-
1.ମାଗଣାରେ ଆଧାର ଅପ୍ଡେଟ୍ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପଞ୍ଚମ ଥର ପାଇଁ ବଢ଼ାଇଛନ୍ତି। ଚଳିତ ମାସ ୧୪ରେ ସମୟ ସୀମା ଶେଷ ହେଉଥିବା ବେଳେ ତାହାକୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
2.ସାରା ବିଶ୍ୱରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସଂଖ୍ୟା ୨୭୨ ନିୟୁତ, ଯାହା ପୂର୍ବ ଆକଳନ ତୁଳନାରେ ୨୧ ନିୟୁତ ଅଧିକ ଅଟେ ।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାକୁ ଥିବା ବେଳେ କାନାଡ଼ାରେ ହେବାକୁ ଥିବା ଜି୭ ସମିଟ୍ରେ ଯୋଗଦେବେ।
-
4.ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ। ଏହାଦ୍ୱାରା କୋଟି କୋଟି ଚାଷୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିବ।
-
5.ଲକ୍ଷ୍ନୌରେ ଆୟୋଜିତ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଏପରି ଏକ ବ୍ୟବସ୍ଥା କରାଯିବ ଯେ ଯଦି କୌଣସି ଏଫଆଇଆର ପଞ୍ଜିକୃତ ହୁଏ, ତେବେ ନାଗରିକଙ୍କୁ ତିନି ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନ୍ୟାୟ ମିଳିବ।
-
6.ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଇସ୍ରାଏଲ ବିରୁଦ୍ଧରେ ଏକତ୍ରିତ ହେବାକୁ ମୁସଲିମ ଦେଶଙ୍କୁ ମଧ୍ୟ ନିବେଦନ କରିଛନ୍ତି। ଇସ୍ରାଏଲ ଶୁକ୍ରବାରଠାରୁ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ ଆରମ୍ଭ କରିଛି।
-
7.ପୂର୍ବତନ ଭାରତୀୟ କ୍ରିକେଟର ଏବଂ ମୁରାଦାବାଦର ପୂର୍ବତନ ସାଂସଦ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ସମ୍ପ୍ରତି ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନଙ୍କୁ ତେଲେଙ୍ଗାନା କଂଗ୍ରେସର ମହାସଚିବ ଭାବରେ ନିଯୁକ୍ତ କରାଯାଇଛି।
-
8.ହ୍ୟୁଣ୍ଡାଇ ଆଇକନିକ ୫ ଏହାର ଡିଜାଇନ୍, ବ୍ୟାଟେରୀ ପରିସର ଏବଂ ବୈଶିଷ୍ଟ୍ୟ ଦୃଷ୍ଟିରୁ ଏକ ଉନ୍ନତ ବୈଦ୍ୟୁତିକ କାର, କିନ୍ତୁ ଅଧିକ ମୂଲ୍ୟ ଯୋଗୁଁ ଏହାର ବିକ୍ରୟ କ୍ରମାଗତ ଭାବରେ ହ୍ରାସ ପାଉଛି।
-
9.ଇରାନ ଓ ଇସ୍ରାଏଲ୍ ଶନିବାର ବିଳମ୍ବିତ ରାତିରେ ପୁଣି ପରସ୍ପରକୁ ମିଜାଇଲ ମାଡ କରିଛନ୍ତି । ଉଭୟ ଦେଶ ମଧ୍ୟରେ ୩ ଦିନ ଧରି ସଂଘର୍ଷ ଜାରି ରହିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନ ମିଲିଟ୍ରି ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରି ଓ ଆଖପାଖରେ ରହୁଥିବା ନାଗରିକଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଛି ।
-
10.ବିଶ୍ଵର ୨ୟ ଧନୀ ବ୍ୟକ୍ତି ତାଲିକାରେ ପରିବର୍ତ୍ତନ ହୋଇଛି। ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ଵର ୨ୟ ଧନୀ ବ୍ୟକ୍ତି ମାନ୍ୟତା ହରାଇଛନ୍ତି। ତାଙ୍କୁ ପଛରେ ପକାଇଛନ୍ତି ଓରାକଲର ପ୍ରତିଷ୍ଠାତା ଲାରି ଏଲିସନ। ଗତ ଗୁରୁବାର ୮୦ ବର୍ଷୀୟ ଏଲିସନଙ୍କ ସମ୍ପତ୍ତିରେ ହଠାତ ବୃଦ୍ଧି ଯୋଗୁ ସେ ବିଶ୍ଵର ୨ୟ ଧନୀ ବ୍ୟକ୍ତି ହୋଇଛନ୍ତି।
-
11. ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ଓ ତେହରାନରେ ଥିବା ଏକ ଆବାସିକ ଟାୱାର ଉପରେ ଇସ୍ରାଏଲର ବୋମା ମାଡ଼ ଯୋଗୁଁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
-
12.ଇସ୍ରାଏଲକୁ ଯେଉଁ ଦେଶ ସହଯୋଗ କରିବ ତା’ ଉପରେ ଇରାନ ଆକ୍ରମଣ କରିବ। ଗତ ଶନିବାର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଇରାନ ଏଭଳି ଧମକ ଦେଇଥିଲା। ରବିବାର ଏହାର ଜବାବ ଦେଇଛି ଆମେରିକା। ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି।
-
13.ବର୍ତ୍ତମାନ ଭାରତୀୟ ରେଳ ବିଭାଗ ନିର୍ଦ୍ଧାରିତ ପ୍ରସ୍ଥାନର ଚାରି ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ଯାତ୍ରୀ ତାଲିକା ପ୍ରକାଶ କରୁଛି। ଫଳରେ ଟିକଟ କରି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଯାତ୍ରା କରିପାରିବେ କି ନାହିଁ ସେନେଇ ଆଶଙ୍କାରେ ଥାନ୍ତି। ନୂତନ ବ୍ୟବସ୍ଥା ଲାଗୁ ହେଲେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଉପକୃତ ହେବେ।
-
14.ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ାରେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୋଲ ଆଜି ଅପରାହ୍ଣରେ ଭୁଶୁଡ଼ି ପଡ଼ିଛି। ପୋଲ ଉପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଭାସିଯାଇଥିବା
-
15.ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍ ସିନେମା ତଥା ମଲ୍ଟିଷ୍ଟାରର୍ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍ ହେବାକୁ ଯାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
