• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ ଉତ୍ପାଦର ଦର ବଢିବ ।  ଅର୍ଥ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏହି ଶୁଳ୍କ ବୃଦ୍ଧି ପରେ ସିଗାରେଟ, ପାନ ମସଲା ଏବଂ ଗୁଟଖା ଦର ବୃଦ୍ଧି ହେବ ।
  2. 2.ଆସନ୍ତା ଅଗଷ୍ଟ ୧୫, ୨୦୨୭ରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ବ୍ୟାପି ଏହି ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ଦେଶର ଯାତ୍ରୀ ପରିବହନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ।

  3. 3.ବଡ଼ଦିନ (ଡିସେମ୍ବର ୨୫) ଠାରୁ ‘ଜିରୋ ନାଇଟ୍‌’ (ଡିସେମ୍ବର ୩୧) ମଧ୍ୟରେ ଭୁବନେଶ୍ଵର ରାଜଧାନୀବାସୀ ପ୍ରାୟ ୩୨ କୋଟି ଟଙ୍କାର ମଦ ପିଇଛନ୍ତି।

  4. 4.ରାଜଧାନୀ ଢାକା ଠାରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଏକ ଗାଁରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି ଏବଂ ତାଙ୍କୁ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରାଯାଇଛି।

  5. 5.ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି -ଜନଅଭିଯୋଗ ୧୦ଦିନ ଭିତରେ ଫଇସଲା କରିବାକୁ ନିର୍ଦ୍ଦେଶ ଏବଂ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ  ବୈଠକରେ  ଉପସ୍ଥାପନା(ପିପିଟି) ଏବଂ ବୈଠକର  ବିବରଣୀଗୁଡ଼ିକ  ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

  6. 6.ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରି ଓଡ଼ିଶା ଉପକୂଳରେ ପହଞ୍ଚିସାରିଛନ୍ତି ବିରଳ ଅଲିଭ୍‌ରିଡ୍‌ଲେ କଇଁଛ। ଗଞ୍ଜାମଜିଲ୍ଲା ଋଷିକୁଲ୍ୟା ମୁହାଣ ନୀଳ ସମୁଦ୍ରରେ କଇଁଛଙ୍କ ମିଳନ ପର୍ବ ଜାରି ରହିଛି। ୨୦୨୪-୨୫ରେ ପ୍ରାୟ ୯ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିଲେ। ଯାହାକି ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଥିଲା।

  7. 7.ସାଧାରଣ କାଶ, ଥଣ୍ଡା, ଛିଙ୍କ ମଧ୍ୟ ଆଣ୍ଟିବାୟୋଟିକ୍‌ ଦ୍ବାରା ଭଲ ହେଉନାହିଁ। ବ୍ୟାକ୍ଟେରିଆମାନେ ଆଣ୍ଟିବାୟୋଟିକ୍‌ ଦ୍ବାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ ହୋଇ ରୋଗୀଙ୍କ ଜୀବନ ନେବାକୁ ପଛାଉନାହାନ୍ତି। ଏନେଇ ଆଇସିଏମ୍‌ଆର୍‌ର ଏକ ଅନୁସନ୍ଧାନକାରୀ ଦଳ ଗବେଷଣା କରି ଆଣ୍ଟିବାୟୋଟିକ୍‌ର ମାତ୍ରାଧିକ ବ୍ୟବହାରକୁ ଦାୟୀ କରିଛନ୍ତି।

  8. 8.ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ଭୁବନେଶ୍ବର ଓ କଟକରେ ସିଏନ୍‌ଜି ଓ ଘରୋଇ ପିଏନ୍‌ଜି ଦାମ୍‌ ନୂଆବର୍ଷରେ ପ୍ରାୟ ୧ ଟଙ୍କା ହ୍ରାସ କରିଛି। ଭୁବନେଶ୍ବରରେ ପୂର୍ବରୁ ୟୁନିଟ୍‌ ପିଛା ଘରୋଇ ପିଏନ୍‌ଜି ଦାମ୍‌ ୪୬ ଟଙ୍କା ୩୩ ପଇସା ଥିବାବେଳେ ଆଜିଠାରୁ ଏହା ୪୫ ଟଙ୍କା ୩୩ ପଇସାକୁ ଖସିଆସିଛି।

  9. 9.ଜଷ୍ଟିସ ସଙ୍ଗମ କୁମାର ସାହୁ ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ।

  10. 10.ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ ଡିସେମ୍ବରରେ ମୋଟ GST ସଂଗ୍ରହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

  11. 11.ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।

  12. 12.ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ନୀଳଗିରିରେ ଦେହାନ୍ତ ହୋଇଛି । ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ ଅକ୍ଷୟ । ସେ ୧୯୮୦-୮୫ ଏବଂ ୧୯୯୦-୯୫ ଯାଏଁ ଥିଲେ ବିଧାୟକ ଥିଲେ ।

  13. 13.୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।

  14. 14.ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି।

  15. 15.ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି ପର୍ଯ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ପୁଡ ପାର୍କ ନିର୍ମାଣ ହେବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.