• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମଧ୍ୟପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରାଙ୍କୁ ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ (DG) ଭାବରେ ନିଯୁକ୍ତ କରାଯାଇଛି।

  2. 2.କର୍ଣ୍ଣାଟକର ଗୋକର୍ନରେ ରାମତୀର୍ଥ ପର୍ବତ ଉପରେ ଏକ ନିର୍ଜନ ତଥା ବିପଜ୍ଜନକ ଗୁମ୍ଫାରୁ ପୁଲିସ ଜଣେ ରୁଷୀୟ ମହିଳା ଏବଂ ତାଙ୍କର  ୨ ଝିଅଙ୍କୁ ପାଇଛି।

  3. 3.ଆମେରିକାର କାଲିଫର୍ଣ୍ଣିଆରେ ଏଫବିଆଇକୁ ବଡ଼ ସଫଳତା ମିଳିଛି । ଏଫବିଆଇ ଓ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ମିଳିତ ଅପରେସନ ଫଳରେ ୮ ଜଣ କୁଖ୍ୟାତ ଖଲିସ୍ଥାନୀ ସମର୍ଥକ ଗିରଫ ହୋଇଛନ୍ତି ।

  4. 4.ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଏବେ ଆଧାର କାର୍ଡରେ ଠିକଣା ଅପଡେଟ୍ କରିବାର ପ୍ରକ୍ରିୟାକୁ ଏତେ ସହଜ କରିଛି ଯେ ଆପଣ ଘରେ ବସି କିଛି ମିନିଟ୍ ମଧ୍ୟରେ ଏହି କାମ ଅନଲାଇନରେ କରିପାରିବେ।

  5. 5.ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ , ଦାରିଦ୍ର୍ୟ ସୀମାରେଖା ତଳେ ପାକିସ୍ତାନର  ୪୪.୭% ଜନସଂଖ୍ୟା ।

  6. 6.ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼, ୧୦ ବୋମାବର୍ଷୀ ଯୁଦ୍ଧବିମାନ ପଠାଇଲା ।

  7. 7.ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ ବୋଲି  ରେଢ଼ାଖୋଲରେ ମହାସଂଘର ସହ ସମ୍ପାଦକ ଘୋଷଣା କଲେ ।

  8. 8.ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଫେରିଲେ। ନବୀନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେଡି କର୍ମୀଙ୍କ ଭିଡ ।

  9. 9.ଭୁବନେଶ୍ୱର ଏକାମ୍ର ଉଦ୍ୟାନରେ ଗୋଲାପ ବାଟିକା ହେବ। ୨୦୦ ପ୍ରକାରର ଚାରା ଲାଗିଚି,ସେଲ୍ଫି ପଏଣ୍ଟ କାମ ଚାଲିଛି ।

  10. 10.ପୁରୀ ଡେଲାଙ୍ଗରେ ବାର୍ଡ ଫ୍ଲୁ ପରେ ବଢ଼ିଲା ଭୟ ; କୁକୁଡ଼ାମରା ଅଭିଯାନ ଆରମ୍ଭ ହେଲା ।

  11. 11.ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ,କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ବି ନିଲମ୍ବିତ ।

  12. 12.ଭାରତ ସାର ଉତ୍ପାଦନରେ ଆତ୍ମନିର୍ଭର ହେବ ।  ତାଳଚେର ରେ  ପ୍ରଥମ କୋଇଲା ଚାଳିତ ସାରକାରଖାନା ହେବ ।

  13. 13.କଟକ ଓସିଏ କନଫରେନ୍ସ ହଲ୍‌ରେ ଲାଗିଲା ନିଆଁ, ଅନେକ ଆସବାବପତ୍ର ପୋଡି ନଷ୍ଟ ହୋଇଗଲା ।

  14. 14.ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି କଳା ବାଘୁଣୀ ୩ ଟି ଛୁଆ ଜନ୍ମ ଦେଲା ।

  15. 15.ଇଟାଲୀ  ପ୍ରଥମ ଥର ICC ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.