• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ବା ନିଷ୍କ୍ରିୟ କରାଯାଇଛି । ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୧୪୬.୩୯ କୋଟି । ହେଲେ ଆଧାରକାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି ।

  2. 2.କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ଅନୁମୋଦନ ମିଳିଛି। ବାର୍ଷିକ ୨୪ହଜାର କୋଟି ଟଙ୍କା ଅଟକଳରେ ଛଅ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ବାରା ୧.୭ କୋଟି ଚାଷୀ ଉପକୃତ ହେବେ। ଏଥିରେ ୧୦୦ଟି କୃଷି ଆଧାରିତ ଜିଲ୍ଲା ଗଠନ କରାଯିବ।

  3. 3.ଅପରେସନ ସିନ୍ଦୂର ସମୟରେ ଚୀନ, ପାକିସ୍ତାନ ଓ ତୁର୍କୀର ତ୍ରିକୋଣ ରଣନୀତିକୁ ଭାରତ କିଭଳି ପଣ୍ଡ କରିଥିଲା ତାହାକୁ ବିଶ୍ବ ଦେଖିଛି। ଚୀନ୍ ବିମାନ ଓ ତୁର୍କୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଫଳ ହୋଇଥିଲା।

  4. 4. ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଥିବା ବିମାନରେ କାହିଁକି କକ୍‌ପିଟ୍‌ରେ କ୍ୟାମେରା ରହିପାରିବ ନାହିଁ, ଯାହାଦ୍ୱାରା ଜଟିଳ ପରିସ୍ଥିତିରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇପାରିବ ବୋଲି ଭାରତ ଓ ବିଦେଶର ଲୋକମାନେ ପ୍ରଶ୍ନ କରୁଛନ୍ତି।

  5. 5.ଇରାନ ପରେ ଏବେ ଇସ୍ରାଏଲ ସିରିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି। ଇସ୍ରାଏଲୀ ସେନା ବୁଧବାର (୧୬ ଜୁଲାଇ ୨୦୨୫) ସିରିଆର ରାଜଧାନୀ ଡାମାସ୍କସ୍‌ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ଏବଂ ରାଷ୍ଟ୍ରପତି ଭବନ ନିକଟରେ ଡ୍ରୋନ୍ ଆକ୍ରମଣ କରିଛି।

  6. 6.ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ଋଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ନାଟୋର ମହାସଚିବ ମାର୍କ ରୁଟେ ଏକ କଡ଼ା ଚେତାବନୀ ଦେଇଛନ୍ତି, ଯାହାର ସିଧାସଳଖ ସଙ୍କେତ ଭାରତ ଏବଂ ଚୀନ ଭଳି ଦେଶମାନଙ୍କ ପାଇଁ  । 

  7. 7.ଓଡିଶାରେ ଆସନ୍ତା ୫ ବର୍ଷରେ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବୟନ କ୍ଷେତ୍ରକୁ ୨୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।

  8. 8.ଦକ୍ଷିଣ ପଶ୍ଚିମ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ୟେଲୋ ୱାର୍ଣ୍ଣିଂ ଜାରି

  9. 9.ସ୍ନାତକ ତତ୍କାଳ ନାମ ଲେଖା ସମୟସୀମା ୧୯ ତାରିଖକୁ ଘୁଞ୍ଚିଲା। ସମ୍ପୂର୍ଣ୍ଣ ତଥ୍ୟ ସାମ୍ସ୍ ପୋର୍ଟାଲରେ ଅଛି।

  10. 10.‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ପାଇଁ ଆବେଦନ ଆରମ୍ଭ। ୮୦୦୦ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ସାମିଲ କରାଯିବ।

  11. 11.ରାଜ୍ୟରେ ମହଜୁଦ ଅଛି ୧୧ ଲକ୍ଷ ଟନ୍‌ ସାର, କିନ୍ତୁ ଚାଷୀଙ୍କୁ ମିଳୁନି, ଖୋଲାବଜାରରେ ଚଢ଼ାଦରରେ ବିକ୍ରି ହେଉଛି।

  12. 12.ପୁରୀ ଜିଲ୍ଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁ। ଡେରାବିଶ ବ୍ଲକରେ ୨୩୮ଟି କୁକୁଡା ମରିଗଲେଣି।

  13. 13.କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା, ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଜଳବନ୍ଦୀ।

  14. 14.ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ମୁମ୍ୱାଇରେ କଲା ଏମର୍ଜେନ୍ସି ଲ୍ୟାଣ୍ଡିଂ। ଇଞ୍ଜିନ ଫେଲ୍ ହୋଇଗଲା

  15. 15.ଉତ୍ତରାଖଣ୍ଡରେ ସ୍କୁଲ ପିଲାଙ୍କୁ ଏବେ ରାମାୟଣ ଓ ଗୀତା ପଢାଯିବ। ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତଙ୍କ ସୂଚନା।

  16. 16.ଆମେରିକା ଭାରତକୁ ବିକିବ ରାତିରେ ଆକ୍ରମଣ କରି ପାରୁଥିବା ଆପାଚେ ହେଲିକପ୍ଟର।

  17. 17.ପ୍ରବଳ ବର୍ଷା ହେଉଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାତାୟାତରେ ଅସୁବିଧା ହେବା ସହ ବାଲଥାଲ ଏବଂ ପହଲଗାଓଁରୁ ତୀର୍ଥଯାତ୍ରୀଙ୍କ ଆଗମନକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି ।

  18. 18.ଆମେରିକାରେ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଲାସ୍କାର ଅନେକ ସ୍ଥାନରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

  19. 19.ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ୪ ଜଣ ନାବାଳକ ଗଣବାଳାତ୍କାର କରିଥିବାର ମାମଲା ସାମ୍‌ନାକୁ ଆସିଛି।

  20. 20.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୩ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.