• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି ,ମୋକଦ୍ଦମାର ଗରିବ ପକ୍ଷଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା । ସେ ଗରିବଙ୍କୁ ନ୍ୟାୟ ଦେବା ନିମନ୍ତେ ରାତି ଅଧ ଯାଏ କୋର୍ଟରେ ବସିପାରିବେ।
  2. 2.ନିର୍ବାଚନ କମିଶନ ଶନିବାର ବୁଥ୍‌ସ୍ତରୀୟ ଅଫିସର (ବିଏଲ୍‌ଓ)ମାନଙ୍କ ପାରିଶ୍ରମିକକୁ ୬,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲ୍‌ଓ ସୁପରଭାଇଜରମାନଙ୍କ ପାରିଶ୍ରମିକ ୧୨,୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି।

  3. 3.କେନ୍ଦ୍ର ସରକାର ଘର ଭଡ଼ା ନିୟମ 2025 କାର୍ଯ୍ୟକାରୀ କରିଛନ୍ତି। ଘର ମାଲିକ ଏବଂ ଭଡ଼ାଟିଆ ଉଭୟଙ୍କୁ ସେମାନଙ୍କର ଭଡ଼ା ଚୁକ୍ତିନାମା ଅନଲାଇନରେ ପଞ୍ଜୀକରଣ କରିବାକୁ ପଡ଼ିବ।

  4. 4.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ଡି. ସୁବାରାଓ କହିଛନ୍ତି ଯେ, ନୋଟ୍ ଦେଇ ‌ଭୋଟ୍ ଜିତିବା ଦେଶର ଭବିଷ୍ୟତ କ'ଣ ହେବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।

  5. 5.ନିର୍ବାଚନ କମିଶନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି।

  6. 6.ପ୍ରବୀଣ କନ୍ନଡ ଅଭିନେତା ଉମେଶଙ୍କ ନଭେମ୍ବର ୩୦, ୨୦୨୫ରେ  ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

  7. 7.ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ‘People of WTF’ ପୋଡକାଷ୍ଟରେ କଥାବାର୍ତ୍ତା ବେଳେ ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଇଲନ୍ ମସ୍କ କହିଛନ୍ତି, “ମୁଁ ଯେକୌଣସି ବ୍ୟକ୍ତିଙ୍କର ବଡ଼ ପ୍ରଶଂସକ, ଯିଏ ବିଦ୍ରୋହୀ ହେବାକୁ ଚାହୁଁଛନ୍ତି। ତେଣୁ, ମୁଁ ଭାବୁଛି ଯିଏ ନିଏ ତାହା ଠାରୁ ଅଧିକ ଦିଏ, ସେମାନଙ୍କ ପାଇଁ ମୋର ସମ୍ମାନ ରହିଛି।”

  8. 8.ସରକାରୀ କର୍ମଚାରୀମାନେ ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ହେବନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି ।

  9. 9.ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁଯାୟୀ,  ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୮୭୧ ଜଣ ଏବଂ ପିଏମ୍-ଜନମନରେ ୫୦ ଜଣ ହିତାଧିକାରୀ କେଉଁଠି ଘର କରିବେ ସେନେଇ ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଇନି। ଏଥିପାଇଁ ଜିଲ୍ଲାପାଳ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀମାନେ ବିଡିଓ, ତହସିଲଦାରମାନଙ୍କ ସହ ପ୍ରତି ମାସର ପ୍ରଥମ ଶନିବାର ବୈଠକ କରି ସମସ୍ୟାର ସମାଧାନ କରନ୍ତୁ।

  10. 10.ସିଗାରେଟ୍‌, ପାନ ସମଲା ଓ ଗୁଟ୍‌ଖା ଭଳି ତମାଖୁ ଉପରେ ଚଢ଼ା ସେସ୍‌ ଲଗାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି। 

  11. 11.ଆମେରିକାର କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଏକ ଗୁଳିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। 

  12. 12.ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ  ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଚଳିତଥର ୪୨ ହଜାର ଦର୍ଶକ ମ୍ୟାଚ ଦେଖିବେ। ତେବେ ୨୩ ହଜାର ଟିକେଟ ବିକ୍ରି କରାଯିବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍‌ ଦିଆଯିବ।

  13. 13.ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ୨୮ ଟିକିଆ ହାତୀପଲ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

  14. 14.ଦେଶରେ ପ୍ରତିଦିନ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ୨୪କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୩,୯୮୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୩,୬୫୦ ମହଙ୍ଗା ହୋଇଛି ।

  15. 15.ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି।

  16. 16.ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିଖୋଜ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଓଡ଼ିଶା ୨୦୨୩ରେ ମାତ୍ର ୩୨.୫ ପ୍ରତିଶତ ଉଦ୍ଧାର କରିପାରିଛି।

  17. 17.ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଭାରତୀୟ ଭାଷା ଏବଂ ମାତୃଭାଷାର ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି।

  18. 18.କେନ୍ଦ୍ର ସରକାର ସାଇବର ଠକେଇର ମୁକାବିଲା କରିବା ଲକ୍ଷ୍ୟ ନେଇ ମେସେଜିଂ ଆପ୍‌ଗୁଡ଼ିକୁ ସିମ୍ ବାଇଣ୍ଡିଂ କରିବାକୁ କହିଛନ୍ତି। ୱେବ୍ ଆଧାରିତ ସେବାକୁ ପ୍ରତି ୬ ଘଣ୍ଟାରେ ଆପେ ଲଗ୍‌ଆଉଟ୍‌ କରିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି। ଟେଲିକମ୍ ବିଭାଗ ଜାରି କରିଥିବା ଏହି ନିର୍ଦ୍ଦେଶ ହ୍ବାଟସ୍‌ଆପ୍, ଟେଲିଗ୍ରାମ, ସିଗ୍‌ନାଲ୍‌, ଅରଟଇ, ସ୍ନାପ୍‌ଚାଟ୍‌, ସେୟାରଚାଟ୍ ଆଦିକୁ ପ୍ରଭାବିତ କରିବ।

  19. 19.ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଶତକ ରାଞ୍ଚିରେ ବଡ଼ ଉପଲବ୍ଧି । ୧୦୨ଟି ବଲ୍‌ ଖେଳି ଶତକ ହାସଲ।

  20. 20. ଆଇପିଏଲରୁ ଅବସର ଘୋଷଣା କରିଛନ୍ତି ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ପରିଚିତ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ। ସେ କୋଲକାତା ନାଇଟ ରାଇଡର୍ସ ଟିମ ସହିତ ଜଡିତ ରହିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.