• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ବିମାନ ସୁରକ୍ଷା ଅଭିଯାନ ଗୋଷ୍ଠୀ ଦାବି କରିଛି ଯେ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ ଯାନ୍ତ୍ରିକ ସମସ୍ୟାରେ ପୀଡିତ ଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପୂର୍ବରୁ ମଧ୍ୟ ବିମାନଟି ଅନେକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।

  2. 2.ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ମତକୁ ନରମ କରିବାର ସଙ୍କେତ ଦେଇଛନ୍ତି।

  3. 3.ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର ବିଚାର ସମୟରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  4. 4. ଗାଡ଼ିର ଚାଲାଣ ପଇଠ ନ କଲେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ିର ପଞ୍ଜୀକରଣ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। କେନ୍ଦ୍ର ସରକାର ମୋଟର ଯାନ ନିୟମରେ ସ୍ବତନ୍ତ୍ର ସଂଶୋଧନ ରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ଗାଡ଼ିର ବର୍ଷକୁ ୫ କିମ୍ବା ତାଠାରୁ ଅଧିକ ଥର ଚାଲାଣ କଟିବ ତେବେ ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡ଼ିବ।

  5. 5.ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଙ୍କ  ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲକୁ ରେଫର କରାଯାଇଥିଲା। ନୃତ୍ୟ ଗୋପାଳ ଦାସ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।   

  6. 6.ଅପରେସନ୍‌ ଗୋରକ୍ଷାରେ କେନ୍ଦୁଝର ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି। ଗୋରୁ ମାଫିଆଙ୍କର ଆହୁରି ୨୫ଟି ଆକାଉଣ୍ଟ ଓ ୩୫ଟି ଲକର୍‌ ଠାବ ହୋଇଛି।

  7. 7.ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨ରେ ଭୁବନେଶ୍ବରରେ ପହଞ୍ଚି ୩ ତାରିଖରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

  8. 8.ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି।

  9. 9.ଏକ୍ୟୁଆଇ ମ୍ୟାନେଜମେଣ୍ଟ କମିଶନ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଯାନବାହନ ଚଳାଚଳଜନିତ ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନ୍‌ସିଆର୍‌ରେ ସବୁଠୁ ବିପଜ୍ଜନକ। ଏକ୍ୟୁଆଇରେ ସୁଧାର ଆଣିବା ପାଇଁ ସିଏକ୍ୟୁଏମ୍‌ ୧୫ଟି ପଦକ୍ଷେପ ସୁପାରିସ କରିଛନ୍ତି।

  10. 10.ଓଡିଶାରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଛାଡ଼ିଥିବା ଏବଂ ସ୍କୁଲ୍ ଯାଉନଥିବା ୧୪ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାମଲେଖା ଏବଂ ପରୀକ୍ଷା ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  11. 11.ଗଙ୍ଗପଡ଼ା ରାସ୍ତାକଡ଼ରେ କଣ୍ଟେନରକୁ ପଛରୁ ପିଟିଲା ଥାର୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଥାର୍‌ ଗାଡ଼ି ସଂପୂର୍ଣ୍ଣ ଚୁର୍‌ମାର୍ ହୋଇଯାଇଛି । ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ମାନେ ହେଲେ ଇନ୍ଫୋଭାଲି ଥାନା ଅଧୀନ ମଦନପୁର ପଞ୍ଚାୟତ କାଇମାଟିଆ ଅଞ୍ଚଳରେ।

  12. 12.ସରକାରୀ ଡାଟାବେସ ‘ଆଧାର’ ଅନୁସାରେ ପିପିଲିପାଲି ଗ୍ରାମର ଚାଷୀ ଟଙ୍କଧର ଗିରି  ମୃତ। ଆଧାର ଡାଟାବେସର ଏହି ଗୁରୁତର ତ୍ରୁଟି ଯୋଗୁଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଜଣେ ଚାଷୀ ନିଜ ଅମଳ ଧାନ ବିକ୍ରି କରିପାରୁ ନାହାନ୍ତି। 

  13. 13.ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ ପ୍ରାୟ ୫୬,୪୯୫ ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି।

  14. 14.ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)। ୨୦୨୬ ଜାନୁଆରୀ ୧ ତାରିଖରେ ଏହି ଯୋଜନା ୯ ବର୍ଷ ପୂର୍ଣ୍ଣ କରିଛି। ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ପ୍ରଥମ ସନ୍ତାନ ପାଇଁ ୫,୦୦୦ ଟଙ୍କା ଓ ଦ୍ୱିତୀୟ ସନ୍ତାନ ବାଳିକା ହେଲେ ୬,୦୦୦ ଟଙ୍କା ନଗଦ ସହାୟତା ମିଳେ।

  15. 15.ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ଅମିନୁଲ ଇସଲାମ ବୁଲବୁଲ ତାଙ୍କର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ଭାରତରେ ୨୦୨୬ ଟି୨୦ ବିଶ୍ୱକପ୍ ଆୟୋଜନ କରିବା ସମ୍ପର୍କରେ ତାଙ୍କର ମତ ଅପରିବର୍ତ୍ତିତ ରହିଛି। ସେ କହିଛନ୍ତି, ଭାରତରେ ଆମେ ସୁରକ୍ଷିତ ନୋହୁଁ। ଭାରତ ବାହାରେ ଟି୨୦ ମ୍ୟାଚ୍‌ ଖେଳିବୁ। ଏହା ଉଲ୍ଲେଖନୀୟ ଯେ ବିଶ୍ୱକପ୍ ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.