• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ) ଅନୁଯାୟୀ ମହାକାଶଚାରୀମାନେ ଅତିକମ୍‌ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ।

  2. 2.ବାଂଲାଦେଶରେ ଏକ ସ୍ବତନ୍ତ୍ର ଟ୍ରିବୁନାଲ ଗୁରୁବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇଛନ୍ତି। ଆସନ୍ତା ଅଗଷ୍ଟ ୩ ତାରିଖରୁ  ହସିନାଙ୍କ ବିରୋଧରେ ତାଙ୍କ ଅନୁପସ୍ଥିତିରେ ବିଚାରଣ ଆରମ୍ଭ କରିବେ।

  3. 3.ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗୁଳିକାଣ୍ଡ ହୋଇଛି।  ଅଜ୍ଞାତ ବନ୍ଧୁକଧାରୀମାନେ କ୍ୟାଫେ୍‌ ଉପରେ ଅଚାନକ ଗୁଳିବର୍ଷା କରି ଫେରାର୍‌ ହୋଇଯାଇଛନ୍ତି।

  4. 4.ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପାଇଁ ଲୋକଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର ଓ ରାସନ କାର୍ଡ ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  5. 5.କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଉକ୍ତ ପ୍ରସଙ୍ଗରେ ଏକ ଟିପ୍ପଣୀ ରଖି କହିଛନ୍ତି ଯେ କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ।

  6. 6.ଧର୍ମପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ ଛଙ୍ଗୁର ବାବା ବିଦେଶୀ ପାଣ୍ଠି ଓ ବ୍ୟାପକ ଜାଲିଆତି ଉପାୟ ଅବଲମ୍ବନ କରୁଥିଲା। ଏହି ପ୍ରକ୍ରିୟାରେ ଛଙ୍ଗୁର ବାବା କିଛି ବର୍ଷ ମଧ୍ୟରେ ବିଦେଶରୁ ୧୦୦ କୋଟିରୁ ଅଧିକ ଟଙ୍କା ହାସଲ କରିଥିବା ଜଣାପଡ଼ିଛି।

  7. 7.ଧନବାଦର ରେଳ ହସ୍ପିଟାଲର ଅସ୍ଥି ବିଭାଗର ଅପରେସନ ଥିଏଟରରେ ଡାକ୍ତର ପି.ଆର. ଠାକୁର ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ। ଏହି ସମୟରେ ଅପରେସନ୍ ଥିଏଟରର ଫଲ୍ସ ସିଲିଂର ଏକ ଅଂଶ ତଳେ ପଡ଼ିଯାଇଥିଲା। ଆଶ୍ଚର୍ଯ୍ୟର ଘଟଣା କି ଏହି ଫଲ୍ସ ସିଲିଂ ଖଣ୍ଡ ସହିତ ଅପରେସନ୍ ଥିଏଟର ଭିତରେ ଏକ କୁକୁର ମଧ୍ୟ ଖସି ପଡ଼ିଥିଲା।

  8. 8.ଆଗାମୀ ୧୪ରେ ଶ୍ରାବଣର ପ୍ରଥମ ସୋମବାର । କାଉଡିଆ ଯାତ୍ରାକୁ ଦୃଷ୍ଟିରେ ରଖି ହରିଦ୍ବାରରେ  ସ୍କୁଲ ଏବଂ କଲେଜ୍‌  ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ କ୍ଲାସ ଚାଲିବ ।

