-
1. ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଦୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତି ଅନୁସୂଚିତ ଜାତି (ଏସ୍ସି) ମାନ୍ୟତା ପାଇପାରିବେ ନାହିଁ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ଅନୁଯାୟୀ ସୁରକ୍ଷା ଦାବି କରିପାରିବେ ନାହିଁ।
-
2.ତିନି ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ୱେବସାଇଟ୍ ଉପରେ ୬୧ ନିୟୁତରୁ ଅଧିକ ଥର ସାଇବର୍ ଆକ୍ରମଣ ହୋଇଛି। ପ୍ରତିଟି ଉଦ୍ୟମକୁ ସଫଳତାର ସହ ରୋକାଯାଇଛି ବୋଲି ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି ବାସୁଦେବନ କହିଛନ୍ତି।
-
3.୨୦୨୬-୨୭ ବର୍ଷ ପାଇଁ ସୌର ଶକ୍ତି ସମୟରେ ୟୁନିଟ୍ ପିଛା ୨ ଟଙ୍କା ଓ ଅନ୍ୟ ସମୟରେ ୧ ଟଙ୍କା ରିହାତି ମିଳିବ। ଘରୋଇ ଗ୍ରାହକଙ୍କୁ ୪% ରିହାତି ମିଳିବ। ସମୟ ପୂର୍ବରୁ ଅନଲାଇନ୍ ରେ ସମ୍ପୂର୍ଣ୍ଣ ବିଲ୍ ପୈଠ କରନ୍ତି, ତେବେ ୪% ରିହାତି ପାଇବେ। ପ୍ରି-ପେଡ୍ ମିଟର ବ୍ୟବହାର କରୁଥିବା ଗ୍ରାହକଙ୍କୁ ମଧ୍ୟ ୪% ରିହାତି ମିଳିବ। ଇ-ବିଲ୍ ପାଇଁ ମଧ୍ୟ ରିହାତି ରହିଛି।
-
4.ନୂତନ ନିୟମ ଅନୁଯାୟୀ, ଯଦି ଜଣେ ଯାତ୍ରୀ ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ତାଙ୍କ ଟିକେଟ୍ ବାତିଲ କରନ୍ତି, ତେବେ ସେ ପ୍ରଯୁଜ୍ୟ ବାତିଲ୍ ଶୁଳ୍କ ବାଦ ଦେଇ ୭୫% ,୭୨ ରୁ ୨୪ ଘଣ୍ଟା ମଧ୍ୟରେ ୨୫% ଟଙ୍କା , ୨୪ ରୁ ୮ ଘଣ୍ଟା ମଧ୍ୟରେ ୫୦% ଟଙ୍କା ଫେରସ୍ତ ମିଳିବ। ୮ ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ ଟଙ୍କା ଫେରସ୍ତ ମିଳିବ ନାହିଁ।
-
5.ସୁନା ଦର ୪୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଏହା ସର୍ବକାଳୀନ ରେକର୍ଡରୁ ଶୀର୍ଷ ପ୍ରାୟ ୨୦% ହ୍ରାସ ପାଇଛି।
-
6.ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ ବର୍ତ୍ତମାନ ଭାରତ ଅଭିମୁଖେ ଯାତ୍ରା କରୁଛି।
-
7.ଏମ୍ସିଏଲ୍ ପକ୍ଷରୁ ଅନୁଗୁଳଜିଲ୍ଲାର ବଳରାମ-ହିଙ୍ଗୁଳା ଖଣି ଅଞ୍ଚଳରେ ବାର୍ଷିକ ୧୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବଡ଼ ୱାସେରି ସ୍ଥାପନ କରାଯିବ। ଦ୍ବିତୀୟ ୱାସେରିକୁ ଝାରସୁଗୁଡ଼ା ଜିଲ୍ଲାର କୁଲ୍ଡ଼ା-ଗର୍ଜନବାହାଲ ଅଞ୍ଚଳରେ ପ୍ରତିଷ୍ଠା କରାଯିବ।
-
8.ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୩୭୨ ପଏଣ୍ଟ୍ ବୃଦ୍ଧି ପାଇ ୭୪,୦୬୮ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୪୦୦ ପଏଣ୍ଟ୍ ବୃଦ୍ଧି ପାଇ ୨୨,୯୧୨ ପଏଣ୍ଟ୍ରେ ବନ୍ଦ ହୋଇଛି।
-
9.ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି।
-
10.ଭୁବନେଶ୍ବର ୨୦୨୫-୨୬ ଆର୍ଥିକ ବର୍ଷରେ, ମୋଟ ୩,୮୦,୭୬୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ରିହାତି ବାବଦରେ ୭୨୪.୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି।
-
11.ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୪ ତାରିଖରୁ ସକାଳୁଆ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଉଚ୍ଚନ୍ୟାୟାଳୟର ରେଜିଷ୍ଟ୍ରାର୍ (ପରିଚାଳନା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
-
12.ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବିକୁ ଅନୁମୋଦନ ଦେଇଛନ୍ତି।
-
13.ଭୁବନେଶ୍ବର: ବିମାନବନ୍ଦରରୁ ୬ କୋଟି ଟଙ୍କାର ଗଞ୍ଜେଇ ଜବତ, ୨ ତାମିଲ ଯୁବକ ଅଟକ। ବିମାନଟି ବ୍ୟାଙ୍କକରୁ ଆସୁଥିଲା।
-
14.ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ ମଧ୍ୟ ହୋଇଛି।
-
15.ପଶ୍ଚିମ ଏସିଆ ସଙ୍କଟ ଉପରେ ମଙ୍ଗଳବାର ରାଜ୍ୟସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚାଲିଥିବା ସଙ୍କଟ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି ଏବଂ ପୁନରୁଦ୍ଧାର ପାଇଁ ଦୀର୍ଘ ସମୟ ଲାଗିପାରେ।
-
16.ଇରାନ ଦାବି କରୁଛି ଯେ ସମସ୍ତ ପ୍ରତିବନ୍ଧକ ହଟାଇବା ଏବଂ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଆମେରିକା କ୍ଷତିପୂରଣ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ।
-
17.ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ଇରାନର ଅନେକ ସହର ଉପରେ ଶକ୍ତିଶାଳୀ ଆକ୍ରମଣ କରାଯାଇଛି, ଯାହା ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
-
18.କୁୱେତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଡ୍ରୋନ୍ ଏକ ଇନ୍ଧନ ଟାଙ୍କିକୁ ଟାର୍ଗେଟ କରିଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା
-
19. ଦିଲ୍ଲୀ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୦୩,୭୦୦ କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି।
-
2.ଆଇପିଏଲ୍ ୨୦୨୬ ଆରମ୍ଭ ହେବାର ତିନିଦିନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ଝଟକା ଲାଗିଛି। ଇଂଲଣ୍ଡ ବ୍ୟାଟର୍ ବେନ୍ ଡକେଟ୍ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
