• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ରୀୟ ଏଜେନ୍‌ସି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦଳର ଦସ୍ତାବିଜ ଚୋରି କରିଥିବା ଅଭିଯୋଗ କରିଛନ୍ତି। ମମତା ବଳପୂର୍ବକ ଇଡି ଜବତ କରିଥିବା ଓ ମନିଲଣ୍ଡରିଂର ପ୍ରମାଣ ଥିବା ଦସ୍ତାବିଜ, ହାର୍ଡଡିସ୍କ ଆଦି ଛଡ଼ାଇ ନେଇଥିବା ଇଡି ଅଭିଯୋଗ କରିଛି। ପରେ ମମତା ବାନାର୍ଜୀଙ୍କ ବିରୋଧରେ ଇଡି ଓ ଇଡି ବିରୋଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିବା ଜଣାପଡ଼ିଛି। 

  2. 2.ଆମେରିକା ଗତକାଲି ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ  ରୁଷ୍‌ର ପତାକା ଲାଗିଥିବା ଏକ ତୈଳବାହୀ ଜାହାଜ ଜବତ କରିଥିବାରୁ ମସ୍କୋ ଏହାର ତୀବ୍ର ବିରୋଧ କରିଛି। ପାଲଟା ଜବାବରେ ଆମେରିକୀୟ ଜାହାଜକୁ ମଧ୍ୟ ଜବତ  ପାଇଁ ପଦକ୍ଷେପ ନିଆଯିବ ବୋଲି ରୁଷ୍‌ର ଘୋଷଣା ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି।

  3. 3. ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।

  4. 4.ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ସମ୍ୱଲପୁରୀ ଧନୁଯାତ୍ରା କମିଟି ତରଫରୁ ତୃତୀୟ ବର୍ଷ ଧନୁଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତିରେ ସମ୍ୱଲପୁର ବ୍ରହ୍ମ ପଣ୍ଡିତ ମହାସଭା ତରଫରୁ ମଞ୍ଚପୂଜା ଓ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି ।

  5. 5.ବିଗତ ଚାରି ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ ବଜାର ପୁଞ୍ଜି ପ୍ରାୟ ୮ ଲକ୍ଷ କୋଟି ହ୍ରାସ ପାଇ ପ୍ରାୟ ୪୭୪ ଲକ୍ଷ କୋଟିକୁ ଖସିଯାଇଛି । 

  6. 6.ପରିବହନ ମନ୍ତ୍ରୀ  ପିୟୁସିସି ଯାଞ୍ଚ ତାରିଖ ଏପ୍ରିଲ ପହିଲାକୁ ବୃଦ୍ଧି କରିଛନ୍ତି । ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ କଟିବ ନାହିଁ ପ୍ରଦୂଷଣ ଚାଲାଣ । ପ୍ରଦୂଷଣ ଜରିମାନା ରାଶିର ତର୍ଜମା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

  7. 7.ନୂଆବର୍ଷ ସମୟରେ ଅବୈଧ ମାଦକ ଦ୍ରବ୍ୟ କାରବାର ଉପରେ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଚଢ଼ାଉ କରିଥିଲା । ଅବକାରୀ ବିଭାଗ ଏହି ସ୍ୱତନ୍ତ୍ର ଚଢ଼ାଉରେ ୧କୋଟି ୪୪ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ କରିଛି । ଡିସେମ୍ବର ୨୦ ତାରିଖରୁ ଏହି ଚଢ଼ାଉ ଆରମ୍ଭ ହୋଇଛି ।

  8. 8.ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଶୁକ୍ରବାର ତାପମାତ୍ରା ହ୍ରାସ ପାଇ ମାଇନାସ ୧ ଡିଗ୍ରୀରେ ପହଞ୍ଚିଛି ।

  9. 9.ସୁଭଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା ଏହି ମାସ ମଧ୍ୟରେ ୪.୫୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିକଟକୁ ଜମା କରାଯିବ।

  10. 10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଗୁରୁବାର ୫୫,୭୮୩ କୋଟି ଟଙ୍କାର ସାତଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ଏବଂ ଏହି ପ୍ରକଳ୍ପଗୁଡ଼ିକ ୧୪,୫୦୭ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିଛି।

  11. 11.ଆନ୍ଦୋଳନରତ ଓଡ଼ିଶା ସରକାରୀ ଡାକ୍ତରମାନେ ଗୁରୁବାର ସେମାନଙ୍କର ଆନ୍ଦୋଳନ ସ୍ଥଗିତ ରଖିବା ଘୋଷଣା କରିଛନ୍ତି ଏବଂ ଶୁକ୍ରବାରଠାରୁ ଓପିଡି ସେବା ପୁନର୍ବାର ଆରମ୍ଭ କରିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି।

  12. 12.ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଓଡ଼ିଶା ପଲିଟେକ୍ନିକ୍ ରାଙ୍କିଂର ଚତୁର୍ଥ ସଂସ୍କରଣ ପ୍ରକାଶିତ ହୋଇଛି। କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ (BOSE) ପ୍ରଥମ ସ୍ଥାନ ଅଧିକାର କରିଛି।

  13. 13.କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ ଦୁଇଟି ଆଦିବାସୀ ବହୁଳ ଗ୍ରାମ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଗ୍ରାମ ପାଲଟିଛି।

  14. 14.ଚଳିତ ମାସ ୧୬ ତାରିଖରୁ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ଜାତୀୟ ବିଦ୍ୟାଳୟ ଖୋ-ଖୋ କ୍ରୀଡାରେ ଓଡିଶା ତରଫରୁ ପ୍ରତିନିଧିତ୍ଵ କରିବେ ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁଶାନ୍ତୀ ପ୍ରଧାନ ।

  15. 15.ମାଲେସିଆ ଓପନ୍-୨୦୨୬ରେ ପିଭି ସିନ୍ଧୁଙ୍କୁ ତାଙ୍କର କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ କୋର୍ଟରେ ମାତ୍ର ୧୧ ମିନିଟ୍ ଆବଶ୍ୟକ ଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତୃତୀୟ ମାନ୍ୟତା ଆକାନେ ୟାମାଗୁଚି ଆଘାତ ସହିତ ଅବସର ନେବା ପରେ ସେ ପ୍ରଥମ ଖେଳ ୨୧-୧୧ରେ ଜିତିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.