-
1.ଆମେରିକାର ଗୁଇନ୍ଦା ରିପୋର୍ଟ ପୁଣି ଥରେ ଚିନ୍ତା ପ୍ରକଟ କରିଛି। ଚୀନ୍ର ବିସ୍ତାରବାଦୀତ ନୀତି ଭାରତ ପାଇଁ ଏକ ବିଶାଳ ଚ୍ୟାଲେଂଜ ହୋଇଛି।
-
2.ରାଜଧାନୀ କିବ୍ ସମେତ ୨୦ରୁ ଅଧିକ ଅଂଚଳରେ ରୁଷ୍ ସେନା ୪୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା ଏହି ଆକ୍ରମଣରେ ଶତାଧିକ ପ୍ରତିଷ୍ଠାନ ନଷ୍ଟ ହୋଇଥିବା ବେଳେ ୩ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି।
-
3.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ହାତରେ ପିନ୍ଧୁଥିବା ଏକ ଗ୍ଲୋଭସ୍ ଦେଢ଼ ନିୟୁତ ଡଲାରରୁ ଊର୍ଦ୍ଧ୍ବରେ ନିଲାମ ହୋଇଛି। ଯେଉଁ ରାତିରେ ଲିଙ୍କନଙ୍କୁ ହତ୍ୟା କରାଯାଇଥିଲା ସେହି ଗ୍ଲୋଭସ୍ଟି ତାଙ୍କ ପକେଟରେ ରହିଥିଲା। ସେଥିରେ ଲିଙ୍କନଙ୍କ ରକ୍ତଛିଟା ବର୍ତ୍ତମାନ ସୁଦ୍ଧା ରହିଛି।
-
4.ଏକ ଜାତୀୟ ସ୍ତରୀୟ ଗାଡ଼ି ମାଲିକାନା ସର୍ଭେରେ ଓଡ଼ିଶା ତଳେ ରହିଛି, ଯେଉଁଥିରେ ମାତ୍ର ୨.୭% ପରିବାରରେ କାର ଅଛି, ଯାହା ଜାତୀୟ ହାର ୭.୫% ଠାରୁ ବହୁତ କମ।
-
5.ଜାପାନକୁ ପଛରେ ପକାଇ, ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଏହି ସୂଚନା ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଦେଇଛନ୍ତି। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଦଶମ ବୈଠକ ପରେ ସେ କହିଥିଲେ ଯେ, ଭାରତ ପାଇଁ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ ରହିଛି।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି।
-
7.ପାକିସ୍ତାନର ପର୍ଦ୍ଦାଫାସ କରିବା ଅଭିଯାନର ଅଂଶ ସ୍ୱରୂପ ଅନେକ ପ୍ରତିନିଧି ଦଳ ନେତୃତ୍ୱ ନେଉଥିବା କଂଗ୍ରେସ ସାଂସଦ ଶଶି ଥରୁର ୨୦୨୩ ମସିହାରେ ହୋଇଥିବା ଭୂମିକମ୍ପ ସମୟରେ ତୁର୍କୀକୁ ସାହାଯ୍ୟ କରିବା ପାଇଁ କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି।
-
8.ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅସୁସ୍ଥତା ଯୋଗୁଁ ବର୍ତ୍ତମାନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଅନ୍ୟପଟେ, କିରୁ ଜଳବିଦ୍ୟୁତ ପ୍ରକଳ୍ପରେ ୨୨୦୦ କୋଟି ଟଙ୍କାର ଦୁର୍ନୀତିରେ ସତ୍ୟପାଲ ମଲିକଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି।
-
9.ଆସ୍ଥା ସିଂହ ମାତ୍ର ୨୧ବର୍ଷ ବୟସରେ ୟୁପିଏସସି ପରୀକ୍ଷାରେ ପାସ୍ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ୟୁପିଏସସି ସିଏସଇ ୨୦୨୪ ପରୀକ୍ଷାରେ ଆସ୍ଥା ସିଂ ୬୧ତମ ସ୍ଥାନ ହାସଲ କରିଛନ୍ତି। ଏହି ରୢାଙ୍କ ଅନୁସାରେ, ତାଙ୍କୁ ଆଇଏଏସରେ ସରକାରୀ ଚାକିରି ପ୍ରଦାନ କରାଯିବ।
-
10.ଡିଆରଡିଓ ଦ୍ୱାରା ବିକଶିତ ଷ୍ଟାର- ସୁପରସୋନିକ୍ ଟାର୍ଗେଟ୍ ମିସାଇଲ୍ ଏହାର ଶେଷ ପର୍ଯ୍ୟାୟ ଅର୍ଥାତ୍ ପର୍ଯ୍ୟାୟ ୩ ରେ ପହଞ୍ଚିଛି। ଏହି ମିସାଇଲର ସୁପରସୋନିକ୍ ବେଗ ପ୍ରାୟ ମାକ ୨.୫ ଅର୍ଥାତ ଏହା ଶବ୍ଦର ୨.୫ ଗୁଣ ବେଗରେ ଗତି କରିବା।
-
11.ଗୁଜରାଟର କାଦି ଏବଂ ବିସାବଦର ବିଧାନସଭା ଆସନ, କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉପନିର୍ବାଚନ ପାଇଁ ମତଦାନ ତାରିଖ ଜୁନ୍ ୧୯ ସ୍ଥିର କରାଯାଇଛି।
-
12.ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ଏମପି/ଏମଏଲଏ ଅଦାଲତ ଶନିବାର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। ଜୁନ ୨୬ରେ ହାଜର ହେବାକୁ ରାହୁଲଙ୍କୁ ନିର୍ଦେଶ ଦିଆଯାଇଛି।
-
13.ହୋଆଟ୍ଜିନ୍ ପକ୍ଷୀ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ଜଣାଶୁଣା। ଅନ୍ୟ ପକ୍ଷୀମାନଙ୍କଠାରୁ ଏହାର ଅନେକ ଭିନ୍ନତା ରହିଛି।
-
14.ଓଡ଼ିଶା ଗ୍ରାମୀଣ ଉନ୍ନୟନ ବିଭାଗ କର୍ମଚାରୀଙ୍କ ହାଜିରା ରେକର୍ଡ ବାୟୋମେଟ୍ରିକ ମେସିନ ଜରିଆରେ ବାଧ୍ୟତାମୂଳକ କରିଛି ଏବଂ ସମସ୍ତ କର୍ମଚାରୀଙ୍କୁ ସନ୍ଧ୍ୟା ୫:୩୦ ପୂର୍ବରୁ ଅଫିସ ଛାଡ଼ିବାକୁ ନିଷେଧ କରିଛି।
-
15.ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟିମ ଇଣ୍ଡିଆର ଘୋଷଣା କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଉଭୟେ ଖେଳାଳି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
