- 1.ଟେସଲା ମାଲିକ ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ନିଜ ପାଠପଢା ସମ୍ପୂର୍ଣ୍ଣ କରିଥିବା ବୈଭବ ତନେଜା ଙ୍କୁ ସବୁଠାରୁ ଅଧିକ ଦରମାରେ ନିଯୁକ୍ତି ଦେଇଛନ୍ତି ।
-
2.ପାକିସ୍ତାନର ଲାହୋରରେ ଆତତାୟୀଙ୍କ ଗୁଳିରେ ଲଶ୍କର-ଏ-ତୋଇବା(ଏଲଇଟି) ଆତଙ୍କବାଦୀ ସଂଗଠନର ସହପ୍ରତିଷ୍ଠାତା ଆମିର ହାମଜା ଗୁରୁତର ଆହତ ହୋଇଛି। ଅଜଣା ଆତତାୟୀ ଆମିରକୁ ଗୁଳି କରିଛନ୍ତି।
-
3.ଆଧୁନିକ ଯୁଦ୍ଧରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ଵ ବହୁ ଅଧିକ। ଅପରେସନ ସିନ୍ଦୂର ପରେ ଏସ-୪୦୦ର ଚାହିଦା ବେଶ୍ ବୃଦ୍ଧି ପାଇଛି। ରାଡାର, ସାଟେଲାଇଟ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଉପରେ ଆଧାରିତ ସେନ୍ସର ଉପରେ କାମ କରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବିପଦକୁ ଆଗୁଆ ଚିହ୍ନଟ କରି କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଥାଏ।
-
4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ତିଆରି କରିବାକୁ ଯାଉଛି, ଯାହା ଏୟାରସ୍ପେଶ୍କୁ ଅଭେଦ୍ୟ, ଅଜେୟ ଏବଂ ଅଖଣ୍ଡନୀୟ କରିଦେବ। ଟ୍ରମ୍ପ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଗୋଲ୍ଡେନ ଡୋମ ବା ସ୍ଵର୍ଣ୍ଣିମ ଡୋମ ନାମରେ ନାମିତ କରିଛି।
-
5.ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ୱକଫ୍ ଏକ ଇସଲାମିକ ଧାରଣା। କିନ୍ତୁ ଏହା ଇସଲାମର ଏକ ଅତ୍ୟାବଶ୍ୟକ ଅଙ୍ଗ କଦାପି ନୁହେଁ। ଇସଲାମ ଧର୍ମରେ ୱକଫ୍ କେବଳ ଦାନ ବ୍ୟତୀତ ଆଉ କିଛି ନୁହେଁ। ଦାନ ପ୍ରତ୍ୟେକ ଧର୍ମର ଅଂଶ ଏବଂ ଖ୍ରୀଷ୍ଟିଆନ ଧର୍ମ ପାଇଁ ମଧ୍ୟ ହୋଇପାରେ। ହିନ୍ଦୁମାନଙ୍କର ବି ଦାନ ବ୍ୟବସ୍ଥା ରହିଛି।
-
6.ସୁପ୍ରିମକୋର୍ଟରେ ଅଶୋକା ବିଶ୍ବବିଦ୍ୟାଳୟ ପ୍ରଫେସର ଅଲୀ ଖାନ୍ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ମଂଜୁର ହୋଇଛି। କୋର୍ଟ ପ୍ରଫେସର ଖାନ୍ଙ୍କୁ ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି।
-
7.ନ୍ୟାସନାଲ ହେରାଲ୍ଡ ମାମଲାରେ ଅଭିଯୁକ୍ତ ସୋନିଆ ଓ ରାହୁଲ ଗାନ୍ଧୀ ୧୪୨ କୋଟି ଟଙ୍କା ଆୟ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦିଲ୍ଲୀର ଏକ ଅଦାଲତକୁ କହିଛି।
-
8.ଜଷ୍ଟିସ ବିଭି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ ପୂଜା ଖେଦକରଙ୍କ ଜାମିନ ଆବେଦନର ଶୁଣାଣି ଥିଲା। କୋର୍ଟ ଖେଦକରଙ୍କୁ ଜାମିନ ମଂଜୁର କରିବା ସହ ତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ କହିଛନ୍ତି।
-
9. ସୁରକ୍ଷାକର୍ମୀଙ୍କ ବଡ଼ ପ୍ରହାର। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍ ବାସବରାଜୁ ଓରଫ୍ ଗଗନ୍ନା ନିହତ ହୋଇଥିବା ସୂଚନା ମିଳିଛି।
-
10.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ଗୋଟିଏ ସମୟରେ ବାହାରିଛି ଏବଂ ପାସ୍ହାର ୮୨.୭୭% ହୋଇଛି।
-
11.ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି।ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି, ତିନି ମାସ ପୂର୍ବରୁ ଓ ପ୍ରସବର ଛଅ ମାସ ମଧ୍ୟରେ ଛୁଟି ନେଇପାରିବେ ମହିଳା।
-
12.ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କୁ ବାସଗୃହ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବ ଆରୋପ କରିଛନ୍ତି। ଓଡ଼ିଶାର ସହରାଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ରହୁଛନ୍ତି।
-
13.ଭୁବନେଶ୍ୱରରେ ଜବଦଖଲକାରୀଙ୍କ କବଳରୁ ସରକାରୀ ଘର ଉଛେଦ ପ୍ରକ୍ରିୟା – ୯୦ଟି କ୍ୱାର୍ଟର୍ସ ୧୮ଟି କ୍ବାର୍ଟର୍ସ ସିଲ୍ ହୋଇଛି ।
-
14.୧୧୩୧ଟି ଖାଲି ପଦ ପାଇଁ ଜୁନ୍ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ହୋଇଥିଲା ଘୋଷଣା – ମୌସୁମୀ ଋତୁ ପାଇଁ ରାଜ୍ୟ ନିର୍ବାଚନ କମିଶନ ସ୍ଥଗିତ ରଖିଲେ। ମୌସୁମୀ ଋତୁ ପରେ ପୁଣି ବିଜ୍ଞପ୍ତି ପ୍ରକାଶ ପାଇବ।
-
15.ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା – ଜୁନରୁ ୩୫୦୦ ଟଙ୍କା ମାସିକ ପାଇବେ।
-
16.ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବହୁବର୍ଷ ଧରି ଆନୁଷଙ୍ଗିକ ସମସ୍ୟା ସହ ଦକ୍ଷ ପର୍ଫ୍ୟୁଜନିଷ୍ଟ୍ (ହୃଦ୍ରୋଗୀଙ୍କ ପାଇଁ ନିୟୋଜିତ ସ୍ବତନ୍ତ୍ର ଅପରେଟର୍)ଙ୍କ ଅଭାବ ଏ ଦିଗରେ ବାଧକ ସାଜିଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
