• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ବାଚସ୍ପତି ଓମ୍‌ ବିର୍ଲା କରିବା ସହିତ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି ।

  2. 2.ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନ କହିବା ଠିକ୍। ଏହାକୁ ଯାଞ୍ଚ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ କହିଛନ୍ତି।

  3. 3.ଜେଲ୍ ଦଣ୍ଡାଦେଶ ସମାପ୍ତ କରିଥିବା ଦୋଷୀମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ବଡ଼ ରାୟରେ କହିଛନ୍ତି।

  4. 4.ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶା ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହାସଲ କରିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକ‌ରେ ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସମେତ ମୋଟ୍‌ ଚାରିଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।

  5. 5.ଗାଜିଆବାଦରୁ ଏକ ଦୁଃଖଦ ଖବର ଆସିଛି। ଜିଲ୍ଲା ଏବଂ ସେସନ୍ସ ଜଜଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ ଜଜଙ୍କ ନାମ ଆଶିଷ ଗର୍ଗ।

  6. 6.କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଜୁଲାଇରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୩୦ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ଏହି ହାର ବିଯୁକ୍ତ ୦.୬୦ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ୦.୫୩ ପ୍ରତିଶତ ରହିଛି।

  7. 7.ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ସହିତ ଜଡିତ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ବୋର୍ଡର ରଣନୈତିକ ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ।

  8. 8.ଦକ୍ଷିଣ କୋରିଆର ରାଜନୈତିକ ଇତିହାସରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ପ୍ରଥମ ଥର ପାଇଁ, ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଅର୍ଥାତ୍ ଦେଶର ପୂର୍ବତନ ପ୍ରଥମ ମହିଳା କିମ୍ କି-ୟୋନ୍ ହିଙ୍କୁ ଜେଲ ପଠାଯାଇଛି।

  9. 9.ଦିଲ୍ଲୀ-ଏନସିଆରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଯାନ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଯାନ ମାଲିକଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ଦିନ ସୁପ୍ରିମକୋର୍ଟ କହିଛନ୍ତି।

  10. 10.ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର  ଜାମବାହାଲ ନିକଟରେ ଟ୍ରଲରକୁ ପିଟିଥିଲା କାର୍। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  11. 11.ଶେଷ ହେଲା ପ୍ରଶଂସକଙ୍କ ଅପେକ୍ଷା। ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁରଙ୍କ ରୋମଣ୍ଟିକ୍‌ କମେଡି ଫିଲ୍ମ ‘ପରମ ସୁନ୍ଦରୀ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି।

  12. 12.ମଧ୍ୟପ୍ରଦେଶର ଜବଲପୁରରେ ହେଲମେଟ୍‌ ପିନ୍ଧି ୫ ଜଣ ଲୁଟେରା ଏକ ଫାଇନାସ୍‌ ବ୍ୟାଙ୍କରୁ ୨୦ ମିନିଟରୁ କମ୍‌ ସମୟରେ ୧୪ କୋଟିରୁ ଅଧିକ ଟଙ୍କାର ୧୪.୮ କିଲୋଗ୍ରାମ୍‌ ସୁନା ଓ ୫ ଲକ୍ଷ ନଗଦ ଟଙ୍କା ଲୁଟ୍‌ କରିଛନ୍ତି ।

  13. 13.ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ଯୁକ୍ତ ୩ରେ ପାଠ ପଢୁଥିବା ବେଳେ ଏକ ଘରୋଇ ମେସ୍‌ର ବାଥ୍‌ରୁମ୍‌ରୁ ତାଙ୍କର ମୃତଦେହ ଜବତ ହୋଇଛି ।

  14. 14.ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଉପରେ ଏକ ଘୂର୍ଣ୍ଣିବଳୟ ସଞ୍ଚାଳନ ସକ୍ରିୟ ରହିଛି।

  15. 15.ସୋମବାର ଏକ ସ୍ଵତନ୍ତ୍ର ଉତ୍ସବରେ ୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍‌କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.