• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁସାରେ ଜୁନ୍ ମାସରେ ଓଡ଼ିଶା ଦେଶର ତୃତୀୟ ଶସ୍ତା ବଜାର ଥିଲା। ତେଲେଙ୍ଗାନାର ମୁଦ୍ରାସ୍ଫୀତି ହାର ବିଯୁକ୍ତ ୦.୯୩ ପ୍ରତିଶତ ଓ ଆନ୍ଧ୍ରପ୍ରଦେଶରେ ଶୂନ ପ୍ରତିଶତ ରହିଛି। ତା’ପଛକୁ ଓଡ଼ିଶାର ମୁଦ୍ରାସ୍ଫୀତି ୦.୫୨ ପ୍ରତିଶତ ରହିଛି। ଏହି ତିନି ରାଜ୍ୟ ବ୍ୟତୀତ ବିହାରରେ ମୁଦ୍ରାସ୍ପୀତି ୦.୭୫ ପ୍ରତିଶତ ରହିଛି।

  2. 2.ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲଏଜ୍ ଲିମିଟେଡ୍‌ (ଇମ୍ଫା)ର ସିଏସ୍‌ଆର୍ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଯାଜପୁରର କଳିଙ୍ଗନଗରରେ ଇ-ଶିକ୍ଷା ଏକ୍ସପ୍ରେସ୍ ଓ କନ୍ୟା ଏକ୍ସପ୍ରେସ୍ ଆରମ୍ଭ କରାଯାଇଛି।

  3. 3. ଦକ୍ଷିଣ ଭାରତୀୟ ଅଭିନେତ୍ରୀ ବି ସରୋଜା ଦେବୀ (୮୭)ଙ୍କର ବେଙ୍ଗାଲୁରୁରେ ପରଲୋକ ହୋଇଛି। ତାମିଲ ଭାଷାରେ ତାଙ୍କୁ କନ୍ନଡ଼ଥୁ ପାଇଙ୍ଗିଲି (କନ୍ନଡ଼ର ଶାରୀ) ଏବଂ କନ୍ନଡ଼ରେ ଅଭିନୟର ସରସ୍ୱତୀ ବୋଲି କୁହାଯାଉଥିଲା।

  4. 4. ପୂର୍ବତନ ମିସ୍ ପୁଡୁଚେରୀ ତଥା ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଅନ୍ତର୍ଭୁକ୍ତୀକରଣର ପ୍ରବକ୍ତା ସାନ୍ ରେଚାଲ ଗାନ୍ଧୀଙ୍କର ଶନିବାର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ଜେଆଇପିଏମ୍‌ଇଆର୍‌)ରେ ପରଲୋକ ଘଟିଛି।

  5. 5.ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି। ଟ୍ରମ୍ପ୍‌ ୟୁକ୍ରେନକୁ ପାଟ୍ରିଅଟ୍‌ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବା କ୍ଷେପଣାସ୍ତ୍ର ପଠାଇବେ ବୋଲି ଘୋଷଣା କରିଛନ୍ତି।

  6. 6.ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ନାଗରିକମାନେ ବାକ୍‌ ସ୍ବାଧୀନତାର ମୂଲ୍ୟକୁ ଜାଣିବା ଉଚିତ। ବାକ୍‌ ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ କିନ୍ତୁ ଲୋକମାନେ ନିଜ କଥାରେ ସଂଯମତା ରକ୍ଷା କରିବା ଉଚିତ।

  7. 7.ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ’ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିଶ କରିଥିଲେ।

