-
1.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନର ଅଭିଯାନ ଶେଷ କରି ଭାରତର ପ୍ରଥମ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ସାଥୀ ମହାକାଶଚାରୀ କମାଣ୍ଡର ପେଗି ହ୍ୱିଟସନ୍ (ଆମେରିକା), ସ୍ଲାଓଜ୍ ଉଜନାନସ୍କି (ପୋଲାଣ୍ଡ) ଓ ଟିବୋର୍ କାପୁ (ହଙ୍ଗେରୀ)ଙ୍କ ସହ ନିରାପଦରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
-
2.ପିଲାଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିଲେ ଏହି ଅପ୍ଡେଟ୍ ମାଗଣାରେ ହେବ। ବୟସ ୭ ବର୍ଷ ଅତିକ୍ରମ କରିଥିବା ପିଲାମାନଙ୍କ ବାୟୋମେଟ୍ରିକ୍ ଅପ୍ଡେଟ୍ ପାଇଁ ୧୦୦ ଟଙ୍କା ଫି’ ଲାଗିବ। ସାତ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍ଡେଟ୍ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଅଭିଭାବକମାନଙ୍କୁ କୁହାଯାଇଛି।
-
3.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ସମୟରେ ଶୁକ୍ଳା ଜୀବବିଜ୍ଞାନ, ପଦାର୍ଥବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ଏକାଧିକ ପରୀକ୍ଷଣରେ ଭାଗ ନେଇଥିଲେ। ସ୍ପ୍ରାଉଟ୍ସ ପ୍ରୋଜେକ୍ଟରେ ତାଙ୍କର ସମ୍ପୃକ୍ତି - ମାଇକ୍ରୋଗ୍ରାଭିଟିରେ ଉଦ୍ଭିଦ ବୃଦ୍ଧି ଅଧ୍ୟୟନ - ସ୍ଥାୟୀ ମହାକାଶ ଚାଷ ପାଇଁ ପ୍ରତିଶ୍ରୁତି ବହନ କରେ। ସେ ସେଲୁଲାର ସ୍ୱାସ୍ଥ୍ୟ, ମାଂସପେଶୀ ଅବକ୍ଷୟ ଓ ସ୍ୱୟଂଶାସିତ ରୋବୋଟିକ୍ସ ସମ୍ବନ୍ଧୀୟ ପରୀକ୍ଷଣ ଉପରେ ମଧ୍ୟ କାର୍ଯ୍ୟ କରିଥିଲେ।
-
4.ଭାରତ ଏକ ନୂଆ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ନାମ ହେଉଛି ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରସନ୍ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ରର ବିଶେଷତ୍ୱ ହେଉଛି ଏହା ଶବ୍ଦଠାରୁ ଆଠଗୁଣ ଦ୍ରୁତ ଗତିରେ ଯାଇପାରିବ ।
-
5.୨୦୨୬ ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ, ୨୦୨୫ ରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫ ରହିଛି।
-
6.ଜୁଲାଇ ୧୬ ତାରିଖରେ ୟେମେନରେ ଫାଶୀ ପାଇବାକୁ ଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି।
-
7.ଦେଶରେ ମହିଳା ଏବଂ ବିଶେଷ କରି ଛାତ୍ରୀମାନଙ୍କ ବିରୋଧରେ ଅସଦାଚରଣ ବଢ଼ିଚାଲିଛି। ବେଙ୍ଗାଲୁରୁର ଜଣେ ଛାତ୍ରୀ ୨ଟି ଘରୋଇ କଲେଜର ଅଧ୍ୟାପକଙ୍କ ଦ୍ବାରା ଅନେକ ଥର ଗଣଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
-
8.ବରିଷ୍ଠ ଅଭିନେତା ତଥା ଟେଲିଭିଜନ ପ୍ରଯୋଜକ ଧୀରଜ କୁମାରଙ୍କର ୭୯ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି।
-
9.ଦିଲ୍ଲୀ ସରକାରଙ୍କ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନେ ସରକାରୀ ଅର୍ଥରେ ଦାମୀ ମୋବାଇଲ୍ ଫୋନ୍ କିଣିପାରିବେ । ଏହାସହିତ ସେମାନଙ୍କ ବାସଭବନରେ ଥିବା ଲ୍ୟାଣ୍ଡଲାଇନ୍ ବିଲର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ କିଣିପାରିବେ । ଯେତେବେଳେ କି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପାଇଁ ଏହି ସୀମା ଲକ୍ଷେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ।
-
10.ଆମେରିକା ଭାରତ ସହିତ କୃଷି ଏବଂ ଦୁଗ୍ଧ କ୍ଷେତ୍ରରେ ବ୍ୟବସାୟ କରିବାକୁ ଚାହୁଁଛି। ଭାରତରେ କୃଷି ଏବଂ ଦୁଗ୍ଧ ଉତ୍ପାଦର ଏକ ବଡ଼ ଚାହିଦା ଅଛି। କିନ୍ତୁ ଭାରତ ଆମେରିକାର ଦୁଗ୍ଧ ଉତ୍ପାଦ ପାଇଁ ନିଜର ବଜାର ଖୋଲିବାକୁ ଚାହୁଁନାହିଁ।
-
11.ଭାରତରେ ୨୦୨୦ରୁ ୨୦୨୫ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ୫ ବର୍ଷ ମଧ୍ୟରେ ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍ ଶଟ୍ଡାଉନ୍ ହୋଇଛି। ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ) ଆବେଦନ ବଳରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
-
12.ଓଡିଶରେ ସଚିବ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ଆସିଲା । ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସବୁ ବିଭାଗର ପ୍ରମୁଖ ସଚିବ ଓ ACSଙ୍କୁ ଚିଠି ହୋଇଛି।
-
13.୧୦୦ ବର୍ଷ ହେବା ପରେ ବି ସେ ୭/୮ ଘଣ୍ଟା ପର୍ଯ୍ୟନ୍ତ ଦୌଡ଼ି ପାରୁଥିଲେ। ଆମେ କହୁଛୁ ଫୌଜା ସିଂହଙ୍କ କଥା, ଯିଏ ଆଉ ଏହି ଦୁନିଆରେ ନାହାନ୍ତି। ୧୧୪ ବର୍ଷ ବୟସରେ ଏକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଛି।
-
14.ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ -୨୦୨୮ ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଦୀର୍ଘ ୧୨୮ ବର୍ଷ ପରେ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି।
-
15.ଲର୍ଡସରେ ତୃତୀୟ ଟେଷ୍ଟରେ ଭାରତ ୨୨ ରନରେ ପରାଜିତ ହୋଇଛି। ଏହି ପରାଜୟ ସହ ଭାରତୀୟ ଦଳ ଶୃଙ୍ଖଳାରେ ୧-୨ରେ ପଛୁଆ ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
