• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ପରିବାରଗୁଡ଼ିକ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଷ୍ଟକ ବଜାରରେ ସଞ୍ଚଯ ରାଶି  ନିବେଶ କରୁଛନ୍ତି। ଅଧିକାଂଶ ପରିବାର ଚଳିତ ବର୍ଷର ପ୍ରଥମ ତିନି ମାସରେ ବିପୁଳ କ୍ଷତି ସହି ୧୨.୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। 

  2. 2.ଓଡିଶା ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ବହି ପଢ଼ିବେ।

  3. 3.ଆସୋସିଏସନ୍‌ ଅଫ୍ ଚାର୍ଟର୍ଡ ସାର୍ଟିଫାଏଡ୍‌ ଆକାଉଣ୍ଟାଣ୍ଟ୍‌ସର ଏକ ଅଧ୍ୟୟନ ଅନୁସାରେ ୮୧ ପ୍ରତିଶତ ଭାରତୀୟ ନିଜ ଦରମାକୁ ନେଇ ଅସନ୍ତୁ‌ଷ୍ଟ ଅଛନ୍ତି। ମାତ୍ର ୨୦ ପ୍ରତିଶତ ଦରମାରେ ସନ୍ତୁଷ୍ଟ ଥିବା କହିଛନ୍ତି।‌

  4. 4.୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଲଗାତାର ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଅନୁଦାନପ୍ରାପ୍ତ, ଘରୋଇ, ବୃତ୍ତିଗତ (ପ୍ରଫେସନାଲ୍‌) ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କଲେଜରେ  ସବୁଦିନ ପାଇଁ ବନ୍ଦ କରାଯିବ ।

  5. 5.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ଗାଜା ଷ୍ଟ୍ରିପ୍ ଉପରେ ସେମାନଙ୍କର ନିୟନ୍ତ୍ରଣ ବିସ୍ତାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଇସ୍ରାଏଲୀ ସେନା ଗାଜାର ପ୍ରାୟ ୭୦% ଦଖଲ କରିବାକୁ ଲକ୍ଷ୍ୟ ରଖିଛି। 

  6. 6.ଇରାନର ସରକାରୀ ଟିଭି ଦାବି କରିଛି ଯେ ଶୁକ୍ରବାର ପ୍ରତ୍ୟୁଷରେ ଏକ ଆମେରିକୀୟ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି।

  7. 7.ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଗୁରୁବାର ଦେଶର ସଂସଦକୁ ସମ୍ବୋଧିତ କରି ଯୁଦ୍ଧ ପରବର୍ତ୍ତୀ ପରିବେଶରେ ଆର୍ଥିକ ଶକ୍ତି ଏବଂ ଜାତୀୟ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

  8. 8.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ସଂଘର୍ଷରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ କରିନାହାଁନ୍ତି। ଟ୍ରମ୍ପ ସାତଟି ଦେଶ ବିରୋଧରେ ଆକ୍ରମଣ ଆରମ୍ଭ କରିଛନ୍ତି: ଇରାନ, ଇରାକ, ନାଇଜେରିଆ, ଭେନେଜୁଏଲା, ସୋମାଲିଆ, ସିରିଆ ଏବଂ ୟେମେନ। ଏହା ସହିତ, ସେ ଏହି କାର୍ଯ୍ୟକାଳ ମଧ୍ୟରେ କାନାଡା, କଲମ୍ୱିଆ, କ୍ୟୁବା, ଗ୍ରୀନଲ୍ୟାଣ୍ଡ, ମେକ୍ସିକୋ, ପାନାମା ଏବଂ ବର୍ତ୍ତମାନ ଓମାନ ସମେତ ସାତଟି ଅନ୍ୟ ରାଷ୍ଟ୍ର ବିରୁଦ୍ଧରେ ଆକ୍ରମଣର ଧମକ ଦେଇଛନ୍ତି।

