-
1.ଦେଶରେ ପ୍ରଥମ ସ୍ଵଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରିବ। ଭାରତୀୟ ରେଳପଥ ଦ୍ୱାରା ଅନୁମୋଦିତ ଏହି ଟ୍ରେନ୍ରେ ୧୦ଟି କୋଚ୍ ଓ ୧୨୦୦ କିଲୋୱାଟ୍ ବିଶିଷ୍ଟ ଇଞ୍ଜିନ୍ ରହିଛି, ଯାହାକି ଜିନ୍ଦ୍-ସୋନିପତ ସେକ୍ସନରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ।
-
2.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରଯାନ-୨ ଅର୍ବିଟରରୁ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଥିବା ଗଭୀର ଗର୍ତ୍ତ ବା କ୍ରେଟର ଗୁଡ଼ିକର ଭୂତଳ ଭାଗରେ ବିପୁଳ ପରିମାଣର ବରଫ ଲୁଚି ରହିଥିବା ସଂକେତ ମିଳିଛି।
-
3.ଖାଇବା ତେଲ ପ୍ୟାକେଟ୍ରେ ରହୁଥିବା ଅସଙ୍ଗତିକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ। ଏହି ବ୍ୟବସ୍ଥା ଉପରେ ରୋକ ଲଗାଇବା ବିଷୟରେ ବିଚାର କରୁଛନ୍ତି। ପ୍ୟାକେଟ୍ଗୁଡ଼ିକରେ ୬୫୦ ଗ୍ରାମ, ୭୦୦ ଗ୍ରାମ, ୮୧୦ ଗ୍ରାମ, ୮୫୦ ଗ୍ରାମ ଓ ୮୭୦ ଗ୍ରାମ ଭଳି ଭିନ୍ନ ଭିନ୍ନ ଓଜନର ତେଲ ରହୁଛି।
-
4.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଜିଲ୍ଲାର ପାରାଦୀପ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ମେଗା ଇସ୍ପାତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କା ନିବେଶ ହେବ।
-
5.ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି।
-
6.ପଶ୍ଚିମବଙ୍ଗ କ୍ୟାବିନେଟ୍ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ମହିଳାଙ୍କ ପାଇଁ ୩,୦୦୦ ଟଙ୍କାର ସହାୟତା ରାଶିକୁ ଅନୁମୋଦନ କରିଛି।
-
7.ମୁନ୍ଦ୍ରା ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ ମିଳିତ ଅଭିଯାନ ଚଳାଇଥିଲେ। ଗୁପ୍ତ ସୂଚନା ଆଧାରରେ ସେମାନେ ୧୧୫କିଲୋ କୋକେନ୍ ଜବତ କରିଥିଲେ।
-
8.ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ତାମିଲନାଡୁରେ ବକ୍ରୀଦ କିମ୍ବା ଅନ୍ୟ କୌଣସି ଦିନରେ ଗାଈ ଏବଂ ବାଛୁରୀ ହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି।
-
9.ଗଞ୍ଜାମ ଜିଲ୍ଲାରେ ଗତ ୧୦ବର୍ଷରେ (୨୦୧୬ରୁ ୨୦୨୫) ୯୩୯ ହତ୍ୟାକାଣ୍ଡ ଘଟିଛି। ଏଥିସହ ୨୦୨୬ ମସିହାରେ ପାଖାପାଖି ୨୦ ମୁଣ୍ଡ ଗଡ଼ିସାରିଲାଣି। ତଥ୍ୟ ଅନୁସାରେ, ବିଜେଡି ସରକାରଙ୍କ ଶେଷ ୮ ବର୍ଷ ଭିତରେ ଗଞ୍ଜାମ ଜିଲ୍ଲା ୭୫୫ଟି ହତ୍ୟାକାଣ୍ଡ ଦେଖିଛି।
-
10.ଭୁବନେଶ୍ବର ବିମାନବନ୍ଦର ଦେଇ ଆସୁଥିବା ଇବୋଲା ସନ୍ଦିଗ୍ଧଙ୍କୁ ସଙ୍ଗରୋଧ କରିବା ଲାଗି ଏମ୍ସ ଭୁବନେଶ୍ବରରେ ୬-୮ଟି ଶଯ୍ୟା ସଂରକ୍ଷିତ ରହିବ।
-
11.ବର୍ଷା ଋତୁରେ ହୀରାକୁଦ ଜଳଭଣ୍ତାରେ ଜଳରାଶି ବୃଦ୍ଧି ପାଇଥାଏ ଏହାକୁ ଆଖି ଆଗରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି।
-
12.ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଏମ୍ପି କାକୋଲି ଘୋଷ ଟିଏମସି ଦଳ ଛାଡ଼ଛନ୍ତି ।
-
13.ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ ।
-
14.ଓଡ଼ିଶା ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ।
-
15.ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର ୧୬ ବଲେ୍ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
