-
ସମଗ୍ର ଦେଶରେ ଓଡ଼ିଶାର ନାମ ରୋଶନ କରିଥିବା ଚଳିତ ବର୍ଷର ‘ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ସରକାରୀ ବାସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଅସାଧାରଣ କୃତିତ୍ୱ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।
-
ଫୁଲବାଣୀ ସରକାରୀ ମେଡିକାଲ କଲେଜକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବାର ଦିନକ ପରେ ଏହାର ନାଁ ବଦଳିଛି। ଏଣିକି ତାହା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଫୁଲବାଣୀଭାବେ ପରିଗଣିତ ହେବ।
-
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ବହୁ ପ୍ରତୀକ୍ଷିତ “ଦିଲ୍ଲୀ ଲକ୍ଷ୍ମୀ ଯୋଜନା”କୁ ଆନୁଷ୍ଠାନିକ ଭାବରେ ମଞ୍ଜୁରୀ ଦିଆଯାଇଛି। ଏହି ମହତ୍ୱାକାଂକ୍ଷୀ ଯୋଜନା ଅଧୀନରେ, ରାଜଧାନୀର ଯୋଗ୍ୟ ମହିଳାମାନେ ସରକାରଙ୍କଠାରୁ ପ୍ରତି ମାସରେ ୨,୫୦୦ ଟଙ୍କା ଆର୍ଥିକ ସହାୟତା ପାଇବେ।
-
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ସର୍ବଶେଷ ବିଶ୍ଳେଷଣରେ ୪ ଜଣ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ଶୀର୍ଷରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୋଟ ଘୋଷିତ ସମ୍ପତ୍ତି ୧,୪୧୩ କୋଟି ଟଙ୍କା। ତାଲିକାର ଦ୍ୱିତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଘୋଷିତ ସମ୍ପତ୍ତି ୯୩୧ କୋଟି ଟଙ୍କା। ତୃତୀୟ ସ୍ଥାନରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ସି ଜୋସେଫ୍ ବିଜୟ (ବିଜୟ ଥାଲାପତି) ଘୋଷିତ ସମ୍ପତ୍ତି ପ୍ରାୟ ୬୪୮ କୋଟି ଟଙ୍କା। ଚତୁର୍ଥ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ପେମା ଖାଣ୍ଡୁ ଯାହାଙ୍କ ଘୋଷିତ ସମ୍ପତ୍ତିର ମୂଲ୍ୟ ୩୩୨ କୋଟି ଟଙ୍କା।
-
ଜାପାନର କ୍ୟୁଶୁ ଅଞ୍ଚଳର କୁମାମୋଟୋ ପ୍ରଦେଶରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନର ଭୂକମ୍ପ ତୀବ୍ରତା ମାପ ପ୍ରଣାଳୀ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭ ରେକର୍ଡ କରାଯାଇଛି, ଯାହା ରିକ୍ଟର ସ୍କେଲରେ ସର୍ବୋଚ୍ଚ ସ୍ତର।
-
ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀର ଜନ୍ତର ମନ୍ତର କିମ୍ୱା ଅନ୍ୟ କୌଣସି ରାଜ୍ୟରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ବିରୋଧରେ ପୋଲିସ କୌଣସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଶ୍ୱସ୍ତି କେବଳ ନିର୍ଦ୍ଦୋଷ ଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ।
-
କକା ଅର୍ଥାତ୍ ଶରଦ ପାୱାର ଏବଂ ପୁତୁରା ଅର୍ଥାତ୍ ଦିବଙ୍ଗତ ନେତା ଅଜିତ ପାୱାର (ବର୍ତ୍ତମାନ ସୁନେତ୍ରା ପାୱାରଙ୍କ ଏନ୍ସିପି) ମଧ୍ୟରେ କୌଣସି ମିଶ୍ରଣ ହେବାକୁ ଯାଉନାହିଁ। ଏକ ପ୍ରଶ୍ନର ଉତ୍ତର ଦେଇ ଶରଦ ପାୱାର ସ୍ପଷ୍ଟ ଭାବେ କହିଛନ୍ତି।
-
ଦିଲ୍ଲୀର କେତେକ ପ୍ରମୁଖ ପରିବହନ ସଂସ୍ଥା ଇ-୨୦ ପେଟ୍ରୋଲ୍ର ପ୍ରତ୍ୟାହାର ଦାବିରେ ଆସନ୍ତା ଅଗଷ୍ଟ ୪ରେ ସଂସଦ ଭବନ ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଘୋଷଣା କରିଛନ୍ତି।
-
ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା ସିହ୍ନାଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି; ସେ ଅଗଷ୍ଟ 3, 2026 ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ।
-
ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion Magnet) ତିଆରି କରି ତାହାର ସଫଳ ପରୀକ୍ଷଣ ଶେଷ କରିଛି। ଏହାର ଓଜନ ୫୮୨ ଟନ୍ ଏବଂ ଏହାକୁ ‘ଆର୍ଟିଫିସିଆଲ୍ ସନ୍’ (କୃତ୍ରିମ ସୂର୍ଯ୍ୟ) ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମନେକରାଯାଉଛି।
-
ଜଲି ଫାର୍ମା ଇଣ୍ଡିଆର ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଓ ଶରୀରରୁ ବିଷାକ୍ତ ଉପାଦାନ ବାହାର କରିବାର ଉତ୍ପାଦ ଜଲି ତୁଳସୀ ୫୧ ଡ୍ରପ୍ସ କ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି।
-
ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) କମ୍ପାନି ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ବଜାରରୁ ୧୦ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି।
-
ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି। କୌଣସି ଡିଲର୍ ଚିନି ମଗାଇବା ପରେ ତାହାକୁ ୩୦ ଦିନରୁ ଅଧିକ ସମୟ ନିଜ ପାଖରେ ରଖିପାରିବେ ନାହିଁ। ଯେକୌଣସି ସମୟରେ ତାଙ୍କ ପାଖରେ ୪୦୦୦ କ୍ବିଣ୍ଟାଲ୍ରୁ ଅଧିକ ଚିନି ରହିପାରିବ ନାହିଁ।
-
ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କ ଲିମିଟେଡ୍କୁ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ନିୟମ ପାଳନରେ ବିଫଳ ହୋଇଥିବା ଏହି ପେମେଣ୍ଟ୍ ବ୍ୟାଙ୍କର ଲାଇସେନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବହୁ ପୂର୍ବରୁ ବାତିଲ କରିଥିଲେ।
-
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