  9. 9. ଦେଶର ପ୍ରମୁଖ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଷଷ୍ଠ ବର୍ଷ ପାଇଁ ଦରମା ନେବାକୁ ମନା କରିଦେଇଛନ୍ତି। କରୋନା ମହାମାରୀ ପରଠାରୁ ସେ ନିଜ ବାବଦ ଦରମା ନେଉନାହାନ୍ତି। 

  10. 10.ମାର୍କ ଜକରବର୍ଗଙ୍କ ସଂସ୍ଥା ମେଟା ଏହାର ତିନି ପ୍ରମୁଖ ‌ସୋସିଆଲ୍‌ ମିଡିଆ ଫେସବୁକ୍‌, ଇନଷ୍ଟାଗ୍ରାମ୍‌ ଓ ହ୍ବାଟସ୍‌ଆପ୍‌ ପାଇଁ ପେଡ୍‌ ଭର୍ସନର ପରୀକ୍ଷଣ ଆରମ୍ଭ କରିଛି। ଯେଉଁମାନେ ପେଡ୍‌ ସବ୍‌ସ୍କ୍ରିପ୍‌ସନ ଗ୍ରହଣ କରିବେ ସେମାନଙ୍କୁ କିଛିଟା ପ୍ରିମିୟମ୍‌ ସେବା ମିଳିବ।

  11. 11.ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଇ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିପାରେ କିମ୍ବା ଏହା ପାଖାପାଖି ରହିପାରେ। ବ୍ରିଟେନ୍‌ର ମେଟ୍‌ ଅଫିସ୍‌ ଦ୍ୱାରା ଗୁରୁବାର ପ୍ରକାଶିତ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ରିପୋର୍ଟରେ ଏହି ଆଶଙ୍କା କରାଯାଇଛି।

  12. 12.ରାଜ୍ୟରେ  ତେଲ ଦର ବୃଦ୍ଧି ଯୋଗୁଁ ୨% ବସ୍ ଭଡ଼ା ବୃଦ୍ଧି ହୋଇଛି। ହେଲେ ବି ଅନେକ ସ୍ଥାନରେ ମନଇଚ୍ଛା ଭଡ଼ା ନିଆଯାଉଛି । ସଠିକ ଭଡ଼ା ନେବା ପାଇଁ ବସ୍ ମାଲିକ ଓ କର୍ମଚାରୀଙ୍କୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ।

  13. 13.ସିବିଆଇ ଟିବ୍‌ ଟ୍ବିଶାଙ୍କ ଶାଶୁ, ଗିରିବାଳା ସିଂହଙ୍କୁ ଗିରଫ କରାଯାଇଛି ।

  14. 14.ସିଲିଣ୍ଡର ପଞ୍ଜିକୃତ ମୋବାଇଲ ନମ୍ୱରରେ ପ୍ରାପ୍ତ ଓଟିପି ଡେଲିଭରି କର୍ମଚାରୀମାନଙ୍କୁ ପ୍ରଦାନ କରନ୍ତି ନାହିଁ, ତେବେ ସିଲିଣ୍ଡର ଆପଣଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଏହା ସହିତ, ଗ୍ୟାସ କମ୍ପାନୀଗୁଡ଼ିକ ଏବେ ରିଫିଲ ପାଇଁ ର୍ନିଦ୍ଧାରିତ ଲକ-ଇନ ଅବଧିକୁ କଡ଼ାକଡ଼ି ଭାବରେ ନିରୀକ୍ଷଣ କରୁଛନ୍ତି – ସହରାଞ୍ଚଳ ପାଇଁ 25 ଦିନ ଏବଂ ଗ୍ରାମାଞ୍ଚଳ ପାଇଁ 45 ଦିନ।

  15. 15.ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇର କୋଟା ମଣ୍ଡଳ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଏକ ନୂଆ ଟୋକନ ସିଷ୍ଟମ ଲାଗୁ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.