-
1.ଆସନ୍ତାବର୍ଷ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ। ୨୦୨୭ ଫେବୃଆରୀରୁ ଦ୍ୱିତୀୟପର୍ଯ୍ୟାୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ।
-
2.ଆସନ୍ତା ଡିସେମ୍ବର ୯ ଦିନ ଏସଆଇଆର ଉପରେ ଲୋକସଭାରେ ଆଲୋଚନା କରାଯିବ। ମଧ୍ୟାହ୍ନ ୧୨ଟାରୁ ୧୦ଘଣ୍ଟା ଧରି ଏହି ପ୍ରସଙ୍ଗରେ ଆଲୋଚନା କରାଯିବ।
-
3.ସଞ୍ଚାର ସାଥୀ ଆପ୍ ସମ୍ପୂର୍ଣ୍ଣ ଇଚ୍ଛାଧୀନ ଓ ଯେକୌଣସି ସମୟରେ ଡିଲିଟ୍ କରିପାରିବେ। ନୂଆ ଫୋନ୍ରେ ପ୍ରି-ଇନ୍ଷ୍ଟଲ କରିବା କେବଳ ସଚେତନତା ପାଇଁ ଏବଂ ଏହାର ବ୍ୟବହାର ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀ କହିଛନ୍ତି, ଆପ୍ ରେଜିଷ୍ଟ୍ରେସନ ବିନା ନିଷ୍କ୍ରିୟ ରହେ ଏବଂ କୌଣସି ନଜର ରଖିବା ବା କଲ୍ ମନିଟରିଂ କରେନାହିଁ।
-
4.ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍ସିଡି)ର ୧୨ଟି ୱାର୍ଡରେ ହୋଇଥିବା ଉପନିର୍ବାଚନର ଫଳାଫଳ ଭୋଟ ଗଣତି ପରେ ବୁଧବାର ଘୋଷଣା କରାଯିବ।
-
5.ଭାରତର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୩୦, ୨୦୨୫ରେ ଘୋଷଣା କରିଥିଲା ଯେ ଏହା ଏହାର m-Cash ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବ। ଡିସେମ୍ବର ୧, ୨୦୨୫ରୁ, OnlineSBI ପ୍ଲାଟଫର୍ମ ଏବଂ YONO Lite ଆପ୍ ରେ mCASH ବ୍ୟବହାର କରି ଟଙ୍କା ପଠାଇବା ଆଉ ସମ୍ଭବ ହେଉନାହିଁ ।
-
6.ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଏମଓର ନାଁ ନାମ ବଦଳିଲା । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ ।
-
7.ବିଶ୍ୱର ଶୀର୍ଷ ଧନୀ ତଥା ଏକ୍ସ-ଏଆଇ ପ୍ରତିଷ୍ଠାତା ଏଲନ ମସ୍କ କହିଛନ୍ତି, ଏକ ବିନାଶକାରୀ ଯୁଦ୍ଧ ଅନିବାର୍ଯ୍ୟ ଏବଂ ଏହା ପରମାଣୁ ଯୁଦ୍ଧ ହୋଇପାରେ। ଏହା ଆଗାମୀ ୫ ବର୍ଷ ଭିତରେ କିମ୍ବା ଅତି ବେଶିରେ ୧୦ ବର୍ଷ ମଧ୍ୟରେ ହେବ।
-
8.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଓ ୫ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବା ପୂର୍ବରୁ ତାଙ୍କର କାର୍ଯ୍ୟସୂଚୀ ସ୍ପଷ୍ଟ କରିଛନ୍ତି। ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି। ରୁଷ ଭାରତକୁ ଏକ ବୁଡ଼ାଜାହାଜ ପରମାଣୁ ଚାଳିତ SSN (ଚକ୍ର-ଶ୍ରେଣୀ) ବୁଡ଼ାଜାହାଜ ଭଡ଼ା ଦେବ।
-
9.ଇମ୍ରାନଙ୍କ ଭଉଣୀ ଉଜମା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି।
-
10.ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ଵାସ ବିଲ୍, ୨୦୨୫ ଆଣିଛନ୍ତି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।
-
11. ସରକାର ଏଥର ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ଅନ୍ବେଷା ପୋର୍ଟାଲ ଖୋଲିଲେ ନାହିଁ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଚାଲିବ କି ଆଗକୁ ବନ୍ଦ ହୋଇଯିବ ସେ ନେଇ ବିରୋଧୀଦଳ ଆଶା-ଆଶଙ୍କାରେ ରହିଛନ୍ତି।
-
12.ଲୋକସେବା ଭବନରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଡିଏମ୍ଏଫ୍ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
-
13.ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି।
-
14.ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଖଞ୍ଜାମାହଳର ପଥର ଖାଦାନରେ ଜିଲାପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି । ବିଭିନ୍ନ ସମୟରେ ପଥରଖାଦାନରୁ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା।
-
15.ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ ଆଇପିଏଲ ନିଲାମରୁ ଓହରି ଯାଇଛନ୍ତି । ଆଇପିଏଲ ୨୦୨୬ ମିନି ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାପ ଡୁ ପ୍ଳେସି ମଧ୍ୟ ଆଇପିଏଲ ନିଲାମରୁ ଓହରି ଯାଇଥିଲେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
