-
1.ମେ’ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ କରି ଅମୃତ ଷ୍ଟେସନ ଅଧୀନରେ ଦେଶରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି।
-
2.ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି। ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି।
-
3.ପ୍ରଧାନ ବିଚାରପତି ଗୱାଇ ୱକଫ୍ ଆଇନ ସଂକ୍ରାନ୍ତରେ ଶୁଣାଣି ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପ୍ରଧାନ ବିଚାରପତି ଗୱାଇ କହିଛନ୍ତି, ସଂସଦ ଦ୍ବାରା ଗୃହୀତ ଆଇନକୁ ସାମ୍ବିଧାନିକ ବିବେଚନା କରାଯାଏ। ସ୍ପଷ୍ଟ ଏବଂ ଅତି ଗୁରୁତର ସମସ୍ୟା ନଥିଲେ କୋର୍ଟ ଆଇନରେ ହସ୍ତକ୍ଷେପ କରନ୍ତି ନାହିଁ।
-
4. ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ ଦକ୍ଷିଣ ଭାରତର ଅନେକ ସ୍ଥାନରେ ଦୈନନ୍ଦିନ ଜୀବନଯାତ୍ରା ବିଗିଡ଼ି ଯାଇଛି। କର୍ଣ୍ଣାଟକରେ ମୋଟ୍ ୫ ଜଣଙ୍କ ମୃତ୍ୟୁ ହୋଇଛି। ବେଙ୍ଗାଲୁରୁ ସହରରେ କେବଳ ବର୍ଷାଜନିତ କାରଣ ପାଇଁ ୩୬ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି।
-
5.ସିଙ୍ଗାପୁର ଏବଂ ହଂକଂରେ ଏବେ କରୋନାର ଓମିକ୍ରନ୍ ଉପପ୍ରଜାତି ଜେଏନ୍.୧ର ସବ୍ ଲିନିଏଜ୍ ଏଲ୍ଏଫ୍-୭ ଏବଂ ଏନ୍ବି.୧.୮ ଆତଙ୍କ ଖେଳାଇଛି। ଏହି ସମୟରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମେ’ ୧୯, ୨୦୨୫ ସୁଦ୍ଧା ଦେଶରେ ସକ୍ରିୟ ମାମଲା ୨୫୭ ଥିବା ରିପୋର୍ଟ କରାଯାଇଛି।
-
6.ଜ୍ୟୋତିର୍ପଦାର୍ଥବିଜ୍ଞାନୀ ପଦ୍ମବିଭୂଷଣ ଡ. ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କର ମଙ୍ଗଳବାର ପୁଣେଠାରେ ପରଲୋକ ହୋଇଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।
-
7.ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରବେଶସ୍ତରୀୟ ପଦବି ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି।
-
8.ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ପୁଲିସ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଜଣେ ଲୁଟେରୀ ଦୁଲ୍ହନ୍ଙ୍କୁ ଗିରଫ କରିଛି। ବଡ଼ କଥା ହେଉଛି ଅଭିଯୁକ୍ତ ଲୁଟେରୀ ଦୁଲ୍ହନ୍ ଏପର୍ଯ୍ୟନ୍ତ ୨୫ଟି ବିବାହ କରିସାରିଛନ୍ତି।
-
9.କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ, ଏପ୍ରିଲ ମାସରେ ୧୯୬ଟି ଔଷଧ ନମୁନା ମାନକ ଗୁଣବତ୍ତା ଯୋଗ୍ୟ ନୁହେଁ ବୋଲି ଜଣାପଡିଥିଲା। ଏଥିରେ କେନ୍ଦ୍ରୀୟ ପରୀକ୍ଷାଗାରରେ ୬୦ଟି ଏବଂ ରାଜ୍ୟ ପରୀକ୍ଷାଗାରରେ ୧୩୬ଟି ଔଷଧର ନମୁନା ମିଳିଥିଲା।
-
10.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଘୋଷଣା ଅନୁଯାୟୀ ଖୁବ୍ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି ହେବାକୁ ଯାଉଛି। ତେବେ ଏବେ ପ୍ରଚଳିତ ୨୦ ଟଙ୍କିଆ ନୋଟଗୁଡ଼ିକ ବୈଧ ରହିବ ।
-
11.ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି.. ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ ଅପରେସନ ‘ସିନ୍ଦୂର’।
-
12.ଓଡିଶାରେ ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ। ୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ।
-
13.ଭଦ୍ରକରେ ପ୍ରତିଷ୍ଠା ହେବଓଡିଶା ରାଜ୍ୟର ପ୍ରଥମ ଏଗ୍ରୋ-ଇକୋ ଟୁରିଜମ୍ ପାର୍କ। ରାଣୀତାଲ ନିକଟ ଜାତୀୟ ରାଜପଥ ପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ପାର୍କ ପ୍ରତିଷ୍ଠା ହେବ।
-
14.ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଓଡ଼ିଶା ଷ୍ଟେଟ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ।
-
15.ମେ’ ୨୧ ଅପରାହ୍ଣ ୪ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।
-
16. ଜଳ ଜୀବନ ମିସନ୍ ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୮୩୦.୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରତିଟି ଗ୍ରାମୀଣ ପରିବାରରେ ଟ୍ୟାପ୍ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି।
-
17.ପାକିସ୍ତାନ ସରକାର ମଙ୍ଗଳବାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଦେଶର ସର୍ବୋଚ୍ଚ ସାମରିକ ପଦବିକୁ ପଦୋନ୍ନତି କରିଛନ୍ତି। ମୁନିର ଫିଲ୍ଡ ମାର୍ସାଲ ଭାବେ ନିଯୁକ୍ତି ପାଇଛନ୍ତି। ଡ. ନାର୍ଲିକରଙ୍କ ସବୁଠାରୁ ପ୍ରସିଦ୍ଧ ଅବଦାନ ହେଉଛି ହୋଏଲ-ନାର୍ଲିକର ସିଦ୍ଧାନ୍ତ, ଯାହା ୧୯୬୦ ଦଶକରେ ବ୍ରିଟିସ ଜ୍ୟୋତିଃପଦାର୍ଥବିଜ୍ଞାନୀ ସାର୍ ଫ୍ରେଡ୍ ହୋଏଲଙ୍କ ସହଯୋଗରେ ବିକଶିତ ହୋଇଥିଲା।
-
18.ଇସ୍ରାଏଲୀ ସେନା ଗାଜାରେ ଏକ ନୂତନ ବଡ଼ ଧରଣର ସ୍ଥଳ ସାମରିକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ଚେତାବନୀ ଦେଇଛି ଯେ, ଯଦି ଗାଜାର ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅଧିକ ସହାୟତା ପହଞ୍ଚା ନ ଯାଏ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୧୪,୦୦୦ ଶିଶୁଙ୍କ ମୃତ୍ୟୁ ହୋଇପାରେ।
-
19.ବସରପ୍ରାପ୍ତ ୨ଜଣ ସରକାରୀ କର୍ମଚାରୀଙ୍କ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଅନ୍ୟ ଜଣେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁବାସ ଚନ୍ଦ୍ର ମିଶ୍ରଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
-
20.ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
