• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଡେନମାର୍କ ଏବଂ ଗ୍ରିନଲାଣ୍ଡର ବୈଦେଶିକ ମନ୍ତ୍ରୀମାନେ ଗ୍ରିନଲାଣ୍ଡ ଭବିଷ୍ୟତ ସମ୍ପର୍କରେ ହ୍ୱାଇଟ୍ ହାଉସରେ ଆମେରିକୀୟ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ କୌଣସି ସଫଳତା ମିଳିପାରିନଥିଲା।

  2. 2.ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ-ମରିସସ୍‌ ଟିକସ ରାଜିନାମା ଅଧୀନରେ ଟାଇଗର ଗ୍ଲୋବାଲ୍‌ ଟିକସ ଛାଡ଼ ଦାବି କରି ପାରିବ ନାହିଁ। ଉକ୍ତ କାରବାର ପାଇଁ ଗଠନ କରାଯାଇଥିବା ଢାଞ୍ଚା ଭାରତରେ ଟିକସ ଏଡ଼ାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସୁପ୍ରିମ‌କୋର୍ଟ ସ୍ପଷ୍ଟ କରିଛନ୍ତି।

  3. 3.ବିଶ୍ବର ସବୁଠୁ ପ୍ରଭାବଶାଳୀ ଦାତବ୍ୟ ଅନୁଷ୍ଠାନ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମାଇକ୍ରୋସଫ୍ଟ ପ୍ରତି‌ଷ୍ଠାତା ବିଲ୍‌ ଗେଟ୍‌ସଙ୍କ ଉଦ୍ୟମରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ରେ ଫାଉଣ୍ଡେସନ ରେକର୍ଡ ୯୦୦ କୋଟି ଡଲାର ଖର୍ଚ୍ଚ କରିବ। ଆସନ୍ତା ୫ ବର୍ଷ ଭିତରେ ୫୦୦ କର୍ମଚାରୀଙ୍କୁ ଛଟେଇ କରାଯିବ।

  4. 4.ଗତବର୍ଷ ଦେଶରେ ୨ କୋଟିରୁ ଅଧିକ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ୨୦୨୪ର ୧.୯ କୋଟି ବିକ୍ରି ସଂଖ୍ୟା ତୁଳନାରେ ଏହା ପ୍ରାୟ ୫ ପ୍ରତିଶତ ଅଧିକ। ଏତେ ସଂଖ୍ୟାରେ ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲେ ମଧ୍ୟ ୨୦୧୮ର ରେକର୍ଡକୁ ତାହା ଭାଙ୍ଗି ପାରିନାହିଁ ।

  5. 5.ବିଶ୍ଵର କୌଣସି ସ୍ଥାନରେ ଆଉ ଗ୍ରୋକ୍‌କୁ ନିର୍ଦ୍ଦେଶ ଦେଇ ଅଶ୍ଳୀଳ ଛବି ସୃଷ୍ଟି କରାଯାଇପାରିବ ନାହିଁ। ‘ଏକ୍ସ’ ପକ୍ଷରୁ କୁହାଯାଇଛି ଯେ ଅସଲି ଲୋକମାନଙ୍କ ଛବିକୁ ଏଡିଟିଂ କରି ବିକିନି ପିନ୍ଧାଇବା ଛବି ସୃଷ୍ଟି କରାଯାଇପାରିବ ନାହିଁ। ପ୍ରଯୁକ୍ତିରେ ପରିବର୍ତ୍ତନ କରି ସେହି ସୁବିଧାକୁ ବନ୍ଦ କରିଦିଆଯାଇଛି।

  6. 6. ନିତି ଆୟୋଗ ପକ୍ଷରୁ ତାହାର ରୢାଙ୍କିଂ ଜାରି କରାଯାଇଛି। ସେଥିରେ ୪୮.୫୧ ସ୍କୋର ସହ ଓଡ଼ିଶା ପଞ୍ଚଦଶ ସ୍ଥାନରେ ରହିଛି। ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ଏକଦାଶ ରହିଛି। ୨୦୨୨ରେ ପ୍ରକାଶିତ ସୂଚକାଙ୍କରେ ଓଡ଼ିଶା ୫୮.୮୪ ସ୍କୋର ସହ ଏକାଦଶ ସ୍ଥାନରେ ରହିଥିଲା।

