-
1.ପତଞ୍ଜଳି ଯୋଗପୀଠ ଦ୍ଵାରା ପରିଚାଳିତ ବିଶ୍ଵର ପ୍ରଥମ ହାଇବ୍ରିଡ୍ ହସ୍ପିଟାଲ ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍ କ୍ରିଟିକାଲ୍ କେୟାର ହସ୍ପିଟାଲ୍କୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି।
-
2.ଜାମ୍ମୁ-କଶ୍ମୀରର ପାହାଡ଼ିଆ ଅଞ୍ଚଳ ଡୋଡା ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣାରେ ସେନାବାହିନୀର ଏକ ବୁଲେଟ୍-ପ୍ରୁଫ୍ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୪୦୦ ଫୁଟ୍ ଗଭୀର ଏକ ଖାଇକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ସେନା ଯବାନ ସହିଦ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି।
-
3.ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଚଟିଆ, କାଉ ଓ ପାରା ବଂଶ ଲୋପ ପାଇବା ଉପରେ। ଏଭଳି ସ୍ଥିତିରେ ବାଦୁଡ଼ିର ଅହେତୁକ ବଂଶ ବିସ୍ତାର ଜଳବାୟୁ ପରିବର୍ତ୍ତନର ଏକ ଆଭାସ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବଲାଙ୍ଗୀର ସହରର ଭଗବତୀନଗରଠାରେ କେବଳ ପାଞ୍ଚଟି ଗଛରେ ପାଖାପାଖି ୩ରୁ ୪ହଜାର ବାଦୁଡ଼ି ବସା ବାନ୍ଧି ରହିଛନ୍ତି।
-
4.ଆନ୍ଧ୍ରପ୍ରଦେଶ ସରକାର ୧୬ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗୁ କରିବାକୁ ଚିନ୍ତା କରୁଛନ୍ତି।
-
5.ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି)ର ନୂଆ ଆୟୁକ୍ତ ହୋଇଛନ୍ତି ୧୯୯୪ ବ୍ୟାଚ ଆଇଏଏସ୍ ଅଧିକାରୀ ସଞ୍ଜିବ ଖିରୱାର। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିଯୁକ୍ତିକୁ ମଞ୍ଜୁରି ମିଳିଛି।
-
6.ଦେଶର ସର୍ବବୃହତ୍ ଏୟାରଲାଇନ୍ସ ଇଣ୍ଡିଗୋ ଏହାର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରିଛି। ଏଥିରୁ ଜଣାଯାଇଛି କମ୍ପାନିର ତୃତୀୟ ତ୍ରୟମାସ ଲାଭ ୭୮ ପ୍ରତିଶତ ହ୍ରାସ ଘଟି ୫୪୯.୧ କୋଟି ରହିଛି।
-
7.ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ସରକାରୀ ସଚେତନତା କାର୍ଯ୍ୟକ୍ରମର ରିପୋର୍ଟ ଦାଖଲ ନକରିବା ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ୍ (UC) ଦେଇନଥିବା ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଦୀପକ କୁମାର ପାଢ଼ୀ ଏହି ୭୨ ଜଣଙ୍କ ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
8.ଜଣେ ମହିଳା ହେବେ ବିଏମସିର ମେୟର, ଯାହା ଏକ ଲଟେରୀ ମାଧ୍ୟମରେ ସ୍ଥିର କରାଯାଇଛି । ମହାରାଷ୍ଟ୍ରର ସମସ୍ତ ୨୯ଟି ପୌର ସଂସ୍ଥାରେ ମେୟର କେଉଁ ଜାତି କିମ୍ବା ବର୍ଗର ହେବେ ତାହା ଏକ ଲଟେରୀ ମାଧ୍ୟମରେ ସ୍ଥିର କରାଯାଇଥିଲା।
-
9.ଚଳିତ ମାସ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗ୍ରାହକମାନେ ସପିଂ ବେଳେ ୨୬ ହଜାର ଟଙ୍କା ତତ୍କାଳ ବ୍ୟାଙ୍କ ରିହାତି, କଞ୍ଜ୍ୟୁମର ଡ୍ୟୁରେବଲଲ୍ଋଣ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଓ ୟୁପିଆଇ ପେମେଣ୍ଟ୍ରେ ୫ ପ୍ରତିଶତ ଅସୀମିତ ରିହାତି ପାଇପାରିବେ। ଏହି ସେଲ୍ ରିଲାଏନ୍ସ ଡିଜିଟାଲ, ମାଇଁଜିଓ ଷ୍ଟୋର୍ ଓ ରିଲାଏନ୍ସ ଡିଜିଟାଲର ଅନଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।
