• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରମୁଖ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନାକୁ ବିଜେଡି ଓ କଂଗ୍ରେସ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି।

  2. 2.ପ୍ରତିବର୍ଷ ଓଡ଼ିଶାରୁ ୬ରୁ ୭ ହଜାର ଲାଇବ୍ରେରିଆନ୍‌ ବାହାରୁଛନ୍ତି। କିଏ ସ୍ନାତକରେ ତ ଆଉ କିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରୁଛନ୍ତି। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଡିଗ୍ରି ହାସଲ କରୁଥିଲେ ମଧ୍ୟ ଚାକିରି ପାଉ ନାହାନ୍ତି।

  3. 3. ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି। ମଞ୍ଚେଶ୍ବର ଥାନା ପୁଲିସ ଆଜି ରାତିରେ ଉଦିତଙ୍କୁ ଉଠାଇ ନେଇଛି।

  4. 4.ଫକୀରମୋହନ କଲେଜ ଛାତ୍ରୀ ‌ଆତ୍ମାହୁତି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ତଦନ୍ତ ମଧ୍ୟ ଖୁବ୍‌ ସତର୍କତାର ସହ କରାଯାଉଛି। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିସାରିଥିବା ବେଳେ ସାକ୍ଷୀମାନେ ବଦଳାଉଥିବା ବୟାନ କିଛିଟା ସମସ୍ୟା ସୃଷ୍ଟି କରୁଛି।

  5. 5.କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ର ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କ ଉପରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଡିଏଫ୍‌ଓଙ୍କର ମାଳମାଳ ପ୍ଲଟ୍‌ ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ତାଜୁବ ହୋଇଛନ୍ତି। ଡିଏଫ୍‌ଓ ଶ୍ରୀ ନାୟକଙ୍କ ପୁଅର କାର୍ଯ୍ୟାଳୟ, ଶ୍ବଶୁରଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମୋଟ ୧୧୫ଟି ପ୍ଲଟ୍‌ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

  6. 6.ପେଟ୍ରୋଲ ପମ୍ପରେ ଆଉ ବୋଲତରେ ପେଟ୍ରୋଲ ମିଳିବ ନାହିଁ। ପ‌େଟ୍ରୋଲ ଆଣିବାକୁ ହେଲେ ସାଥୀରେ ଗାଡ଼ି ନେଇକି ଯିବାକୁ ପଡ଼ିବ। ଆସନ୍ତାକାଲି (ସୋମବାର) ଠାରୁ ଏହି ନିୟମକୁ କଡ଼ାକଡ଼ି କରିଦିଆଯିବ। ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

  7. 7. କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ୭୬ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ୍‌ ବ୍ୟୟ ୧,୪୧,୭୦୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର କିଛି ପ୍ରକଳ୍ପର କାର୍ଯ୍ୟକାରିତା ବିଳମ୍ବିତ ହେଉଥିବାରୁ ପ୍ରକଳ୍ପ ଖର୍ଚ୍ଚ ୧,୪୬,୩୮୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

  8. 8. ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି। କ୍ଷେତ କିମ୍ବା ବାଡ଼ିରେ ଉତ୍ପାଦନ ହେଉଥିବା ଏହି ଫଳ ଓ ପନିପରିବାଗୁଡ଼ିକ ଲୋକଙ୍କ ଭୋଜନ ହେବା ପୂର୍ବରୁ ନଷ୍ଟ ହୋଇଯାଉଛି। ତାହାର ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ବୋଲି ନାବ୍‌କନ୍‌ସ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। 

  9. 9.ଦ୍ରୁତ ଓ ସୁରକ୍ଷିତ ଡିଜିଟାଲ୍‌ ପେମେଣ୍ଟ୍‌ରେ ଭାରତ ସମଗ୍ର ବିଶ୍ଵରେ ଶୀର୍ଷ ସ୍ଥାନ ହାସଲ କରିଛି। ଏନ୍‌ପିସିଆଇ ଅନୁସାରେ ପ୍ରତି ମାସରେ ୧୮୦୦ କୋଟିରୁ ଅଧିକ ଥର ୟୁପିଆଇ କାରବାର ହେଉଛି। ଗତ ଜୁନ୍‌ରେ ୨୪.୦୩ ଲକ୍ଷ କୋଟି ଟଙ୍କାର ୧୮୩୯ କୋଟି ୟୁପିଆଇ କାରବାର ହୋଇଥିଲା।

  10. 10.୧୫ ମାସର ବିଳମ୍ବ ପରେ ଭାରତୀୟ ସେନାକୁ ଶେଷରେ ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର ମିଳିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୨ ତାରିଖରେ ୩ଟି ଆପାଚି ହେଲିକପ୍ଟର ଭାରତୀୟ ସେନାର ଏଭିଏସନ କର୍ପସକୁ ହସ୍ତାନ୍ତର କରାଯିବ।

  11. 11.ପ୍ରଖ୍ୟାତ ବଲିଉଡ୍‌ ଚଳଚ୍ଚିତ୍ର ‘ଡନ୍‌’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋତ୍‌ ଙ୍କ ୮୬ ବର୍ଷରେ ଦେହାନ୍ତ ଘଟିଛି।

  12. 12.ତାମିଲନାଡ଼ୁର କରୁର ଜିଲ୍ଲାରେ ଜଣେ ୨୭ ବର୍ଷୀୟା ମହିଳାଙ୍କର ସ୍ବାମୀଙ୍କ ସହ ଝଗଡ଼ା ଏବଂ ମାରପିଟ ହେବାପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ନୃଶଂସ ସ୍ବାମୀ ହସ୍ପିଟାଲ୍‌ ବେଡ୍‌ରେ ବି ପତ୍ନୀଙ୍କୁ ଛାଡ଼ିଲାନି। ସେଠାରେ ମହିଳାଙ୍କୁ ସ୍ବାମୀ ଛୁରି ଭୁସି ମାରି ଦେଇଛି।

  13. 13.ଚଙ୍କି ପାଣ୍ଡେଙ୍କ ପୁତୁରା ତଥା ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଅହାନ ପାଣ୍ଡେଙ୍କ ପ୍ରଥମ ଚଳଚ୍ଚିତ୍ର ‘ସୈୟାରା’ ଏବେ ଚର୍ଚ୍ଚାରେ। ଅନୀତ ପଡ୍ଡାଙ୍କ ସହିତ ତାଙ୍କ ଯୋଡ଼ିକୁ ବେଶ୍‌ ପ୍ରଶଂସା କରାଯାଉଥିବାବେଳେ ଫିଲ୍ମଟି ସମୀକ୍ଷକ ଏବଂ ଦର୍ଶକଙ୍କଠାରୁ ଆଦୃତି ଲାଭ କରିଛି। 

  14. 14.ବଳଙ୍ଗା ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା । ପୀଡିତାଙ୍କ ଅବସ୍ଥା ଏବେବି ଗୁରୁତର ଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

  15. 15.ଓଡିଶାରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡ଼ିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା, ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣ ହୋଇଥାଏ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.