• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଜୁନ୍ ୨୦୨୫ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ବିପୁଳ ପରିମାଣରେ ସୁନା କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୪ କ୍ୱିଣ୍ଟାଲ (୦.୨ ଟନ୍) ସୁନା କିଣିଛି, ଯାହା ଦ୍ଵାରା ଦେଶର ମୋଟ ସୁନା ଭଣ୍ଡାର ୨୭ ଜୁନ୍ ସୁଦ୍ଧା ୮୭୯.୮ ଟନ୍ ହୋଇଛି।

  2. 2.ରୁଷିଆରେ ହୋଇଥିବା ବିପଦପୂର୍ଣ୍ଣ ଭୂମିକମ୍ପ ସୁନାମିର ଆଶଙ୍କା ବୃଦ୍ଧି କରିଛି। ଏହାକୁ ଧ୍ୟାନରେ ରଖି, ଜାପାନରେ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ମାପ କରାଯାଇଛି।

  3. 3.୨୦୦୮ ପରେ ପ୍ରଥମ ଥର ପାଇଁ ଆମେରିକା ବ୍ରିଟେନରେ ପରମାଣୁ ଅସ୍ତ୍ର ମୁତୟନ କରିଛି, ଯାହା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସଙ୍କେତ ଦେଇଛି ଯେ ସେମାନେ ୟୁରୋପୀୟ ସୁରକ୍ଷା ପ୍ରତି ପ୍ରତିଶ୍ରୁତିବଦ୍ଧ।

  4. 4.ଲୋକସଭାରେ ପହଲଗାମ ଆକ୍ରମଣ ଓ ଅପରେସନ୍‌ ସିନ୍ଦୂର ଉପରେ ଦୁଇ ଦିନ ଧରି ଚାଲିଥିବା ବିତର୍କର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ସମଗ୍ର ବିଶ୍ୱର ସମର୍ଥନ ମିଳିଛି, କିନ୍ତୁ ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଭାରତୀୟ ବୀର ସୈନିକଙ୍କ ସହ ଠିଆ ହୋଇନାହିଁ।

  5. 5.ସାଉଦି ଆରବ ସରକାର ବିଦେଶୀ ନାଗରିକ ଏବଂ କମ୍ପାନୀଗୁଡ଼ିକୁ ଦେଶରେ ସମ୍ପତ୍ତି କିଣିବାକୁ ଅନୁମତି ଦେଇଛନ୍ତି। କେବଳ ବ୍ୟକ୍ତିଗତ କାମ ପାଇଁ ଜମି କିଣିହେବ। ଏହି ପରିବର୍ତ୍ତନ ୨୦୩୦ ଭିଜନ ଅଧୀନରେ କରାଯାଇଛି, ଯାହା ଦେଶର ଅର୍ଥନୀତିକୁ ତେଲ ଉପରେ ନିର୍ଭରଶୀଳତାରୁ ବାହାର କରିବାକୁ ଲକ୍ଷ୍ୟ ରଖିଛି।

  6. 6. ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରିବାର ତାରିଖ ଘୋଷଣା କରିଛି। କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୦ତମ କିସ୍ତିର ଟଙ୍କା ଆସନ୍ତା ମାସ ୨ ତାରିଖରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ।

  7. 7.ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧବିରତି କରିଛନ୍ତି। ସେ ଏହା ୨୯ ଥର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଉଚିତ୍ ଯେ, ଟ୍ରମ୍ପ୍ ମିଛ କହୁଛନ୍ତି।

  8. 8.ଆମେରିକାର ନ୍ୟୁୟର୍କରେ ଭୟଙ୍କର ଗୁଳିକାଣ୍ଡ, ଏହି ଭୟଙ୍କର ଗୁଳିକାଣ୍ଡରେ ୫ଜଣଙ୍କ  ମୃତ୍ୟୁ ହୋଇଛି । ସର୍ବସାଧାରଣ ସ୍ଥାନରେ ଆଖିବୁଜା ଗୁଳି ଚଳାଇଲେ ବନ୍ଧୁକଧାରୀ । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣଙ୍କ ମୃ୍ତ୍ୟୁ ହୋଇଛି।

