-
1.ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ଵାଗତ କରିଥିଲେ।
-
2.ଓଡିଶା କଳାକାର ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିଛନ୍ତି ।
-
3.ଇସ୍ରାଏଲ ପୁଣି ଥରେ ଦକ୍ଷିଣ ଗାଜାରେ ଏକ ବଡ଼ ଆକ୍ରମଣ କରିଛି । ଗାଜା ଷ୍ଟ୍ରିପର ଦକ୍ଷିଣରେ ଖାନ ୟୁନିସର ପଶ୍ଚିମରେ କୁୱେତ ହସ୍ପିଟାଲ ନିକଟରେ ଥିବା ବିସ୍ଥାପିତ ଶିବିର ଉପରେରେ ଇସ୍ରାଏଲ ଯୁଦ୍ଧ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି ।
-
4. ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ତମାଖୁ ଓ ଏ ସମ୍ପର୍କିତ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ।
-
5.ଓଡ଼ିଶାରେ ଏପର୍ଯ୍ୟନ୍ତ ୨.୧୯ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ (EV) ପଞ୍ଜୀକୃତ ହୋଇ ରାସ୍ତାରେ ଚାଲୁଛି। ଗୁରୁବାର ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି।
-
6.ଆକସନ୍ ମୋଡରେ ପୁରୀ ପୁଲିସ। ନୀଳଚକ୍ର ନଗରରେ ନିଶା ମାଫିଆ ସୁକାନ୍ତ ପଣ୍ଡାଙ୍କ ଘରେ ବୁଲିଲା ବୁଲଡୋଜର୍। ବ୍ରାଉନସୁଗାର କାରବାରରେ ବହୁ ବାର ଜେଲ୍ ଯାଇଛନ୍ତି ସୁକାନ୍ତି ପଣ୍ଡା।
-
7.ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍କାଉଣ୍ଟର ଘଟଣା ଘଟିଛି। ଏହି ଗୁଳିମାଡ଼ରେ ପୁଣି ୩ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏଥି ସହିତ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି।
-
8.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସଙ୍କଟାପନ୍ନ ରହିଛି। ଦେଶର ତିନି ସଶସ୍ତ୍ର ବାହିନୀର ମୁଖ୍ୟମାନେ ତାଙ୍କୁ ହସ୍ପିଟାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
-
9.ଓଡ଼ିଶାର ସବୁଠାରୁ ଦୀର୍ଘତମ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
-
10.ସଂଗୀତ ମହାବିଦ୍ୟାଳୟର ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ ଓ ଗିରଫ ହୋଇଛନ୍ତି। ଛାତ୍ରୀମାନେ ଅଭିଯୋଗ ଆଣିଥିଲେ ଯେ, ଶତ୍ରୁଘ୍ନ ସାର ସେମାନଙ୍କୁ ନିର୍ଯାତନା ଦେଉଥିଲେ।
-
11.ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀରଙ୍କୁ ଦଳରୁ ନିଲମ୍ବିତ କରିଛି । ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଫିରହାଦ ହାକିମ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।
-
12.ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି।
-
13.ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇ ଡିସେମ୍ବର ୧୭, ୨୦୨୫ ପର୍ଯ୍ୟନ୍ତ ଚାଲିବ।
-
14.ପ୍ରାୟ ସାଢେ ୪ ମାସ ଧରି ବନ୍ଦ ପଡ଼ିଥିବା ବିମାନସେବା ଶୁକ୍ରବାର ଦିନଠାରୁ ପୁନର୍ବାର ଆରମ୍ଭ ହେବ। ଭୁବନେଶ୍ବର-ରାଉରକେଲା ମଧ୍ୟରେ ଇଣ୍ଡିଆୱାନ୍ ଏୟାର୍ ବିମାନସେବା ପରିଚାଳନା କରିବ।
-
15.ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପହଞ୍ଚିନାହିଁ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
