• +91-9861016349 / +91-9437281655
  • Email: amarisatya@gmail.com

Odia Current News

୨୫ ଜୁଲାଇ, ଗୁରୁବାର-

  1. 1.ଭାରତ ଓ ବ୍ରିଟେନ ମଧ୍ୟରେ ଆଜି ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟମନ୍ତ୍ରୀ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି।

  2. 2.ବ୍ରିଟେନରୁ ଆମଦାନୀ ହେଉଥିବା ମଦ । ପୂର୍ବରୁ ଏସବୁ ପ୍ରିମିୟମ ମଦ (ସ୍କଚ ହ୍ବିସ୍କି) ଉପରେ ଭାରତ ସରକାର ୧୫୦ ପ୍ରତିଶତ ଟିକସ ଆଦାୟ କରୁଥିଲେ, ଏହି ଚୁକ୍ତି ପରେ ଏବେ ସରକାର ୭୫ ପ୍ରତିଶତ ଟିକସ ଆଦାୟ କରିବେ । ଏହା ଦ୍ବାରା ଭାରତରେ ପ୍ରିମିୟମ ସ୍କଟ ହ୍ବିସ୍କି ଆପେକ୍ଷାକୃତ ଶସ୍ତାରେ ମିଳିବ ।

  3. 3.ଗ୍ଲୋବାଲ ଡେଟିଂ ପ୍ଲାଟଫର୍ମ ଆସ୍‌ଲେ ମାଡିସନ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରକୀୟ ସମ୍ପର୍କରେ ଭାରତ ବିଶ୍ୱସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି।

  4. 4.ବିହାରରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍)କୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ସମର୍ଥନ କରି କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ନାମରେ ନକଲି ଭୋଟ୍ ଦେବା ପାଇଁ ବାଟ ଖୋଲିବ।

  5. 5.ଗଣେଶ ଚତୁର୍ଥୀ ପୂର୍ବରୁ, ବମ୍ବେ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ଏବଂ ସମୁଦ୍ର ଭଳି ପ୍ରାକୃତିକ ଜଳ ଉତ୍ସରେ ଛଅ ଫୁଟରୁ ଅଧିକ ଉଚ୍ଚ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଅନୁମତି ଦେଇଛନ୍ତି। ସେହି ସମୟରେ, ୬ ଫୁଟ କିମ୍ବା ତା’ଠାରୁ କମ୍ ଉଚ୍ଚତାର ମୂର୍ତ୍ତିଗୁଡ଼ିକ ଏବେ କେବଳ କୃତ୍ରିମ ଜଳଭଣ୍ଡାରରେ ବିସର୍ଜନ କରାଯିବ।

  6. 6.୨୦୨୫ ବର୍ଷର ପ୍ରଥମ ଛଅ ମାସ (ଜାନୁଆରୀରୁ ଜୁନ୍) ମଧ୍ୟରେ, ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି। ସେହି ସମୟରେ, ୨୦୨୪ ମସିହାରେ ରାଜପଥରେ ୫୨,୬୦୯ ଗୁରୁତର ଦୁର୍ଘଟଣା ରେକର୍ଡ କରାଯାଇଥିଲା। ସଡକ ଦୁର୍ଘଟଣାରେ ପ୍ରତି ଘଣ୍ଟାକରେ ୬ ଜଣଙ୍କର ମୃତ୍ୟୁ ହେଉଛି ବୋଲି  ଗଡ଼କରୀ କହିଛନ୍ତି।

  7. 7.ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପର କମ୍ପାନିଗୁଡ଼ିକ ବିରୋଧରେ ମନି ଲଣ୍ଡରିଂର ଅଭି‌ଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ଅନିଲ ଅମ୍ବାନୀଙ୍କ ସହିତ ଜଡ଼ିତ ଥିବା ୪୮ରୁ ୫୦ଟି ସ୍ଥାନ ଉପରେ ଚଢ଼ାଉ କରିଛି ଇଡ଼ି।

  8. 8.ବିମାନ ଦୁର୍ଘଟଣାରେ  ଗତ ୭ ମାସରେ ୪୯୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅର୍ଥାତ ପ୍ରତିଦିନ ହାରାହାରି ୨ ରୁ ଅଧିକ ଲୋକ ବିମାନ ଯାତ୍ରାରେ ପ୍ରାଣ ହରାଉଛନ୍ତି।

  9. 9.ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୁଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

  10. 10.ରାଜ୍ୟ ସରକାର ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଆଗେଇବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ୫ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୬ଟି ପ୍ରକଳ୍ପ ପାଇଁ ପ୍ରାୟ ୧୮୦୦କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି।

  11. 11.ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଥିବା ସମସ୍ତ ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ବରଗଡ଼ ପୁଲିସ ସଫଳ ହୋଇଛି।

  12. 12.ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦକୁ ନେଇ  ଯୁଦ୍ଧ ଆରମ୍ଭ। କାମ୍ବୋଡିଆର ସାମରିକ ଘାଟି ବୋମା ବର୍ଷଣ କଲା ଥାଇଲାଣ୍ଡ।

  13. 13.ପୁଲିସ ଏସ୍‌ଆଇ ନିଯୁକ୍ତି ମାମଲାରେ କୋର୍ଟ କହିଲେ, ସର୍ବୋଚ୍ଚ ବୟସସୀମା ୩ ବର୍ଷ କୋହଳ, ପୁଣି ଆବେଦନ କରିପାରିବେ ସବୁ ଯୋଗ୍ୟ ପ୍ରାର୍ଥୀ।

  14. 14.ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା, ୧୨ ହଜାର ଲୋକଙ୍କୁ ଚାକିରୀ ମିଳିବ ।

  15. 15.ଆସନ୍ତା ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡା ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ।

  16. 16.ଦେଶରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି। ଗତବର୍ଷ ତୁଳନାରେ ୫ କିମି କମ୍ ଅଟେ।

  17. 17.ଇସ୍ରୋ ଓ ନାସାର ମିଳିତ ଅଭିଯାନରେ ୩୦ ତାରିଖରେ 'ନିସାର' ଉପଗ୍ରହ ଉତକ୍ଷେପଣ ହେବ ।

  18. 18.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି ।

  19. 19.ଅବସରପ୍ରାପ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ ନୀତିନ ଗୁପ୍ତା ଜାତୀୟ ଆର୍ଥିକ ରିପୋର୍ଟିଂ ପ୍ରାଧିକରଣ (NFRA)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

  20. 20.ରାଜ୍ୟ ସରକାର ଗୁରୁବାର ୧୩ ଜଣ ଆଇଏଏସ ଅଧିକାରୀଙ୍କ ବଦଳି କରିବା ସହ ୩୪ ଜଣ ଉପ-ବନ ସଂରକ୍ଷକଙ୍କୁ ମଧ୍ୟ ବଦଳି କରିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୩୪ ଜଣ ଉପ-ବନ ସଂରକ୍ଷକଙ୍କୁ ବିଭିନ୍ନ ବନଖଣ୍ଡକୁ ବଦଳି କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.