-
1.ଭାରତୀୟ ରିଜର୍ଭ ବ୍ୟାଙ୍କ ,ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ. ଏଚଡିଏଫସି, ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ଘୋଷଣା କରିଛି।
-
2.ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ରୁଷ ପୁନର୍ବାର ସମର୍ଥନ ଜଣାଇଛି।
-
3.ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ବିଶେଷ କରି ପ୍ରବାସୀ, ସ୍ଵାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।
-
4.ଇଣ୍ଡିଗୋ ପାଇଲଟମାନଙ୍କ ପାଇଁ ଆସିଥିବା ନୂଆ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ(ଏଫଡିଟିଏଲ) ନିୟମ ଲାଗୁ କରିବାରେ ସମସ୍ୟା ଉପୁଜିଛି। ଏହା ମଧ୍ୟରେ ଶୁକ୍ରବାର ୧ ହଜାରରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଛି।
-
5.ଭାରତ ଏବଂ ରୁଷ ମିଳିତ ଭାବେ ୟୁରିଆ ଉତ୍ପାଦନ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ବୁଝାମଣା ହୋଇଛି।
-
6.ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍ଭଗବତ ଗୀତା ଉପହାର ଦେଇଛନ୍ତି।
-
7.ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୨୧୨ଟି କୀର୍ତ୍ତିରାଜିକୁ ସଂରକ୍ଷଣ କରୁଛି। ଏହା ବ୍ୟତୀତ ରାଜ୍ୟରେ ୩ ହଜାରରୁ ଅଧିକ ଅସଂରକ୍ଷିତ କୀର୍ତ୍ତିରାଜି ରହିଛି। ସେସବୁର ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
-
8.ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରଧ୍ୟାପକ ପଦବୀ ଖାଲି ପଡିଛି । ରାଜ୍ୟରେ ମୋଟ ୧୪୩୦ ପଦବୀ ଖାଲି ପଡିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସୂଚନା ରଖିଛନ୍ତି । ସେଥିରୁ ୨୬୧ପ୍ରାଧ୍ୟାପକ, ୪୫୯ସହଯୋଗୀ ପ୍ରାଧ୍ୟାପକ, ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଫାଙ୍କା ପଡିଛି ।
-
9.ଆସନ୍ତା ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଲାଗୁ ହେଲେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢିବେ ନାହିଁ; ବରଂ ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ।
-
10.ଓଡିଶା ସରକାର ଏଏନ୍ଏନ୍ଏମ୍ ଓ ଜିଏନ୍ଏମ୍ ପରୀକ୍ଷାକୁ ବାତିଲ କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ହେଲା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
-
11.ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହୋଇ ମାର୍ଚ୍ଚ ୨ ରେ ସରିବ।
-
12.ସରକାର ଆଇଡିବିଆଇ ବ୍ୟାଙ୍କ୍ ଲିମିଟେଡ୍ରେ ଥିବା ଏହାର ଅଂଶଧନକୁ ବିକ୍ରି କରିବାକୁ ଚାହୁଛନ୍ତି। ବ୍ୟାଙ୍କ୍ରେ ସରକାରଙ୍କ ୭.୧ ବିଲିୟନ୍ ଡଲାର (ଯାହାକି ୬୦.୭୨% ସହ ସମାନ) ଅଂଶଧନ ରହିଛି।
-
13. ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର ୨୫ବେସିସ ପଏଣ୍ଟ ବା ୨୫ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ସହ ରେପୋ ହାର ୫.୨୫ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଗୃହ ଓ ଯାନବାହନ ଋଣ ଇଏମଆଇ ଶସ୍ତା ହେବାର ସମ୍ଭାବନା ରହିଛି ।
-
14.ଘରୋଇ ବିମାନ କମ୍ପାନି ‘ଇଣ୍ଡିଗୋ’ର ଉଡ଼ାଣ ବାତିଲ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ଯୋଗୁଁ ଭାରତୀୟ ରେଳବାଇ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡିଛି।
-
15.ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡ଼ା ଯେତିକି ସେତିକିରେ ଲଣ୍ଡନରୁ ଥରେ ଯାଇ ଆସି ହେବ । ମାନେ ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡା ଆଜି ରହିଛି ୭୦ ହଜାର ଟଙ୍କା । ଯେଉଁ ଦିଲ୍ଲୀରୁ ଲଣ୍ଡନକୁ ମାତ୍ର ୨୫ ହଜାର ଟଙ୍କା । ଯେଉଁଥିରେ ଜଣେ ଯାତ୍ରୀ ଲଣ୍ଜନ ଯାଇ ଫେରି ଆସିବ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
