• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୫ ଏପ୍ରିଲ ମାସରେ ଦେଶର ବେକାରୀ ହାର ୫.୧% ରହିଥିଲା। ଏପ୍ରିଲ ୨୦୨୫ରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କଙ୍କ ମଧ୍ୟରେ ବେକାରୀ ହାର ୫.୧% ରହିଥିବା ବେଳେ, ପୁରୁଷଙ୍କ ମଧ୍ୟରେ ଏହା ୫.୨% ଏବଂ ମହିଳାଙ୍କ ମଧ୍ୟରେ ୫.୦% ରହିଥିଲା।

  2. 2.ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି ।

  3. 3.ପତ୍ନୀ ଯଦି ଶିକ୍ଷିତା ହୋଇଥାନ୍ତି ବା ସନ୍ତାନ ଜନ୍ମ ପୂର୍ବରୁ ରୋଜଗାର କରୁଥାନ୍ତି; ତେବେ ଏହି କାରଣରୁ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ପତ୍ନୀ ଯଦି ସନ୍ତାନ ପ୍ରସବ ବା ଯତ୍ନ ପାଇଁ ଚାକିରି ଛାଡ଼ିଥାନ୍ତି; ତାହାହେଲେ ପତି ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ।

  4. 4.ସକାଳେ ସକାଳେ ଚାଇନାକୁ ଲାଗିଲା ଭୂକମ୍ପର ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା । ପଶ୍ଚିମ ଚାଇନାରେ ଲାଗିଛି ଏହି ଭୂକମ୍ପର ଝଟକା ।

  5. 5."ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ମାଧ୍ୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାର ସାମ୍ପ୍ରତିକ ପ୍ରୟାସକୁ ମୁତାକି ଦୃଢ଼ ପ୍ରତ୍ୟାଖ୍ୟାନକୁ ସ୍ୱାଗତ କରୁଛୁ’’ ବୋଲି ଜୟଶଙ୍କର କହିଛନ୍ତି।

  6. 6.ପାକିସ୍ତାନର ପରମାଣୁ ଅସ୍ତ୍ର ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ନିରୀକ୍ଷଣରେ ରହିବା ଉଚିତ ବୋଲି ରାଜନାଥ କହିଛନ୍ତି।

  7. 7.ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରରୁ ବିକିରଣ  ହୋଇଥିବା ଦାବି ମଧ୍ୟ ହୋଇଛି। ତେବେ ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ସ୍ପଷ୍ଟ କରିଛି ଯେ ପାକିସ୍ତାନରେ କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ।  ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ଅସ୍ତ୍ରଭଣ୍ଡାର ରହିଛି।  

  8. 8. ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ତୁର୍କୀ ବିରୋଧ କରିବା ସହ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଭାରତ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଭାରତ ଗମ୍ଭୀରତାର ସହ ନେଇଛି।

  9. 9.ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସର୍ବସମ୍ମତି କ୍ରମେ ରାଜକୁମାର ନିର୍ବାଚିତ ହୋଇଛନ୍ତି। ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦକୁ ୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ମଣ୍ଡଳର ବରିଷ୍ଠ ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ନିରଞ୍ଜନ ରଥ, ରାଜେନ୍ଦ୍ର ଜେନା, ଅନୀତା ଗୋଏଲ, ନିମିଷା ଅମିନ ଓ ନୈନା ଭେକାରିଆ। 

  10. 10.ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍ ଉତ୍ପାଦନ କରିବାକୁ ଚାହୁଁଛି। ବିଶେଷକରି ଆମେରିକା ବଜାର ପାଇଁ ୨୦୨୬ ସୁଦ୍ଧା ଆଇଫୋନ ଭାରତରେ ନିର୍ମାଣ ପାଇଁ ଆପଲର ଯୋଜନା ଅଛି ।

  11. 11. ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।

  12. 12.ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡ଼ିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି।

  13. 13. ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ସମୟକୁ ଆଉ ୪ଦିନ ବୃଦ୍ଧି କରାଯାଇଛି। ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ।

  14. 14.ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ମିଜ ମନ୍ତବ୍ୟ ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ– ‘ମୁଁ କହିନି ମୁଁ କରିଥିଲି, କେବଳ ସମାଧାନରେ ସାହାଯ୍ୟ କରିଥିଲି’।

  15. 15.ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ।

  16. 16.ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍‌ କାଉନସିଲ ଅନ୍‌ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍‌ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି।

  17. 17.ବିଧାନସଭାରେ ଗୃହୀତ ହେଉଥିବା ବିଲ୍‌କୁ ଅନୁମୋଦନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି, ସେହି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରି କୈଫିୟତ ଲୋଡିଛନ୍ତି।

  18. 18.ବିଜେପି ସାଂସଦ କଙ୍ଗନା ରାଣାୱତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ କଟାକ୍ଷ କରି ସୋସିଆଲ ମିଡିଆରେ ତାଙ୍କର ବ୍ୟକ୍ତିଗତ ମତ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଫୋନ୍ କରି ଏପରି କରିବାକୁ କହିଥିଲେ।

  19. 19.ସ୍ପେନର ଫୁଟବଲ ଜଗତରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ବାର୍ସିଲୋନା ଏକ ରୋମାଞ୍ଚକର ମ୍ୟାଚରେ ଏସ୍ପାନିଓଲକୁ ପରାସ୍ତ କରି ୨୮ତମ ଲା ଲିଗା ଟାଇଟଲ ହାସଲ କରିଛି।

  20. 20.ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.