-
1.ମାଝୀଙ୍କ ଅଭିଯୋଗ ଯେ ପ୍ରଯୋଜକ ମନୋଜ ବାଗଙ୍କ କ୍ଷୁଦ୍ର ଚଳଚିତ୍ର 'ଲାଶ୍ ' ତାଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଆଧାରିତ। ପ୍ରଯୋଜକ ଏହି ସିନେମା ସଂପର୍କରେ ତାଙ୍କ ସହ କଥା ହୋଇନାହାନ୍ତି କି ତାଙ୍କର ଅନୁମତି ନେଇ ନାହାନ୍ତି। ଏଣୁ ସେ ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ଏତଲା ଦେଇଥିବା କହିଛନ୍ତି ଦାନ ମାଝୀ ।
-
2. କେତେକ ନିର୍ଦ୍ଦିଷ୍ଟ ପ୍ରକାର ପାନୀୟକୁଏନର୍ଜି ଡ୍ରିଙ୍କ ଦର୍ଶାଇ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ବିରୋଧରେ ‘ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ’ (ଏଫ୍ଏସ୍ଏସ୍ଏଆଇ) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନର୍ଜି ଡ୍ରିଙ୍କ ଓ ସେହି ଧରଣର ଶବ୍ଦକୁ ୯୦ ଦିନ ଭିତରେ ହଟାଇବାକୁ ପେପ୍ସି, ରେଡ୍ବୁଲ୍, ମନଷ୍ଟର୍ ବେଭରେଜେସ୍, ରିଲାଏନ୍ସ ଓ ହେଲ୍ ଏନର୍ଜିକୁ ନିର୍ଦ୍ଦେଶ ଦିଆଯାଇଛି।
-
3.ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦାର ୧ ଟେରାବାଇଟ୍ ତଥ୍ୟ ଅନଲାଇନ୍ରେ ଲିକ୍ ହୋଇଥିବା ଅଭିଯୋଗ ହୋଇଛି।
-
4.ଓ ଇରାନ ମଧ୍ୟରେ ଉତେଜନନା ହ୍ରାସ ହେବା ସହ ଅଶୋଧିତ ତୈଳ ଦର କମିବାରୁ ନିବେଶକମାନେ ଆଜି ଉତ୍ସାହିତ ହୋଇ ଷ୍ଟକ୍ରେ ନିବେଶ କରିଥିଲେ। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୭୭୬.୦୧ ପଏଣ୍ଟ୍ ବୃଦ୍ଧି ପାଇ୭୬,୮୩୫.୭୮ ପଏଣ୍ଟ୍ରେ ବନ୍ଦ ହୋଇଥିଲା।
-
5.ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣିର ୧୯ତମ ପାଳି ସୋମବାର ଛଅ ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଶେଷ ହୋଇଛି।
-
6.ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଏବଂ ଏହାକୁ କୌଣସି ପରିସ୍ଥିତିରେ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ।
-
7.ପେପର ଲିକ୍ ବିରୋଧରେ ପ୍ରତିବାଦ ସମୟରେ ଛାତ୍ରମାନଙ୍କ ଉପରେ AK-47 ଗୁଳି ଚଳାଇଥିବା ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି।
-
8.E-20 ଜନତା ପାର୍ଟି ନାମକ ଏକ ଅଭିଯାନର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ୩୦,୦୦୦ ରୁ ଅଧିକ ଫଲୋଅର୍ସ ଅଛନ୍ତି, ଇନଷ୍ଟାଗ୍ରାମରେ ଏହି ସଂଖ୍ୟା ଏବେ ୧,୦୦୦ ପାଖାପାଖି ପହଞ୍ଚିଛି।
-
9.ସୋନମ ୱାଙ୍ଗଚୁକ ନିଜ ‘X’ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ଶେଷରେ ମୋତେ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି। ପ୍ରଥମେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି, ତା’ପରେ ପର୍ବତମାଳାକୁ ଫେରିଯିବି।” ସେ ମେଦାନ୍ତ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଚିକିତ୍ସା ଏବଂ ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
-
10.ନିଟ ପେପର୍ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।
-
11.କେନ୍ଦ୍ର ସରକାର ଖୁବଶୀଘ୍ର ମାର୍କେଟକୁ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଆସିବ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଏକ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଛନ୍ତି ।
-
12.୨୦୨୦ ଫେବୃଆରୀ ୧୫ରୁ ଇତିମଧ୍ୟରେ ୭୪ଲକ୍ଷ ୮୯ହଜାର ୨୩୪ ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।
-
13.ଜୁଲାଇ ୧୩ ତାରିଖ। ୪୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଲକ୍ଷ୍ନୌ-କାନପୁର ଗ୍ରୀନଫିଲ୍ଡ ନ୍ୟାସନାଲ ଏଲିଭେଟେଡ୍ ଏକ୍ସପ୍ରେସୱେର ଉଦ୍ଘାଟନର ମାତ୍ର ୧୨ ଦିନ ପରେ ଉନ୍ନାଓରେ ଏହି ଏକ୍ସପ୍ରେସୱେର ଗୋଟିଏ ବଡ଼ ଅଂଶ ଧସିଯାଇଛି।
-
14.ଏଫ୍ଆଇଏଚ୍ ଏସୀୟ ଯୁବ ୫ଏସ୍ ହକି ଚମ୍ପିଆନସିପ ପ୍ରଥମ ସଂସ୍କରଣ-୨୦୨୬ରେ ଭାରତୀୟ ପୁରୁଷ ଦଳ ସ୍ବର୍ଣ୍ଣ ଓ ମହିଳା ଦଳ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଓମାନର ମସ୍କାଟରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ରବିବାର ପୁରୁଷ ବର୍ଗ ଫାଇନାଲରେ ଭାରତ ୩-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ସହ ସ୍ବର୍ଣ୍ଣ ପଦକ ଜିତିଛି।
-
15..ଜଳସ୍ତର ହ୍ରାସ ପାଇବାରେ ଲାଗିଛି, ତେଣୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଛଅଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଦେଇଛନ୍ତି ଏବଂ ଦୁଇଟି ଖୋଲା ରଖିଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
