨୬ ଜୁଲାଇ ୨୩ରେ ବିଶ୍ୱରେ ମୁକ୍ତିଲାଭ କରିଛି। ଜାନୁଆରି ପରଠାରୁ ବାରମ୍ବାର ସ୍ଥଗିତ ରହିଥିବା ଏହି ଚଳଚ୍ଚିତ୍ରଟି ଶେଷରେ ସିନେମା ହଲରେ ପ୍ରବେଶ କରିଛି।

  19. 19.ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ଆସନ୍ତା ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଇପାରନ୍ତି।

  20. 20.ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିଛି। ଭାରତ ୭ ୱିକେଟରେ ଜିମ୍ବାୱେକୁ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ବିଜୟୀ ଆରମ୍ଭ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.