• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ସଫଳତାର ସହ ଚନ୍ଦ୍ରଯାନ-୩କୁ ସଫଳ ଅବତରଣ କରାଇବା ପରେ ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି।

  2. 2.ସରକାରଙ୍କ ଦ୍ବାରା ଅନଲାଇନ ଗେମ ଆଇନ ଲାଗୁ ହେବା ପରେ ଡ୍ରିମ-୧୧ ସମେତ ଦେଶରେ କାମ କରୁଥିବା ଗେମିଂ ଆପଗୁଡ଼ିକ ନିଜ ନିଜର ମନିଗେମ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି ଓ ତା ସ୍ଥାନରେ ସୋସିଆଲ ଗେମ ଗୁଡ଼ିକ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି ।

  3. 3.କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା କୋଲ୍ ଏଣ୍ଡ ପାୱାର୍‌ ଲିମିଟେଡ୍‌(ଓସିପିଏଲ୍‌)କୁ ବାଣିଜ୍ୟ ଭିତ୍ତିକ ଟାଙ୍ଗିରିଡିହି ନର୍ଥ କୋଲ୍‌ ବ୍ଲକ୍‌ ପ୍ରଦାନ କରାଯାଇଛି।

  4. 4.ଭାରତୀୟ ଡାକ ବିଭାଗ ପକ୍ଷରୁ ଆମେରିକାକୁ ୨୫ ତାରିଖରୁ ଅଧିକାଂଶ ପାର୍ସଲ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଚିଠି, ଦସ୍ତାବିଜ ଏବଂ ୧୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ଉପହାର ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପାର୍ସଲ ସେବା ବନ୍ଦ କରାଯାଇଛି।

  5. 5.ଜେନେରେଟିଭ୍ ଏଆଇ ବ୍ୟାଙ୍କ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି । ଏହାର ଉପଯୋଗ ଦ୍ବାରା ବ୍ୟାଙ୍କ କାର୍ଯ୍ୟରେ ୪୬% ଉନ୍ନତି ଆସିବ ବୋଲି ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

  6. 6.ଗିରଫ ହେବାର ୫୯ ଦିନ ପରେ ପଞ୍ଜାବ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶନିବାର ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମଜିଠିଆଙ୍କ ବିରୋଧରେ ମୋହାଲିସ୍ଥିତ ଏକ ଅଦାଲତରେ ୪୦ ହଜାର ପୃଷ୍ଠାର ଚାର୍ଜସିଟ୍‌ (ଅଭିଯୋଗଫର୍ଦ୍ଦ) ଦାଖଲ କରାଯାଇଛି।

  7. 7.ରାଜ୍ୟର ୨୨ ଜିଲ୍ଲାର ୭,୬୨୩ଟି ଆଦିବାସୀ ଗ୍ରାମ ‘ଆଦି କର୍ମଯୋଗୀ ଅଭିଯାନରେ ଅନ୍ତର୍ଭୁକ୍ତ ହେବେ।

  8. 8.ରାଜ୍ୟରେ ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ୨୦ ଲକ୍ଷ ଚାଷୀ ପଞ୍ଜିକରଣ ହୋଇପାରେ

  9. 9.ଅନ୍ତୋଦୟ ଗୃହ ଯୋଜନାରେ ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି ବଢ଼ିଲା। ୬ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳିବ।

  10. 10.ପିଜି ଶିକ୍ଷା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେଲା। ଆବେଦନର ସେପ୍ଟେମ୍ବର ୩ ଶେଷ ତାରିଖ ।

  11. 11.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକ୍‌ରୁ ଗିରଫ କରିଛି। ବେଆଇନ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ ବେଟିଂ ମାମଲାରେ ଇଡି ବୀରେନ୍ଦ୍ରଙ୍କ ୩୦ଟି ଠିକଣାରେ ଇଡି  ଚଢ଼ଉ କରି ନଗଦ ୧୨ କୋଟି ଟଙ୍କା ଏବଂ ୬ ‌କୋଟି ଟଙ୍କାର ସୁନା ଜବତ କରିଛି।

  12. 12.ବିଗତ ପାଞ୍ଚ ବର୍ଷରେ ଦେଶରେ ୮୬୦୦ ନୂଆ ସରକାରୀ ସ୍କୁଲ ପ୍ରତିଷ୍ଠା କରାଯାଇଛି। ୨୦୧୯-୨୦ରୁ ୨୦୨୩-୨୪ ଆର୍ଥିକବର୍ଷରେ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସ୍କୁଲଗୁଡିକ ଖୋଲାଯାଇଛି।

  13. 13.ସମ୍ବଲପୁରରେ ମହାନଦୀର ୨ୟ ସେତୁରୁ ନଦୀକୁ ଡେଇଁ ପଡ଼ିଥିବା ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରୀଙ୍କୁ ଜୀବିତ ଉଦ୍ଧାର କରିଛନ୍ତି।

  14. 14.ଅହମଦାବାଦରେ ଏସୀୟ ଆକ୍ବାଟିକ୍ ଅକ୍ଟୋବର୍‌ ୨୮ରୁ ଆରମ୍ଭ। ଓଡ଼ିଶାରୁ ମନ୍ନତା ଓ ସ୍ରିଷ୍ଟିଙ୍କୁ ଜାତୀୟ ଶିବିରକୁ ଡାକରା।

  15. 15.ଉତ୍ତରାଖଣ୍ଡରେ ଧରାଲି ପରେ ଥରିଲା ଥରାଲି। ପୁଣି ବାଦଲଫଟା ବର୍ଷା, ମାଟି ତଳେ ଧସିଗଲା ଅନେକ ଘର।

  16. 16.ଟିକଟକ ଉପରୁ କଟକଣା ହଟାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ଓ ଏ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଭିତ୍ତିହୀନ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।

  17. 17.ଭାରତର ଡାକ ବିଭାଗ ଆସନ୍ତା ୨୫ ତାରିଖରୁ ଆମେରିକାକୁ ଡାକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

  18. 18.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଜଣେ ଅତି ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର୍‌ଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି।

  19. 19.ମୁଖ୍ୟ ଉଦ୍ଧବ ଠାକରେ ଦାବି କରିଛନ୍ତି ଯେ, ଯଦି ନିର୍ବାଚନ ସଚ୍ଚୋଟତାର ସହିତ ହୁଏ, ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମହାରାଷ୍ଟ୍ରରେ ଜିତିପାରିବ ନାହିଁ।

  20. 20.ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି ବାଂଲାଦେଶ। ୩ ମାସରେ ୩୪୨ ଦୁଷ୍କର୍ମ, ମୁଣ୍ଡ ନଥିବା ଅନେକ ଯୁବତୀଙ୍କ ମୃତଦେହ ଠାବ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.