-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ ।
-
2.ଭାରତ ଓ ରୁଷ୍ ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ଵ ସମୁଦାୟକୁ ଆହ୍ଵାନଦେଇଛନ୍ତି ।
-
3.ଆମେରିକାର ଆଲାସ୍କା ଏବଂ କାନାଡାର ୟୁକୋନ କ୍ଷେତ୍ର ସୀମା ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୦ ଥିଲା।
-
4.ଉତ୍ତର ଗୋଆର ଆରପୋରା ଗାଁରେ ଏକ ନାଇଟ୍ କ୍ଲବ୍ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
-
5. ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶନିବାର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି।
-
6.ଦିଲ୍ଲୀରେ ଖରାପ ବାୟୁ ମାନ ସାଙ୍ଗକୁ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି।
-
7.ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଅତିକ୍ରମଣ ମାମଲାରେ ଗୁଳି ବିନିମୟ ରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣେ ଆଫଗାନ ଅଧିକାରୀ ସୂଚନା ଦେଇଛନ୍ତି।
-
8.FDTL(Flight Duty Time Limit)) ନିୟମ ବିମାନ ସେବାକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ପ୍ରତିଦିନ ୫୦୦ରୁ ୧,୦୦୦ ବିମାନ ବାତିଲ ହେଉଥିଲା। ଏହି ବିଶୃଙ୍ଖଳା ସରକାରଙ୍କ ଉପରେ ପ୍ରବଳ ଚାପ ପକାଇଥିଲା। ଶେଷରେ ସରକାର ନୂତନ ନିୟମଗୁଡ଼ିକୁ ପ୍ରତ୍ୟାହାର କରିନେଇଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପରେ ସେଗୁଡ଼ିକର ପୁନର୍ବିଚାର କରାଯିବ।
-
9.ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଏକ ଭିଡିଓ ବାର୍ତ୍ତାରେ ସ୍ୱୀକାର କରିଛନ୍ତି ଯେ ଡିସେମ୍ବର ୫ ତାରିଖ ବିମାନ ପାଇଁ "ସବୁଠାରୁ ଖରାପ ଦିନ" ଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା, ଯାହା ଏହାର ଦୈନିକ ଉଡ଼ାଣର ଅଧାରୁ ଅଧିକ ଥିଲା।
-
10.ଘଟିଛି ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ ସହରରେ ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ ବନ୍ଧୁକଧାରି ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।
-
11.ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା ‘ଲର୍ଡ’ ଶଦ୍ଦକୁ ଏନସିଇଆରଟି ପାଠ୍ୟପୁସ୍ତକ, ବିଦ୍ୟାଳୟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟ ଏବଂ ସରକାରୀ କାଗଜପତ୍ରରୁ ହଟାଇବା ପାଇଁ ରାଜ୍ୟସଭାରେ ସାଂସଦ ସୁଜିତ କୁମାର ଦାବି କରିଛନ୍ତି ।
-
12.ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି।
-
13.ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି।
-
14.ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ଲାଗି ସରକାର ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି।
-
15.ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