  8. 8.ବୋଇଂ ୭୮୭, ୭୩୭ ବିମାନର ଇନ୍ଧନ ସ୍ୱିଚ୍ ଲକିଂ ସିଷ୍ଟମ ଯାଞ୍ଚ କରିବାକୁ ଡିଜିସିଏ ବିମାନ କମ୍ପାନୀଗୁଡ଼ିକୁ କହିଛନ୍ତି। ଡିଜିସିଏ କହିଛନ୍ତି ଯେ ବିମାନ କମ୍ପାନୀଗୁଡ଼ିକ ଜୁଲାଇ ୨୧ ସୁଦ୍ଧା ବୋଇଂ ୭୮୭, ୭୩୭ ବିମାନର ଇନ୍ଧନ ସ୍ୱିଚ୍ ଲକିଂ ସିଷ୍ଟମର ତଦନ୍ତ ଶେଷ କରିବା ଆବଶ୍ୟକ।

  9. 9.ନ୍ୟୁୟର୍କ- ନିଲାମ ହେବ ୨୫ କିଲୋଗ୍ରାମ ଓଜନର ଏକ ପଥର (ମଙ୍ଗଳଗ୍ରହରୁ ଆସିଥିବା ଏକ ବହୁମୂଲ୍ୟ ପଥର) । ଅନୁମାନିକ ନିଲାମ ମୂଲ୍ୟ ୨ରୁ ୪ ନିୟୁତ ଡଲାର ମଧ୍ୟରେ । ଭାରତୀୟ ମୁଦ୍ରାରେ ପ୍ରାୟ ୧୭ରୁ ୨୪ କୋଟି ଟଙ୍କା ।

  10. 10.ଅଧିକ କିଛି କରାଯାଇପାରିବ ନାହିଁ। ୟେମେନରେ ଫାଶୀ ପାଇବାକୁ ଯାଉଥିବା ନର୍ସଙ୍କୁ ବଞ୍ଚାଇବା ପାଇଁ କରାଯାଇଥିବା ଆବେଦନ ଉପରେ ଏଭଳି ଉତ୍ତର ଦେଇଛନ୍ତି ଭାରତ ସରକାର। ୟେମେନ‌କୁ ଚାକିରି କରିବାକୁ ଯାଇଥିବା ନର୍ସ ନିମିଶା ପ୍ରିୟା ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ୨୦୧୭ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି।

  11. 11.ପ୍ରଶାସନିକ ଦକ୍ଷତା ବୃଦ୍ଧିପାଇଁ ନିର୍ଦ୍ଦେଶନାମା ଜାରି, ଏଣିକି ତିନି ସ୍ତରରେ ଯିବ ଫାଇଲ, ଅଧିକାରୀଙ୍କୁ ମିଳିବ ସମାନୁପାତିକ ଦାୟିତ୍ୱ।

  12. 12.ରାଜ୍ୟ ସରକାର ନୂଆ ୪୨୦ଟି ୧୦୮ ଆମ୍ବୁଲାନ୍ସ ଆଣିବେ । ବର୍ତମାନ ୮୬୦ଟି ଆମ୍ବୁଲାନ୍ସ କାମ କରୁଛି।

  13. 13.ଗୁପ୍ତେଶ୍ୱରରେ ୧୨ ହଜାରରୁ ଊର୍ଦ୍ଧ୍ବ କାଉଡ଼ିଆ। ମହିଳାଙ୍କ ପାଇଁ ବ୍ୟବସ୍ଥା ନାହିଁ, ପାର୍କିଂ ସ୍ଥଳରେ ବି ଅବ୍ୟବସ୍ଥା

  14. 14.ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଫଳ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ

  15. 15.ସୂଚନା ପ୍ରଯୁକ୍ତି (ଆଇଟି) ନିଯୁକ୍ତି ସୃଷ୍ଟି କରିବାରେ ରାଜଧାନୀ ଭୁବନେଶ୍ବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଫିନ୍‌ଟେକ୍ ପ୍ଲାଟଫର୍ମଗୁଡ଼ିକର ଅଭିବୃଦ୍ଧି ବଳରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଭୁବନେଶ୍ବରରେ କେପିଓ ନିଯୁକ୍ତି ୨୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଟିମ୍‌ଲିଜ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.