• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଗାଡ଼ି ଯାଞ୍ଚ ନକରି କେବଳ ଫଟୋ ଦେଖି ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର  ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୪୨ରୁ ୫୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୭୨ ଜଣଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି।

  2. 2.ରାଜ୍ୟ ସରକାର PUCC ଯାଞ୍ଚ ଏବଂ ଜରିମାନା ଆଦାୟର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜାନୁଆରୀ ୧୦ ରୁ ରାଜ୍ୟରେ ‘ଗ୍ରୀନ୍ ଷ୍ଟିକର’ ବ୍ୟବସ୍ଥା ଆରମ୍ଭ ହୋଇଛି, ଯାହା ଗାଡ଼ିର କାଚରେ ଲାଗିବ। ଏହା ବାଧ୍ୟତାମୂଳକ ନୁହେଁ କିନ୍ତୁ ଯାଞ୍ଚ ସମୟରେ ସୁବିଧା ହେବ। ବୈଧ PUCC ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ୩ ମାସ ଜେଲ ହୋଇପାରେ।

  3. 3.ରାଜ୍ୟ ସରକାରଙ୍କ ନୂତନ ମୁଖପତ୍ର ‘ପ୍ରଗତି ପ୍ରବାହ’ ଭୁବନେଶ୍ୱରସ୍ଥିତ ଆବାସିକ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁସ୍ତିକାଟିକୁ ଉନ୍ମୋଚନ କରିଛନ୍ତି।

  4. 4.ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ସରକାରୀ ରାଜସ୍ୱ ହରିଲୁଟ୍ କରି ‘ଦୁଇ ନମ୍ବର’ ବ୍ୟବସାୟ କରୁଛନ୍ତି, ସେମାନଙ୍କ ବିରୋଧରେ କେବଳ ପୋଲିସ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

  5. 5.ଆସନ୍ତା ୨୨ତାରିଖରେ ସୁଭଦ୍ରା ଟଙ୍କା ମିଳିବ । ପୂର୍ବରୁ ଜାନୁଆରୀ ୧୮ରେ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

  6. 6.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଖୋଲାଖୋଲି ଭାବେ କହିଛନ୍ତି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ କାର‌୍ୟ୍ୟ ବିରୋଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକଜୁଟ ହୋଇଥିବା ବେଳେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

  7. 7.ଯୁଦ୍ଧବିଧ୍ୱସ୍ତ ଗାଜାର ପୁନର୍ଗଠନ ଏବଂ ଶାସନ ବ୍ୟବସ୍ଥାର ତଦାରଖ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ‘ବୋର୍ଡ ଅଫ୍ ପିସ୍’ ଗଠନ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡରେ ସାମିଲ ହେବା ପାଇଁ ଟ୍ରମ୍ପ ଭାରତକୁ ନିମନ୍ତ୍ରଣ କରିଥିବା ନେଇ ସୂତ୍ରରୁ ସୂଚନା ମିଳିଛି।

  8. 8.ଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ ଟା ରୁ ୧୨ ଟା ଯାଏ ଗଣନା କରାଯିବ। ଏଥିପାଇଁ ୫ଟି ରେଞ୍ଜରେ ୨୨ ଟିମ୍‌ ଗଠନ କରାଯାଇଛି।

  9. 9.ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ସୋମବାର ଏକ ସରକାରୀ ଗସ୍ତରେ ଭାରତ ଆସିବେ। ଏହି ଗସ୍ତର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା।

  10. 10.ଜମ୍ମୁ କଶ୍ମୀରର କିସ୍ତୱାର ଜିଲ୍ଲାର ସୋନାର ଅଞ୍ଚଳରେ ମିଳିତ ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ୮ ଜଣ ସୈନିକ ଆହତ ହୋଇଛନ୍ତି।

  11. 11.ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସର୍ବଶେଷ ଶୁଳ୍କ ଧମକକୁ ୟୁରୋପୀୟ ନେତାମାନେ ସମାଲୋଚନା କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ ଗ୍ରିନ୍‌ଲାଣ୍ଡକୁ ନେଇ ବାଣିଜ୍ୟ ଜରିମାନା ଲାଗୁ କରିବା ଭୁଲ ଏବଂ ଟ୍ରାନ୍ସଆଟଲାଣ୍ଟିକ ସମ୍ପର୍କକୁ ଏହା କ୍ଷତି ପହଞ୍ଚାଇପାରେ।

  12. 12.ଦେଶର ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ୨୦୨୪-୨୫ ଆର୍ଥିକ ବର୍ଷରେ ସାମୂହିକ ଭାବେ ୨୭୦୧ କୋଟି ଟଙ୍କାର ଲାଭ ହାସଲ କରିଛନ୍ତି। ୨୦୨୩-୨୪ରେ ସେମାନେ ୨୫,୫୫୩ କୋଟି ଟଙ୍କା କ୍ଷତି ସହିଥିଲେ।

  13. 13.ଅନ୍ତର୍ଜାତୀୟ ସ୍ତରରେ ଅନିଶ୍ଚିତତା ଲାଗି ରହିଥିଲେ ମଧ୍ୟ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଉତ୍ସାହଜନକ ରହିବ। ୨୦୨୬-୨୭ ଆର୍ଥିକ ବର୍ଷରେ ଏହାର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି କେୟାର ରେଟିଂସ୍‌ ଆକଳନ କରିଛି।

  14. 14.ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ଦ୍ୱାରା ୨୦୨୨ରେ ପ୍ରସ୍ତୁତ କରାଯାଇଥିବା ରାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶାକୁ ଟପ୍ ପର୍‌ଫର୍ମର ବର୍ଗରେ ସ୍ଥାନିତ କରାଯାଇଥିଲା। ସାମ୍ପ୍ରତିକ ରାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶାକୁ ଆସାମ, ବିହାର, ଜମ୍ମୁ-କାଶ୍ମୀର, ସିକିମ, ତ୍ରିପୁରା ଓ ମିଜୋରାମ ସହିତ ରଖାଯାଇଛି। ଗୁଜରାଟ ତାଲିକାର ଶୀର୍ଷରେ ରହିଛି।

  15. 15.ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ୨୦୨୫ ମସିହାରୁ ବିଦେଶୀ ନିବେଶକମା‌ନେ ଭାରତରୁ ମୁହଁ ଫେରାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.