• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆର୍ଥିକ ଏବଂ ସାମାଜିକ ଭାବରେ ଦୁର୍ବଳ ବର୍ଗ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ଏକ ‘ଜାତୀୟ ମିସନ’ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  2. 2.ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ବୃହତ ଚୁକ୍ତି ଆସନ୍ତା ମାସରେ ଚୂଡ଼ାନ୍ତ ହେବ।

  3. 3.କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ ‘୧୦-ମିନିଟ ଡେଲିଭରି’ ଦାବିକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି।

  4. 4.ରାଜ୍ୟ ସରକାର ନୂଆ ଲୋକସେବା ଭବନ, ନୂଆ ବିଧାନସଭା, ବିପର୍ଯ୍ୟୟ ପରିଚାଳନା ଭବନ ଏବଂ ଅନ୍ୟାନ୍ୟ ଅଫିସ୍‌ ପାଇଁ ତିନିଟି ୧୨ମହଲା ବିଶିଷ୍ଟ କୋଠା (୩ବି+ଜି+୧୧) ଏବଂ ନୂଆ ବିଧାନସଭା ପାଇଁ (ବି+ଜି+୧)  କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  5. 5.ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ଆମେ ପଢ଼ିବା ଆମ ଭାଷାରେ’ ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ସହ ସମନ୍ୱୟରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ।

  6. 6.‘ସୁଭଦ୍ରା’ ଟଙ୍କା ୧୮ ତାରିଖ ଭିତରେ ମିଳିବ, ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

  7. 7.କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ୧୭୦୮ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

  8. 8. ଯାଜପୁର ଅବକାରୀ ପୁଲିସ ପାଣିବୋତଲ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ଜବତ କରିବା ସହ ୨ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି। ଜବତ ଗଞ୍ଜେଇର ପରିମାଣ ୧୬୦ କେଜି।

  9. 9. ଇରାନରେ ହିଂସା ତୀବ୍ର ହେବାରେ ଲାଗିଛି। ଇରାନରେ ହିଂସାରେ ଏପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ୧୦,୦୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି ।

  10. 10.ବଜାରରେ ସୁନା ଓ ରୁପା ଦର ଗତ କିଛିମାସ ହେଲା ମାତ୍ରାଧିକ ହାରରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ରୁପା ଦର କିଲୋଗ୍ରାମ ପିଛା ଭୁବନେଶ୍ଵର ବଜାରରେ ୫ ହଜାର ଟଙ୍କା ବୃଦ୍ଧି ପାଇ ୨,୯୨,୦୦୦ ଟଙ୍କାରେ ପହଞ୍ଚିଛି।

  11. 11.ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲା ନିକଟରେ ୩.୫ ଭଳି ନିମ୍ନ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

  12. 12.ଭାରତରୁ ୨୦୨୫ରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ହୋଇଛି । ତେବେ ଆଗକୁ ସେମିକଣ୍ଡକ୍ଟର ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଯୋଗୁ ଏହି ରପ୍ତାନି ଆହୁରି ବଢ଼ିବା ଆଶା ରହିଛି ।

  13. 13.ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଅଶ୍ଳୀଳ ନୃତ୍ୟ ବିରୁଦ୍ଧରେ ଜନମତ ବି ସ୍ପଷ୍ଟ ଅଛି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନହେଉ । ଏନେଇ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାର ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ଜଣାଇଛନ୍ତି ।

  14. 14.ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ କୁକୁର କାମୁଡ଼ା ଏବଂ ମୃତ୍ୟୁର ପ୍ରତ୍ୟେକ ମାମଲା ପାଇଁ ଭାରି କ୍ଷତିପୂରଣ ଲାଗୁ କରାଯାଇପାରିବ।

  15. 15.ଓଡିଶା ରାଜ୍ୟରେ ବୁଥ୍‌ (ମତଦାନ କେନ୍ଦ୍ର) ସଂଖ୍ୟା ବଢ଼ାଯାଇଛି। ପୂର୍ବରୁ ୩୬ହଜାର ବୁଥ୍‌ ଥିଲା। ଏବେ ଆହୁରି ୭ହଜାର ବଢ଼ାଇ ୪୩ହଜାର ବୁଥ୍‌ କରାଯାଇଛି। ପ୍ରତି ବୁଥ୍‌ରେ ଯେପରି ସର୍ବାଧିକ ୧୨୦୦ ଭୋଟର୍ ରହିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.