-
1.ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ।
-
2.ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ୫୦ରୁ ଅଧିକ ହରିଣ ଶିଙ୍ଗ ପଡ଼ିରହିଛି । ଅଧିକାଂଶ ଶିଙ୍ଗ ହରିଣ ଦେହରୁ ଓପଡ଼ା ଯାଇଥିବା ଜଣାପଡ଼ୁଛି।
-
3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ଚିଙ୍ଗୁଡ଼ି ରପ୍ତାନି ଗୁରୁତର ବ୍ୟାହତ ହୋଇଛି।
-
4.ଆମେରିକା ଗତ ଜୁନ୍ ମାସରେ ଏହି ୧୯ଟି ଅଣ-ୟୁରୋପୀୟ ଦେଶର ଆଂଶିକ ଯାତ୍ରାରେ ପ୍ରତିବନ୍ଧକରେ ପକାଇଥିଲା । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ ଏବଂ ସୋମାଲିଆ ଅନ୍ତର୍ଭୁକ୍ତ ।
-
5.ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ୨୦୨୫ରେ ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି।
-
6.ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା ।
-
7.ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ବାଇସି ପ୍ରକ୍ରିୟା ଜାରି ରହିବ। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଇ-କେଓ୍ବାଇସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
-
8.ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି।
-
9.ଓଡିଶା ରାଜ୍ୟର ୫,୦୦୦ରୁ ଅଧିକ ରାଜସ୍ୱ ଏବଂ ଦୁର୍ଗମ ଗ୍ରାମରେ ଏପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ସଂଯୋଗ ନାହିଁ।
-
10.ଏୟାରଲାଇନ୍ସ ମାସ ମଧ୍ୟରେ ୧୨୩୨ ଉଡ଼ାଣ ବାତିଲ କରିଛି ଏବଂ ବ୍ୟାପକ ବିଳମ୍ବ ସହିତ, ବିମାନ ଚଳାଚଳ ନିୟାମକକୁ ଏହାର କାର୍ଯ୍ୟକ୍ଷମତା ଉପରେ ସତର୍କ ଦୃଷ୍ଟି ରଖିବାକୁ ବାଧ୍ୟ କରିଛି।
-
11.ହିରୋ ମୋଟୋକର୍ପର ହାର୍ଲେ-ଡେଭିଡ୍ସନ୍ ଭାରତରେ ରୋଡ୍ଷ୍ଟାର୍ର ନୂଆ ଡିଜାଇନ୍ ନେଇ ‘ଏକ୍ସ୪୪୦ ଟି’ ଲଞ୍ଚ କରିବାକୁ ଯାଉଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହା ଭାରତ ଅଟୋମୋବାଇଲ୍ ଶିଳ୍ପରେ ସାମିଲ ହେବ।
-
12.ଭୁବନେଶ୍ଵରରେ ରେ ରୁପା ଦର କେଜି ପିଛା ଦାମ୍ ୫୦୦୦ ଟଙ୍କା ବଢ଼ିବାରୁ ମୋଟ୍ ଦର ୨,୦୧,୦୦୦ ଟଙ୍କା ହୋଇଛି। ଗତ ନଭେମ୍ବର ୨୫ରୁ ରୁପା ଦାମ୍ ଲଗାତାର ଭାବେ ବଢ଼ୁଛି।
-
13.ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାରେ ୩ ଜଣ ଡିଆରଜି ଜବାନ ସହିଦ ହୋଇଛନ୍ତି ।
-
14.୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (SOP) ଜାରି କରିଛନ୍ତି ଓଡ଼ିଶା ସରକାର। ଏହି SOP ଅନୁଯାୟୀ, ଛାତ୍ରବୃତ୍ତି ରାଶି ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ପ୍ରଦାନ କରାଯିବ।
-
15.ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