  7. 7.ଭାରତୀୟ ସୀମାରୁ ଜବତ ହେଲା ପାକିସ୍ତାନୀ ଡ଼ଙ୍ଗା । ଘଟଣାରେ ୯ ପାକିସ୍ତାନୀ ଅଟକ । ଭାରତୀୟ ଜଳ ସୀମା ଭିତରୁ ପାକିସ୍ତାନୀ ଡଙ୍ଗା ଜବତ ।

  8. 8.ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟି ନିଜର ନୋବେଲ ପଦକ ପ୍ରଦାନ କରିଛନ୍ତି। ଭେନେଜୁଏଲାର ସ୍ୱାଧୀନତା ପ୍ରତି ଟ୍ରମ୍ପଙ୍କ ଅଦ୍ୱିତୀୟ ପ୍ରତିବଦ୍ଧତାର ସମ୍ମାନ ସ୍ୱରୂପ ସେ ଏହି ପଦକ ଉପହାର ଦେଇଥିବା ପ୍ରକାଶ କରିଛନ୍ତି। ଏହାକୁ ସେ ଦୁଇ ଦେଶର ବନ୍ଧୁତ୍ୱ ଓ ମୁକ୍ତି ସଂଗ୍ରାମର ପ୍ରତୀକ ବୋଲି ଅଭିହିତ କରିଛନ୍ତି।

  9. 9.ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍‌ଓସି(ନୋ ଅବ୍‌ଜେକ୍‌ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ ।

  10. 10.କେନ୍ଦ୍ର ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଗତ ମାସରେ ଏକ ସାକ୍ଷାତକାରରେ କହିଥିଲେ ଯେ ସରକାର ୨୦୨୬ ସୁଦ୍ଧା ୫୦-୫୫ ଲକ୍ଷ ଛାତ ଉପରେ ସୌର ସ୍ଥାପନର ଲକ୍ଷ୍ୟ ରଖିଛନ୍ତି। ଏହାକୁ ହାସଲ କରିବା ପାଇଁ, ସରକାର ଏହି ଯୋଜନାରେ ଅଧିକ ଖର୍ଚ୍ଚ ଘୋଷଣା କରିପାରନ୍ତି।

  11. 11.ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।

  12. 12.ସର୍ବସମ୍ମୁଖରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ପରେ ଆଇଟମ୍‌ ଗାର୍ଲ ନିଶା ମହାରଣାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୁଲିସର ଏକ ଟିମ୍‌ ଭୁବନେଶ୍ବର ଯାଇ ଖୋଜିବା ଆରମ୍ଭ କରିଛି।

  13. 13. ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ୩ ନଦୀ ଜରାଳୀ, ସରାଳୀ ଓ ଶୁକଯୋଡ଼ି ଏବେ ବିଭିନ୍ନ କାରଣରୁ ସତ୍ତା ହରାଇବାକୁ ବସିଛି। ଯାହାର କୁପ୍ରଭାବ ସହରବାସୀଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି।

  14. 14. ଓଡିଶା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ।

  15. 15.ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ‘ଇଣ୍ଡିଆ ଓପନ୍ ସୁପର ୭୫୦’ ରେ ବିଶ୍ୱସ୍ତରୀୟ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱ ଚାମ୍ପିୟନସିପ୍ ପଦକ ବିଜେତା ଏଚ୍.ଏସ୍ ପ୍ରଣୟ ଏବଂ ସିଙ୍ଗାପୁରର ଲୋ କିନ୍ ୟୁଙ୍କ ମଧ୍ୟରେ ଚାଲିଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ସମୟରେ କୋର୍ଟ ଉପରେ ପାରା ମଳ ପଡ଼ିବାରୁ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.