  9. 9.ତୁର୍କୀ  ଡ୍ରୋନ୍‌ର ରପ୍ତାନିକାରୀ ଭାବେ ଖ୍ୟାତି ହାସଲ କରିଛି। ଏବେ ତୁର୍କୀ ବ୍ୟାପକ ଧ୍ୱଂସ ଘଟାଉଥିବା ବୋମାର ନିର୍ମାତା ମଧ୍ୟ ହୋଇଛି। ଇସ୍ତାନବୁଲରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିରକ୍ଷା ଶିଳ୍ପ ମେଳା ଆଇଡିଇଏଫ ୨୦୨୫ରେ, ତୁର୍କୀ ବିଶ୍ୱର ଦୁଇଟି ସବୁଠାରୁ ବିପଦପୂର୍ଣ୍ଣ ଅଣ-ପରମାଣୁ ବୋମା ପ୍ରଦର୍ଶନ କରିଛି।

  10. 10.ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ। କମିଲା ସୁବର୍ଣ୍ଣରେଖା ଓ ବୈତରଣୀ ନଦୀର ଜଳସ୍ତର

  11. 11.କେନ୍ଦ୍ରାପଡା ଭିତରକନିକା ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ।

  12. 12.ବାଲେଶ୍ଵର ଚାନ୍ଦିପୁରରେ ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର 'ପ୍ରଳୟ'ର ଦ୍ୱିତୀୟ ପରୀକ୍ଷା ସଫଳ।

  13. 13.ଝାଡଖଣ୍ଡ ରାଞ୍ଚିରେ ଟ୍ରକ୍ ସହ ବସ୍ ଧକ୍କାରେ ୧୭ ବୋଲବମ୍ କାଉଡ଼ିଆ ମୃତ।

  14. 14.ଜୁନ୍‌ ମାସରେ ରାଜ୍ୟରେ ୭୩୨୪୦ ନୂଆ ମୋବାଇଲ ‌ଫୋନ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ରେ ପହଞ୍ଚିଛି।

  15. 15.ୟୁପିଆଇ ପେମେଣ୍ଟ୍‌କୁ ଅଧିକ ସୁରକ୍ଷିତ ଓ ନିରାପଦ କରିବା ଲାଗି ଖୁବ୍‌ଶୀଘ୍ର ବା‌‌‌‌ୟୋମେଟ୍ରିକ୍ ତଥ୍ୟ ଆଧାରିତ ସୁବିଧା ପ୍ରଦାନ କରାଯିବ। ବ୍ୟବହାରକାରୀମାନେ ନିଜ ଫିଙ୍ଗରପ୍ରିଣ୍ଟ୍‌ (ଟିପଚିହ୍ନ) କିମ୍ବା ମୁଖମଣ୍ଡଳର ଫଟୋ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିପାରିବେ।

  16. 16.ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଘୋଷଣା ପରେ ଅଭିଜ୍ଞ ପ୍ରଫେସନାଲଙ୍କ ନିଯୁକ୍ତି ସ୍ଥଗିତ ଓ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରିବାକୁ ଯାଉଛି ବୋଲି ‘ଦି ଇକୋନୋମିକ୍‌ ଟାଇମ୍ସ’ ରିପୋର୍ଟ କରିଛି।

  17. 17.ଅପରେଶନ ସିନ୍ଦୂର ବେଳେ ପାକିସ୍ତାନୀ ସେନାର ସେଲ୍‌ ମାଡ଼ରେ ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଅନାଥ ହୋଇଥିବା ୨୨ ଜଣ ପିଲାଙ୍କୁ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୋଷ୍ୟ ଭାବେ ଗ୍ରହଣ କରିବେ।

  18. 18.ଦଲୀପ ଟ୍ରଫି ୨୦୨୫ ପାଇଁ ଖେଳସୂଚୀ ଘୋଷଣା। ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.