-
1.ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ମୋଟ ୧୫ ଟି ବୈଠକ ଅନୁଷ୍ଠିତ ହେବ।
-
2.ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ଶକ୍ତି ପାଲଟିଛି। ଏହା ସହିତ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଛି।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି।
-
4.ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜୋରସୋରରେ ଆଗେଇ ଚାଲିଛି। ଗଭୀର ଖାଇ ଉପରେ ନିର୍ମିତ ୮୦ ଫୁଟ ଉଚ୍ଚ ପୋଲ ଉପରେ ଗଡ଼ିବ ଟ୍ରେନ୍। ଏହି ରେଳପଥରେ ଟ୍ରେନ୍ ଗଡ଼ିବା ପାଇଁ ବୌଦ୍ଧ ଜିଲ୍ଲାରେ ୪ଟି ସୁଡ଼ଙ୍ଗ (ଟନେଲ୍) ସହ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଦୁଇଟି ବଡ଼ ଭାୟାଡକ୍ଟ ନିର୍ମାଣ ହେଉଛି।
-
5.ରାଜ୍ୟରେ ଏବେ ୭୪୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ତାହା ମଧ୍ୟରୁ ୨୦୧୫୦ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୭୩୮୯ଟି କେନ୍ଦ୍ରର ଘର ନିର୍ମାଣାଧୀନ ଅଛି।
-
6.ଓଡିଶା ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବଢ଼ାଇଛନ୍ତି। ପୂର୍ବରୁ ଏହା ୫ କୋଟି ଟଙ୍କା ଥିବାବେଳେ ଏବେ ତାହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଦେବୋତ୍ତର ବିଭାଗ ଅଧୀନରେ ଏବେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
-
7.ଓଡିଶାରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି।
-
8.ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ଆଉ ୧୫ ମାଓବାଦୀ ପୁଣି ଆତ୍ମସମର୍ପଣ କଲେ । ଏମାନେ ଆଇଏମ୍ଏମ୍ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ।
-
9.ଓଡିଶାରେ ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି।
-
10.ଓଡିଶାରେ ସରଜମିନ ତଦନ୍ତ ପରେ ଶୁଭଦ୍ରା ଯୋଜନାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି ।
-
11.ଦୁବାଇରେ ଆୟୋଜିତ ହୋଇଯାଇଛି ୫ ଷ୍ଟାର ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ମହାଶ୍ଵେତା ରାୟଙ୍କୁ ମିଳିଲା ଗୋଲ୍ଡେନ୍ ଏରା ଅଫ୍ ଇଣ୍ଡିଆନ୍ ସିନେମା ସମ୍ମାନ ।
-
12.ବିଜୁ ଜନତା ଦଳ (ବିଜେଡି)ର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି।
-
13.ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ପିଅନ ହେବେ । ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ।
-
14.କଫ ସିରପ ଯୋଗୁ ଅନେକ ଶିଶୁ ମୃତ୍ୟୁ ଏବଂ ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାର ମନମୁଖୀ ବିକ୍ରୟକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି।
-
15.ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଆଉ ବର୍ତ୍ତମାନ ବ୍ୟାଙ୍କ ଗ୍ରାହକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଏହି ମାସରେ ବ୍ୟାଙ୍କଗୁଡ଼ିକ 18 ଦିନ ପାଇଁ ବନ୍ଦ ରହିବ।
-
16.ଆଇସିସି ଚେୟାରମ୍ୟାନ ଜୟ ଶାହାଙ୍କୁ ଭାରତୀୟ ମହିଳା କ୍ରିକେଟ୍ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସିଏନ୍ଏନ୍-ନ୍ୟୁଜ ୧୮ ପକ୍ଷରୁ ଇଣ୍ଡିଆନ ଅଫ୍ ଦି ଇୟର ପୁରସ୍କାର ବିତରଣ ଉତ୍ସବରେ ଆଉଟ୍ଷ୍ଟାଣ୍ଡିଂ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।
-
17.ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବ ବିଶ୍ଵକପ ପଞ୍ଚମ ସଂସ୍କରଣ-୨୦୨୫ ତାମିଲନାଡୁରେ ଆରମ୍ଭ ହୋଇଛି। ଶୁକ୍ରବାର ଉଦ୍ଘାଟନୀ ଦିବସରେ ୮ ଟି ମ୍ୟାଚ ଖେଳାଯାଇଥିଲା।
-
18.ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଦିତ୍ୱାହ’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି।
-
19.ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଯାଉଥିବାରୁ ରୁଷ୍ ଉଭୟ ଦେଶ ପାଇଁ ପରସ୍ପର ଅଞ୍ଚଳରେ ସାମରିକ କର୍ମଚାରୀ, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ମୁତୟନ କରିବାକୁ ଭାରତ ସହ ମିଳିତ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି।
-
20.ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବାକୁ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ନାହିଁ । ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ କରାଯାଇଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
