• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ  ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ।  ସମ୍ମିଳନୀରେ ୪୨ଟି ରାଷ୍ଟ୍ରମଣ୍ଡଳ ଦେଶ ଏବଂ ବିଶ୍ଵରବଭିନ୍ନ ଭିନ୍ନ ପ୍ରାନ୍ତର ୪ଟି ଅର୍ଦ୍ଧ-ସ୍ବାୟତ୍ତ ସଂସଦର, ୬୧ ଜଣ ବାଚସ୍ପତି ଓ ପୀଠସୀନ ଅଧିକାରୀ ଯୋଗଦେବେ। 

  2. 2.ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ମଧ୍ୟରେ ଜର୍ମାନୀ ଏବଂ ଫ୍ରାନ୍ସ ବୁଧବାର ଘୋଷଣା କରିଛନ୍ତି ଯେ ସେମାନେ ଅନ୍ୟ ୟୁରୋପୀୟ ଦେଶମାନଙ୍କ ସହିତ ମିଶି ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ।

  3. 3.୨୦୨୬ ବର୍ଷ ଆରମ୍ଭରେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ହିଂସାତ୍ମକ ମୋଡ଼ ନେଇଛି। ରୁଷ ସେନା ୟୁକ୍ରେନର ଅନେକ ପ୍ରମୁଖ ସହରକୁ ଟାର୍ଗେଟ କରି ୧୮ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ୨୯୩ ଡ୍ରୋନ୍ ସହିତ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ କରିଛି।

  4. 4. ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍‌କୁ ଫେବ୍ରୁଆରି ୧ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନା କରିବେ। ତାହା ସୀତାରମଣଙ୍କ ଲଗାତର ନବମ ବଜେଟ ହେବ ।

  5. 5.ପଶ୍ଚିମ ଲଣ୍ଡନରେ ଶିଖ ସମ୍ପ୍ରଦାୟର ୨୦୦ରୁ ଅଧିକ ସଦସ୍ୟ ଏକାଠି ହୋଇ ପାକିସ୍ତାନୀ ଗ୍ରୁମିଂ ଗ୍ୟାଙ୍ଗ ଦ୍ୱାରା ଅପହୃତ ଜଣେ ୧୬ ବର୍ଷୀୟା ଝିଅକୁ ଉଦ୍ଧାର କରିଥିଲେ। ଘଣ୍ଟା ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ ପରେ ସନ୍ଦିଗ୍ଧଙ୍କୁ ପୁଲିସ ହେପାଜତକୁ ନିଆଯାଇଥିଲା ଏବଂ ଝିଅଟିକୁ ତାଙ୍କ ପରିବାରର ଜିମା ଦିଆଯାଇଥିଲା।

  6. 6.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ଗ୍ରିନଲାଣ୍ଡକୁ ଆମେ ସମ୍ପୂର୍ଣ୍ଣ ଦଖଲକୁ ନେବୁ। ଆମେରିକାର ଗୋଲ୍ଡେନ ଡୋମ୍‌ ବାୟୁ ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥା ପାଇଁ ଗ୍ରିନଲାଣ୍ଡର ସମ୍ପୂର୍ଣ୍ଣ ଦଖଲ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

  7. 7.ଇରାନର ଆକାଶ ମାର୍ଗ ହଠାତ୍ ବନ୍ଦ ହେବା ପରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି।

  8. 8.ତେଲଙ୍ଗାନାର ବିଭିନ୍ନ ଗାଁରେ ବୁଲା କୁକୁରଙ୍କୁ ବିଷ ଇଞ୍ଜେକସନ ଦେଇ କରାଯାଉଛି ହତ୍ୟା। ୧୫ ଦିନ ମଧ୍ୟରେ ୫୦୦ଟି ବୁଲା କୁକୁରଙ୍କ ଜୀବନ ଯିବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ୍‌।

  9. 9.ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ। ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି।

  10. 10.ମୟୁରଭଞ୍ଜ ଜିଲ୍ଲାରୁ ଆଉ ଏକ ପୁଲିସ ଜିଲ୍ଲା ଘୋଷଣା ହୋଇଛି । ରାଇରଙ୍ଗପୁରକୁ ଏକ ନୂଆ ପୁଲିସ ଜିଲ୍ଲା ଘୋଷଣା କରିଛନ୍ତି ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାରି ଅଧୀନରେ ୧୪ ଥାନା ୫ ଆଉଟ ପୋଷ୍ଟ ୨ଟି ବିଟ ହାଉସ ରହିବ ବୋଲି ସୂଚନା ରହିଛି ।

  11. 11.ଇରାନରେ ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଇରାନ ଛାଡି ଚାଲି ଆସିବାକୁ ଭାରତୀୟଙ୍କୁ ପରାମର୍ଶ ।

  12. 12.୨୦୨୬ ପାଇଁ ପ୍ରଥମ ICC ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବର୍ଷ ଆରମ୍ଭରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

  13. 13.ରାଜକୋଟ ଦିନିକିଆରେ ଭାରତୀୟ ବୋଲିଂ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ଏବଂ ଟିମ୍‌କୁ ନ୍ୟୁଜିଲାଣ୍ଡ ହାତରେ ୭ ୱିକେଟ୍‌ରେ ପରାସ୍ତ ହେବାକୁ ପଡ଼ିଛି।

  14. 14.ତେଲେଙ୍ଗାନାର କାଜିପେଟଠାରେ ଚାଲିଥିବା ୫୮ତମ ଜାତୀୟ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ଫାଇନାଲ୍‌ରେ ପ୍ରବେଶ କରିଛି। 

  15. 15.ଚଳିତ ଜାନୁଆରି ୧୮ ରୁ ୨୩ ତାରିଖ ମଧ୍ୟରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱିତୀୟ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେସନ୍‌ କପ୍‌ରେ ଉଭୟ କ୍ୟୁରୋଗି ଓ ପୁମ୍‌ସେର ସମସ୍ତ ବୟସ ବର୍ଗ (ଉପକନିଷ୍ଠ, କ୍ୟାଡେଟ୍‌, କନିଷ୍ଠ ଓ ବରିଷ୍ଠ)ରେ ଓଡ଼ିଶାରୁ ୧୫୦ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.