• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତ ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ-‘‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍" ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା।

  2. 2.ନାମ୍ବିଆରେ ଏକ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

  3. 3.ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ବିଜୟ ପ୍ରଦାନ କରିଛନ୍ତି, ଯାହା ତାଙ୍କ ପ୍ରଶାସନକୁ ବ୍ୟାପକ ଫେଡେରାଲ୍ ଚାକିରି କାଟ୍ ସହିତ ଆଗକୁ ବଢ଼ିବାକୁ ଅନୁମତି ଦେଇଛି।

  4. 4.ଶିମ୍‌ଲା :ପ୍ରବଳ ବର୍ଷା ଏବଂ ଖରାପ ପାଗ ଯୋଗୁଁ ହିମାଚଳପ୍ରଦେଶରେ ସେଓ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।  ଅତି ସାଂଘାତିକ ଫଙ୍ଗଲ୍‌ ସଂକ୍ରମଣ ଯୋଗୁଁ ସେଓ ଗଛର ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଇ ଫଳ ପରିପକ୍ବ ହେବା ପୂର୍ବରୁ ଝଡ଼ି ପଡ଼ୁଛି।

  5. 5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତମ୍ବା ଉପରେ ୫୦% ଶୁଳ୍କ ଘୋଷଣା କରିଛନ୍ତି। ସେ ଇସ୍ପାତ ଏବଂ ଆଲୁମିନିୟମ, ଔଷଧ ଉପରେ ଶୁଳ୍କ ଗୋଟିଏ ବର୍ଷ ପରେ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ଭାରତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

  6. 6.ଗତ ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ଜୁନ୍‌ରେ ବିକ୍ରି ହୋଇଥିବା ୬୧,୦୬୨ଟି ଗାଡ଼ି ତୁଳନାରେ ୧୧.୨୧ ପ୍ରତିଶତ ଅଧିକ। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲେ ମଧ୍ୟ ବାଣିଜ୍ୟିକ ଯାନ ବିକ୍ରି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି। 

  7. 7.ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍‌) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍ଏଫ୍‌ ପାଣ୍ଠି ସଂଗ୍ରହ କରାଯାଇଥିଲା। ସେଥିରୁ ‌କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି। ଫଳରେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି।

  8. 8.ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ୨୦୨୫ର ଏପ୍ରିଲ୍‌-ଜୁନ୍ ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଯାହା ସାରା ଦେଶକୁ ଆସିଥିବା ମୋଟ୍‌ ପୁଞ୍ଜିନିବେଶର ୪୦ ପ୍ରତିଶତ।

  9. 9.ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। କାଲିପାଇଁ କୋଡିଏ ଜିଲ୍ଲାକୁ ଆଲର୍ଟ ଜାରି, ଘଡଘଡି ସହ ଜୋର ବର୍ଷା ହେବ

  10. 10.ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

  11. 11.ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଂଶିକ ଭାବେ ସଫଳ।

  12. 12.ଭାରତ ବନ୍ଦ ଡାକରାର ପ୍ରଭାବ ବି ଆଂଶିକ। ଓଡ଼ିଶାରେ ବିଶେଷ ପ୍ରତିକ୍ରିୟା ନାହିଁ

  13. 13.ବେଦାନ୍ତ  ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ । ସରକାରୀ ଜାଗା ଚିହ୍ନଟ ହୋଇଛି।

  14. 14.ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଲା।

  15. 15.ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ।

  16. 16.ଛତ୍ରପୁରରେ ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା।

  17. 17.ଗୁଜୁରାଟରେ ଭଦୋଦରା ଆନନ୍ଦ ମୁଖ୍ୟ ଜନଗହଳି ରାସ୍ତାରେ ପୋଲ ଭାଙ୍ଗି ଅନେକ ମୃତ ଓ ଆହତ। ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

  18. 18.ରାଜସ୍ଥାନର ଚୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଜାଗୁଆର ଲଢ଼ୁଆ ବିମାନ। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

  19. 19.ଚୀନ ଠାରୁ ପାକିସ୍ତାନ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ହେଉଥିବା ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଖଣ୍ଡନ କରିଛନ୍ତି।

  20. 20.ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.