  9. 9.ଦେଶରେ ତୁରନ୍ତ ବ୍ୟବସାୟ ବା କ୍ବିକ୍ କମର୍ସର କ୍ରେଡ୍ ବଢିଚାଲିଛି । ଏ କ୍ଷେତ୍ରରେ ସ୍ବିଗି ଇନଷ୍ଟାମାର୍ଟ, ଜିଓମାର୍ଟ, ଜେପଟୋ, ବ୍ଲିଙ୍କିଟ୍ ପରି କମ୍ପାନି ଏ କ୍ଷେତ୍ରରେ ଆଗୁଆ ରହିଛି । ବିଭିନ୍ନ ନିତିଦିନିଆ ସାମଗ୍ରୀ ଅର୍ଡର  କରିବାର ଅଳ୍ପ କିଛି ସମୟ ମଧ୍ୟରେ ଅର୍ଡର ହୋଇଥିବା ସମଗ୍ରୀ ଗ୍ରାହକଙ୍କ ଘରେ ପହଞ୍ଚୁଛି ।

  10. 10.ଆସନ୍ତା ୨୦ ତାରିଖରେ  ଓଟିଇଟି ପରୀକ୍ଷା ହେବ , ପ୍ରଶ୍ନପତ୍ରରେ ୱାଟର ମାର୍କ ଓ କ୍ୟୁ ଆର କୋର୍ଡ ଲାଗିବ । ରାଜ୍ୟର ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି  ପରୀକ୍ଷା ଦେବେ ।

  11. 11.ଓଡିଶା ଚଳିତ ମାସ ପିଡିଏସରେ ଗହମ ମିଳିବ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ  ଘୋଷଣା ।

  12. 12.ଓଡ଼ିଶା ଡ୍ରା‌ଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ସରକାର ଓ ମହାସଂଘ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ଫଳରେ ପରିସ୍ଥିତି ସଙ୍ଗିନ ଆକାର ଧାରଣ କରିଛି। ସାରା ରାଜ୍ୟରେ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

  13. 13.ଆଇଏଏସ ମନୋଜ କୁମାର ମହାନ୍ତି ,୬ ବର୍ଷ ପାଇଁ ଓପିଏସସି ସଦସ୍ୟ ନିଯୁକ୍ତ ହୋଇଛନ୍ତି ।

  14. 14.ପୁରୀ ରତ୍ନଭଣ୍ଡାର ଗଣତି ମଣତି ବେଳେ ରିଜର୍ଭ ବ୍ୟାଙ୍କର ଦୁଇ ଅଧିକାରୀ ଉପସ୍ଥିତ ରହିବେ ।

  15. 15.ତାଳଚେର ଏମସିଏଲ ଚିଫ୍ ମ୍ୟାନେଜର ଅଖିଲେଶ କୁମାର ବର୍ମା , ୨୦ ହଜାର ଟଙ୍କା ଲାଞ୍ଜ ନେବା ବେଳେ ସିବିଆଇ ଧରିଲା ।

  16. 16.କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିବଦୀୟ ଗ୍ରାମପୁଞ୍ଜ ପ୍ରତି ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟାଇବା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡିଛନ୍ତି। କୋଟିଆ ଓଡ଼ିଶାର ଥିଲା ଏବଂ ରହିବ।

  17. 17.ବର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। ୭ ତାରିଖରୁ କାଁ ଭାଁ ଅଞ୍ଚଳ ଛାଡ଼ିଦେଲେ ବର୍ଷା ନାହିଁ। ଆସନ୍ତା ୨ ଦିନ ରାଜ୍ୟରେ କେଉଁଠି କେମିତି ସ୍ବଳ୍ପ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ୧୩ ଓ ୧୪ ତାରିଖରେ ଲଘୁଚାପଜନିତ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି।

  18. 18.ଜର୍ମାନୀରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫, କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଜଣ ଖେଳାଳି ମନୋନୀତ ହୋଇଛନ୍ତି ।

  19. 19.ଗୁରୁଗ୍ରାମରେ ଜଣେ ୨୫ ବର୍ଷୀୟା ରାଜ୍ୟସ୍ତରୀୟ ଟେନିସ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ  ବାପା ଗୁଳିକରି ହତ୍ୟା କରିଛନ୍ତି।

  20. 20.ଆଇପିଏଲ ଟିକେଟ ଦୁର୍ନୀତି ମାମଲାରେ ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ ଗିରଫ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.