• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧.ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଆଧାର ଓ ଭୋଟରଙ୍କ ଫଟୋ ପରିଚୟ ପତ୍ର (ଇପିଆଇସି)କୁ ବୈଧ ଦସ୍ତାବିଜ ଭାବେ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ପୃଥିବୀରେ ଯେକୌଣସି ଦସ୍ତାବିଜ୍‌ ନକଲି ହୋଇପାରିବ।

  2. ୨.ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୌଣସି ଭୂମିକା ନାହିଁ। ଏପରିକି ଏପ୍ରିଲ ୨୨ ରୁ ଜୁନ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା।

  3. ୩.ଛତିଶଗଡ ହାଇକୋର୍ଟ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଏବଂ SC/ST (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଅଭିଯୁକ୍ତ ଜଣେ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ଟିପ୍ପଣୀ ଦେଇଛନ୍ତି ଯେ ସ୍ପଷ୍ଟ ଯୌନ ଉଦ୍ଦେଶ୍ୟ ପ୍ରମାଣିତ ନହେଲେ କେବଳ ମୁଁ ତୁମକୁ ଭଲପାଏ ବୋଲି କହିବାକୁ ଯୌନ ଉତ୍ପୀଡନ ବୋଲି ବିବେଚନା କରାଯିବ ନାହିଁ।

  4. ୪.ଥାଇଲାଣ୍ଡର ଦୂରସଂଚାର ସଂଗଠନ ଏନବିଟିସି ଅନୁଯାୟୀ, ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍ କଲ୍ ପ୍ରାୟତଃ +୬୯୭ କିମ୍ବା +୬୯୮ ରୁ ଆରମ୍ଭ ହୁଏ। ଏହି କଲଗୁଡ଼ିକୁ ଟ୍ରାକ୍ କରିବା ସହଜ ହୋଇ ନଥାଏ। ଏହି କାରଣରୁ ସାଇବର ଅପରାଧୀମାନେ ମୁଖ୍ୟତଃ ସେଗୁଡ଼ିକୁ ବ୍ୟବହାର କରିଥାଆନ୍ତି। ଯଦି ଆଗାମୀ ଦିନରେ ଏପରି ନମ୍ବରରୁ କଲ ପାଉଛନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ।

  5. ୫.ରାଷ୍ଟ୍ରାୟତ୍ତ କମ୍ପାନି ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସ୍ଥାପନ କରାଯିବାକୁ ଥିବା ଏଲ୍‌ଏନ୍‌ଜି ଟର୍ମିନାଲ୍ ପ୍ରକଳ୍ପକୁ କମ୍ପାନି ବୋର୍ଡ ଅନୁମୋଦନ ପ୍ରଦାନ କରିଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୋପାଳପୁର ଏଲ୍‌ଏନ୍‌ଜି ଟର୍ମିନାଲ୍ ପ୍ରକଳ୍ପରେ ୬,୩୫୪.୮୦ କୋଟି ଟଙ୍କା ନିବେଶ ହେବ।

  6. ୬.ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଲାଗି ୧ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୩.୫ କୋଟି କର୍ମଚାରୀ ଉପକୃତ ହେବେ।

  7. ୭॰ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

  8. ୮.ବାଲେଶ୍ଵର: ବିପଦ ସଂକେତ ତଳେ ସୁବର୍ଣ୍ଣରେଖା ଓ ଜଳକା,୪ ବ୍ଲକ୍ ର ଚାଷୀଙ୍କ ଉଜୁଡି ଗଲା ଫସଲ।

  9. ୯.'ରାଜ୍ୟ ପଞ୍ଚାୟତ ପୁରସ୍କାର', ଶ୍ରେଷ୍ଠ ପଞ୍ଚାୟତକୁ ମିଳିବ ୧୫ ଲକ୍ଷ ଟଙ୍କା ପୁରସ୍କାର।

  10. ୧୦.କ୍ଷେତରେ ଚାଷ ନାହିଁ, ଧାନ ବିକିବାକୁ ପଞ୍ଜିକରଣ,ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍ ଜାରି ହୋଇଛି ।

  11. ୧୧॰ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ୟୁଜିସି-ଡିଏଇ ସିଏସଆର ପରିଚାଳନା ବୋର୍ଡକୁ ମନୋନୀତ ହୋଇଛନ୍ତି ।

  12. ୧୨.ସୀମା ଶୁଳ୍କ ଓ ପରୋକ୍ଷ କର ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ଆୟୁକ୍ତ ରାଜେନ୍ଦ୍ର ଲାକ୍ରା କାର୍ଯ୍ୟରେ ଯୋଗଦେଲେ ।

  13. ୧୩.୫୩ ଜଣ ଛାତ୍ରଛାତ୍ରୀ ଟ୍ରାଫିକ୍‌ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ,ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ।

  14. ୧୪.ଭାରତରେ ଖୋଲିବ ବ୍ରିଟେନ୍ ର ୬ ବିଶ୍ୱବିଦ୍ୟାଳୟ, ଅନ୍ତର୍ଜାତୀୟ ମାନର ପାଠପଢ଼ା ହେବ ।

  15. ୧୫॰ଭାରତ ସରକାରଙ୍କ ବଡ କୂଟନୈତିକ ବିଜୟ-ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡକୁ ରଦ୍ଦ କଲେ ୟେମନ ସରକାର।

  16. ୧୬.ଦିବ୍ୟା ଦେଶମୁଖ  ପ୍ରଥମ ଭାରତୀୟ ମହିଳା ମହିଳା ଚେସ୍ ବିଶ୍ୱ କପ୍ ଜିତିଲେ ।

  17. ୧୭.ପଶ୍ଚିମବଙ୍ଗ ବଡ଼ବଜାର-ବାସିନ୍ଦା ରାମଗୋପାଳ କୋଠାରୀ ୯୦ ଡିଗ୍ରି ଉତ୍ତରରେ ବରଫାୟିତ ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଛନ୍ତି ।

  18. ୧୮.ଶ୍ରୀନଗରେ ; ସୁରକ୍ଷାବାହିନୀକୁ ବଡ ସଫଳତା, କୁଖ୍ୟାତ ଆତଙ୍କୀ ହାସିମ ମୁସା ସହିତ ଆଉ୨ ଆତଙ୍କୀ ନିପାତ।

  19. ୧୯.କଟକ:୭୭ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା: କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ।

  20. ୨୦.ରାଜ୍ୟରେ ଲଗାତାର କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ବୁଧବାରଠାରୁ ପାଗ ଶୁଖିଲା ରହିବ। ଏବେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.