-
10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି । ପୂର୍ବରୁ ଗ୍ରାମରକ୍ଷୀ ୧୮୦୦ ଟଙ୍କା ପାଉଥିବାବେଳେ ୭୦୦ ଟଙ୍କା ବୃଦ୍ଧି କୁ ନେଇ ବର୍ତ୍ତମାନ ଗ୍ରାମରକ୍ଷୀମାନେ ୨୫୦୦ ଟଙ୍କା ମାସିକ ଭତ୍ତା ପାଇବେ।
-
11. ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବା ପାଇଁ ଅପରେସନ୍କୁ ଜୋରଦାର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ପଶ୍ଚିମ ସିଂହଭୂମ ଛୋଟନାଗରାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ନକ୍ସଲ ସଙ୍ଗଠନର ଶୀର୍ଷ ନେତା ଏରିଆ କମାଣ୍ଡର ଅନଲ୍ଦା ଓରଫ୍ ପତିରାମ ମାଝୀ ସହ ୧୫ ନକ୍ସଲ ନିହତ ହୋଇଛନ୍ତି।
-
12.କଟକ ସଦର ତହସିଲର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଏକ ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
-
13.ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
-
14.ଦିଲ୍ଲୀର ଏକ ଅଦାଲତ ଅରବିନ୍ଦଙ୍କୁ ଅବକାରୀ ନୀତି ମାମଲାରେ ଏଜେନ୍ସିର ସମନକୁ ଏଡାଇବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାୟର କରାଯାଇଥିବା ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛି ।
-
15.ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ କୁକି ସଂପ୍ରଦାୟର ଲୋକେମାନେ ମୈତେଇ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଅପହରଣ କରି ଗୁଳି କରି ହତ୍ୟା କରିଛନ୍ତି, ଯାହା ଅଶାନ୍ତ ମଣିପୁରରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।
-
16.ମଧ୍ୟପ୍ରଦେଶର ସହରର ଭାଗୀରଥପୁରାରେ ଦୂଷିତ ଜଳ ପରେ ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ରୁ ୧୫ ଦିନ ମଧ୍ୟରେ ୧୯ ଜଣ ଶିଶୁଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।
-
17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେରଳ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସମେତ ଚାରୋଟି ନୂତନ ରେଳ ସେବାକୁ ପତାକା ଦେଖାଇବେ। ଏଗୁଡ଼ିକ କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୂରଗାମୀ ଏବଂ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ।
-
18.୨୦୨୬ ଟି20 ବିଶ୍ୱକପ୍ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍ କରିବାକୁ ଧମକ ଦେଇଛି।
-
19.ବାଂଲାଦେଶ କ୍ରିକେଟ୍ ଦଳ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ ନାହିଁ। ଏ ନେଇ ଘୋଷଣା କରିଛନ୍ତି ବାଂଲାଦେଶ ସରକାର। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)
-
20.ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ସ୍ଥାନୀୟ ହାଇଟେକ୍ ପଡ଼ିଆରେ ଖେଳାଯାଇଥିବା ଗୁରୁବାର ଫାଇନାଲ୍ରେ ଓଡ଼ିଶା ୩୨ ରନ୍ରେ ମଧ୍ୟପ୍ରଦେଶକୁ ମାତ୍ ଦେଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
