-
1.ଜର୍ଜିଆରେ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳା ଆଡ୍ରିଆନା ସ୍ମିଥ୍ଙ୍କୁ ଗତ ଫେବ୍ରୁଆରି ମାସରୁ ଡାକ୍ତର ‘ବ୍ରେନ୍ ଡେଡ୍’ ଘୋଷଣା କରିଛନ୍ତି। ସେ ଗତ ୩ ମାସ ହେଲା ଲାଇଫ୍ ସପୋର୍ଟରେ ଅଛନ୍ତି। ହେଲେ ଆମେରିକାର କଡ଼ା ଗର୍ଭପାତ ବିରୋଧୀ ନିୟମ ସକାଶେ ଏଭଳି ପରିସ୍ଥିତିରେ ବି ତାଙ୍କୁ ଗର୍ଭପାତର ଅନୁମତି ମିଳିନାହିଁ।
-
2.ସାରା ବିଶ୍ବ ଭୂରାଜନୈତିକ ସଙ୍କଟ, ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଓ ଅନ୍ୟାନ୍ୟ କାରଣ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ସବୁ ସମସ୍ୟାଗୁଡ଼ିକୁ ସଫଳତାର ସହ ମୁକାବିଲା କରି ଭାରତ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଜାତିସଂଘ ଏହାକୁ ସ୍ପଷ୍ଟ କରିଛି।
-
3. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଖ୍ୟାତ ସଂସ୍କୃତ ବିଦ୍ବାନ୍ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରିଥିଲେ।
-
4.ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ତୁର୍କୀ ଓ ଅଜରବୈଜାନ୍ ସହ ସବୁ ବ୍ୟବସାୟ ବନ୍ଦ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି।
-
5.ଭାରତର ଆକ୍ରମଣରେ ପାକିସ୍ତାନର କ୍ଷୟକ୍ଷତି ନେଇ ଶେଷରେ ସତ ବି ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ । ଅପରେସନ ସିନ୍ଦୂରର ୧୦ ଦିନ ପରେ ଏବଂ ଅସ୍ତ୍ରବିରତିର ୬ ଦିନ ପରେ ଆଜି ସେହେବାଜ୍ ସତକୁ ସ୍ବୀକାର କରିଛନ୍ତି ।
-
6.ପାକିସ୍ତାନ ନିଜର ସେନା ମୁଖ୍ୟାଳୟକୁ ରାୱଲପିଣ୍ଡିର ଚକଲାଲାରୁ ଇସଲାମାବାଦ ସ୍ଥାନାନ୍ତର କରିବାକୁ ବିଚାର କରୁଛି। ମେ’ ୧୦ ତାରିଖରେ ଭାରତୀୟ ବାୟୁସେନା ନୁର ଖାନ୍ ଏୟାରବେସ୍ ଉପରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଦ୍ବାରା ପ୍ରଚଣ୍ଡ ଆକ୍ରମଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
-
7.ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ଗୌରବ ଅର୍ଜନ କରିଥିବା ବେଳେ ତାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
-
8.ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା।
-
9.ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା।
-
10.ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..
-
11.ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରାଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୪ ଜଣ, ଗଞ୍ଜାମରେ ୨ଜଣ, ଯାଜପୁରରେ ୨ ଜଣ ଓ ଗଜପତିରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।
-
12.ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି।
-
13.ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା ଆଇପିଏଲ୍ଣ ୧୮ତମ ସଂସ୍କରଣ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍ର ରୋମାଞ୍ଚ ଫେରିଛି ।
-
14.ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ନୀରଜ ଚୋପ୍ରା ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି
-
15.୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି, କାଳବୈଶାଖୀ ସହ ବିଜୁଳି ଘଡଘଡି ବର୍ଷା ସମ୍ଭାବନା.
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
