- ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ୯୮ତମ ଓସ୍କାର ବିଜେତାମାନଙ୍କର ନାମ ଘୋଷଣା କରିଛି। ଆମେରିକାର ଲସ୍ ଆଞ୍ଜେଲସ୍ର ଡଲ୍ବି ଥିଏଟରରେ ଅନୁଷ୍ଠିତ ହୋଇଯାଇଛି। ସିନର୍ସ ଏବଂ ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍ ତଥା ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ିକ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଜିତିଛନ୍ତି।
- ନିର୍ଦ୍ଦେଶକ ପଲ ଥମାସ ଆଣ୍ଡରସନଙ୍କ ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍ ଛଅଟି ପୁରସ୍କାର ସହିତ ସର୍ବାଧିକ ପୁରସ୍କାର ଜିତିଛି। ଏହା ୧୩ଟି ମନୋନୟନ ହାସଲ କରିଥିଲା। ରିଆନ୍ କୁଗଲରଙ୍କ ସିନର୍ସ ସର୍ବାଧିକ ପୁରସ୍କାର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ଏହା ଚାରିଟି ପୁରସ୍କାର ଜିତିଛି।
- ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ଭାରତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ। ଚଳିତ ମାସରେ ଆମେରିକା ସହ ଚୁକ୍ତି ହେବାର ଥିଲା। ମାତ୍ର ସେଠାକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ସ୍ଥିତି ବଦଳିଯାଇଛି।
- ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ ସୋମବାର ଏହା କହିଛନ୍ତି।ଦେଶରେ ପଞ୍ଜୀକୃତ ନିବେଶ ପରାମର୍ଶଦାତାଙ୍କ ସଂଖ୍ୟା ହ୍ରାସ ପାଇବା ସହ ସାମାଜିକ ଗଣମାଧ୍ୟମରେ ଆର୍ଥିକ ପ୍ରଭାବକଙ୍କ ପ୍ରଭାବ ବୃଦ୍ଧି ପାଉଥିବାରୁ ସେ ଚିନ୍ତା ବ୍ୟକ୍ତ କରିଛନ୍ତି।
- ଇତିମଧ୍ୟରେବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନରୁ ୫୫୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଆର୍ମେନିଆ ଦେଇ ଭାରତୀୟମାନେ ନୂଆଦିଲ୍ଲୀ ଫେରିଛନ୍ତି।
- ଇରାନ୍ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ବାଟବଣା ହୋଇପଡ଼ିଛନ୍ତି। ଟ୍ରମ୍ପ୍ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରୁନାହାନ୍ତି କି ଇରାନକୁ ମଧ୍ୟ ରୋକିବାକୁ ବୁଦ୍ଧି ପାଉନାହାନ୍ତି।
- ଇରାନର ଦିବଂଗତ ସୁପ୍ରିମ ଲିଡର ଅଲୀ ଖାମେନେଇ ବ୍ୟବହାର କରୁଥିବା ଗୋଟିଏ ବିମାନକୁ ଇସ୍ରାଏଲ ଧ୍ୱଂସ କରି ଦେଇଥିବା ଦାବି କରିଛି।
- କାବୁଲର ଏକ ହସ୍ପିଟାଲ ଉପରେ ପାକିସ୍ତାନର ବିମାନ ଆକ୍ରମଣରେ ୪୦୦ରୁ ଅଧିକ ଲୋକ ନିହତ ହୋଇଛନ୍ତି ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
- ଇରାନର ବୈଦେଶିକ ମନ୍ତ୍ରୀ ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଯେ ଇରାନ ବିଶ୍ୱ ତୈଳ ଯୋଗାଣରେ ବାଧା ସୃଷ୍ଟି କରିବାକୁ ଚାହୁଁନାହିଁ। କିନ୍ତୁ ଯୁଦ୍ଧରେ ଜଡିତ ଦେଶଗୁଡ଼ିକୁ ହର୍ମୁଜ ପ୍ରଣାଳୀ ପାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।
- ବିଶିଷ୍ଟ କବି ଗିରିଜା ବଳିୟାର ସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ନିଜର କବିତା ସଂକଳନ ‘ପାଦପୂରଣ’ ପାଇଁ ଏହି ପୁରସ୍କାର ଲାଭ କରିଛନ୍ତି।
- ରାଜ୍ୟର ୪ଟି ଆସନ ମଧ୍ୟରୁ ମନମୋହନ ସାମଲ ଏବଂ ସୁଜିତ କୁମାର ଭାଜପା ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ଚତୁର୍ଥ ଆସନ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ବିଜୟୀ ହୋଇ ତୃତୀୟ ଆସନକୁ ଦଳ ପାଇଁ ସୁରକ୍ଷିତ ରଖିଛନ୍ତି।
- ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।
- ସମ୍ପ୍ରତି ହର୍ମୁଜ୍ ପ୍ରଣାଳୀ ପାର ହୋଇଥିବା ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ଆଜି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି।
- ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର ୯ଟି ଜିଲା ଦେଇ ଅତିକ୍ରମ କରିବ।
- ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍ଡ ନ୍ୟାଚୁରାଲ ଗ୍ୟାସ’ ବା PNG ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ନୂଆ PNG ସଂଯୋଗ ନେଲେ ଗ୍ରାହକଙ୍କୁ ମିଳିବ ଆକର୍ଷଣୀୟ ରିହାତି ଓ କ୍ୟାସବ୍ୟାକ୍।
- ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪ଟି ରାଜ୍ୟରେ ରେୟାର ଆର୍ଥ (ବିରଳ ମୃତ୍ତିକା) କରିଡର୍ ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେଥିରୁ ଗୋଟିଏ ଓଡ଼ିଶାରେ ହେବାକୁ ଯାଉଛି। ସେଥିପାଇଁ ଗୋପାଳପୁରକୁ ସମ୍ଭାବ୍ୟ ସ୍ଥାନ ଭାବେ ଚିହ୍ନଟ କରାଯାଇଛି।
- :ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ କଂଗ୍ରେସର ୩ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ସେମାନଙ୍କ ଭୋଟ୍ ଦେଇଛନ୍ତି
- ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
- ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ଦିନ ପର୍ଯ୍ୟନ୍ତ କାଁଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
- ଶୁବମନଙ୍କୁ ଦ୍ବିତୀୟ ଥର ପାଇଁ ପଲି ଉମ୍ରିଗର ବର୍ଷର ଶ୍ରେଷ୍ଠ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟର୍ ପୁରସ୍କାର ପ୍ରଦାନ କରାଯାଇ ଥିବାବେଳେ ସ୍ମୃତି ରେକର୍ଡ ୫ମ ଥର ପାଇଁ ବର୍ଷର ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ପୁରସ୍କାର ପ୍ରଦାନ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
