-
1.ଗତ ଦଶ ଦିନ ମଧ୍ୟରେ ଏହା ଇନ୍ଧନ ମୂଲ୍ୟରେ ଚତୁର୍ଥ ବୃଦ୍ଧି। ପେଟ୍ରୋଲର ମୂଲ୍ୟ ୨ଟଙ୍କା ୬୧ ପଇସା ଏବଂ ଡିଜେଲର ମୂଲ୍ୟ ୨ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୯୫ଟଙ୍କା ୨୦ ପଇସା ଏବଂ ପେଟ୍ରୋଲର ମୂଲ୍ୟ ୧୦୨ ଟଙ୍କା ୧୨ ପଇସା ହୋଇଛି।
-
2.ଭାରତର ହାରାହାରି ତାପମାତ୍ରା ଗତ ଶତାବ୍ଦୀରେ ୦.୭ ପ୍ରତିଶତ ବଢ଼ିଛି। ଆଗାମୀ ଦିନରେ ଏହା ଜୀବନ ଓ ଜୀବିକା ଉପରେ ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଇବାକୁ ଯାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଭାରତରେ ହିଟ୍ୱେଭ ଚଳିତ ଶତାବ୍ଦୀ ଶେଷବେଳକୁ ୩୦୦ରୁ ୪୦୦ ପ୍ରତିଶତ ବଢ଼ିଯାଇପାରେ।
-
3.ଯୁବପିଢ଼ିଙ୍କ ମଧ୍ୟ ସେଲ୍ଫି ଓ ରିଲ୍ସ ନିଶାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ ଗତ ୧୧ ବର୍ଷ ମଧ୍ୟରେ ୨୭୧ ଜଣ ମୃତାହତ ହୋଇଛନ୍ତି।
-
4.ଉତ୍ତରପ୍ରଦେଶରେ ୱକଫ୍ ଭାବରେ ପଞ୍ଜୀକୃତ ୩୧,୦୦୦ରୁ ଅଧିକ ସମ୍ପତ୍ତିକୁ କେନ୍ଦ୍ରର ଉମିଦ୍ ପୋର୍ଟାଲରୁ ହଟାଇ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସମ୍ପତ୍ତି ସହ ଜଡିତ ଦସ୍ତାବିଜ ଯାଞ୍ଚ ପରେ ପଞ୍ଜୀକରଣ ବାତିଲ କରାଯାଇଛି।
-
5.ଆନ୍ଧ୍ରରେ ପେଟ୍ରୋଲ ଦର ଲିଟର ପିଛା ସର୍ବାଧିକ ୧୧୭ ଟଙ୍କା ୮୦ ପଇସା ରହିଛି। ଏହା ପଛକୁ ତେଲେଙ୍ଗାନାରେଦେର ୧୧୫ ଟଙ୍କା ୭୦ ପଇସା, କେରଳରେ ୧୧୨ ଟଙ୍କା ୩୦ ପଇସା। ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ଗୋଆ ଓ ଆସାମରେ ପେଟ୍ରୋଲ ଦାମ୍ କମ୍ ରହିଛି।
-
6.ଗୁଜୁରାଟ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ଉଂଝାରେ ୩,୫୦୦ କିଲୋଗ୍ରାମରୁ ଅଧିକ ରଙ୍ଗଦିଆ ପାନମଧୁରୀ ଜବତ କରିଛନ୍ତି।
-
7.ସିବିଏସ୍ଇ ପୋର୍ଟାଲରେ ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ପେପର ପିଛା ୬୯,୦୦୦ ଟଙ୍କା ଜମା କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ତେବେ ଏହି ପରିମାଣ ଚୂଡାନ୍ତ ନୁହେଁ।
-
8.ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ରବିବାର ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟକୁ ଆମେରିକୀୟ ସମାଜର ଏକ ପରିଭାଷିତ ବୈଶିଷ୍ଟ୍ୟ ଭାବରେ ଚିତ୍ରଣ କରିବାର ପ୍ରୟାସକୁ ଖାରଜ କରି କହିଛନ୍ତି।
-
9.ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ ୯୦ଟି କ୍ଷେପଣାସ୍ତ୍ର ଏବଂ ୬୦୦ଟି ଡ୍ରୋନ୍ ନିକ୍ଷେପ କରିଛି ।
-
10.ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ ଓ୍ବେଭ୍ ଜାରି ରହିବ।
-
11.ପଶ୍ଚିମବଙ୍ଗର ଫାଲ୍ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।
-
12.ଜାତୀୟ ପରୀକ୍ଷା ଏଜେନ୍ସି (NTA) ମେ ୨୮, ୨୦୨୬ରେ ହେବାକୁ ଥିବା CUET-UGର ଉଭୟ ସିଫ୍ଟ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସଂଶୋଧିତ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା ହେବ ବୋଲି NTA ପକ୍ଷରୁ ଅବଗତ କରାଯାଇଛି।
-
13.ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି।
-
14.କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଥାଟ୍ଟେ ହକ୍କାଲୁ ନଦୀରେ ରବିବାର ୮ଜଣ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି।
-
15.ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
