-
1.ପୂଜ୍ୟପୂଜା ଭାରତୀୟ ପରମ୍ପରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଓଡ଼ିଶାରେ ଏହି ପରମ୍ପରାକୁ ଆଗେଇ ନେବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି। ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ସ୍ଥାପନ କରି ରାଜ୍ୟ ଓ ଜାତି ପ୍ରତି ସେମାନଙ୍କ ଅବଦାନକୁ ପର ପିଢ଼ିକୁ ଜଣାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।
-
2.ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଶାୟୀଙ୍କୁ ଝଟ୍କା ଦେଇଛି। ୭ଟି ସେବାରେ ୩୧୪ ପଦବିରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି।
-
3.ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ହିଁ ଡାଇରିଆ ବ୍ୟାପିଛି ଏବଂ ୧୪ ଜଣଙ୍କ ଜୀବନ ଯାଇଛି। ଗତ ୮ ବର୍ଷ ଧରି ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ହୋଇଥିଲେ ଇତିମଧ୍ୟରେ ଲ୍ୟାବ୍ ରିପୋର୍ଟ ମଧ୍ୟ ସ୍ପଷ୍ଟ କରିଛି ଯେ ଇନ୍ଦୋରରେ ପାଇପ୍ଲାଇନ୍ ଲିକେଜ୍ ଯୋଗୁ ପାନୀୟ ଜଳରେ ନର୍ଦ୍ଦମା ଜଳ ମିଶି ଏହା ଦୂଷିତ ହୋଇଛି।
-
4.ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ବଡ଼ ଧରଣର ପ୍ରତିବାଦ ଜାରି ରହିଥିବା ବେଳେ ଗତକାଲିଠାରୁ ଏହା ଅଧିକ ହିଂସାତ୍ମକ ହୋଇଉଠିଛି ଏବଂ ସମଗ୍ର ଦେଶରେ ଅସ୍ଥିରତା ଲାଗି ରହିଛି।
-
5.୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।
-
6.୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ।
-
7.ବିଶ୍ଵର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏଆଇ ଟୁଲ୍ ‘ଗ୍ରୋକ୍’ର ବ୍ୟାପକ ଅପବ୍ୟବହାରକୁ ନେଇ ବିଶ୍ଵବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ପୁରୁଷମାନେ ମହିଳାମାନଙ୍କ ପୋଷାକ ବଦଳାଇବା ଲାଗି ‘ଗ୍ରୋକ୍’ ନିର୍ଦ୍ଦେଶ ଦେଇ ସେହି ଛବିକୁ ପୋଷ୍ଟ କରୁଛନ୍ତି।
-
8.ନେପାଳ ଭଦ୍ରପୁର ବିମାନବନ୍ଦରେ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଯାଉଥିଲା । ବିମାନରେ ୫୧ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅଘଟଣ ପରେ ସମସ୍ଥ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।
-
9.ରାଉରକେଲା – ପୁରୀ – ରାଉରକେଲା ବନ୍ଦେ ଭାରତ ମଙ୍ଗଳବାର ବ୍ୟତିତ ସପ୍ତାହର ସମସ୍ତ ଦିବସରେ ଚଳାଚଳ କରିବ ।
-
10.ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ ।
-
11.ଓଡିଶାରେ ରାଜ୍ୟର ୩୦ ଜିଲାର ୨୬ ଲକ୍ଷ ୧୪ ହଜାର ୧୩୭ ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି।
-
12. ଆଇଟି (IT) ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୪୬ ହଜାର କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ ମିଳିଛି। ପ୍ରମୁଖ କମ୍ପାନୀ ସାମସଙ୍ଗ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଫକ୍ସକନ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହେବେ।
-
13.ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIT), ହାଇଦ୍ରାବାଦର ଜଣେ ଛାତ୍ର ଏକ ବିରାଟ ସଫଳତା ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଅନ୍ତିମ ବର୍ଷର ୨୧ ବର୍ଷୀୟ ଛାତ୍ର ଏଡୱାର୍ଡ ନାଥନ୍ ଭର୍ଗିସଙ୍କୁ ବାର୍ଷିକ ୨.୫ କୋଟି ଟଙ୍କାର ବ୍ୟୟବହୁଳ ପ୍ୟାକେଜ୍ ପ୍ରଦାନ କରାଯାଇଛି। ୨୦୦୮ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହି ଶିକ୍ଷାନୁଷ୍ଠାନରେ ଏହା ହେଉଛି ସର୍ବୋଚ୍ଚ ପ୍ୟାକେଜ୍।
-
14.ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
15.ରେଲଓ୍ବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, ଦେଶର ପ୍ରଥମ ବୁଲେଟ ଟ୍ରେନ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। ପ୍ରାରମ୍ଭିକ ଭାବରେ, ଏହି ଟ୍ରେନ ଗୁଜରାଟର ସୁରଟ ଏବଂ ବାପି ମଧ୍ୟରେ ଚାଲିବ। ପ୍ରଥମ ପର୍ଯ୍ୟାୟରେ, ସୁରଟ ଏବଂ ବିଲିମୋରା ମଧ୍ୟରେ ସେବା ଆରମ୍ଭ ହେବ। ଏହା ପରେ, ବାପିରୁ ସୁରଟ ସେକ୍ସନ ଖୋଲିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
